Posted inଖେଳ

ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୨୬।୧୧ (ପି.ଟି.)- ଭାରତର ସର୍ବପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରି ବାଂଲାଦେଶ ବିପକ୍ଷରେ ଦଳକୁ ଇନିଂସ କରାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଟେଷ୍ଟ ମାନ୍ୟତାରେ ଉନ୍ନତି ଘଟିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ କୋହଲି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‌ଙ୍କ ଖୁବ୍‌ ନିକଟତର ହୋଇଛନ୍ତି। ମଙ୍ଗଳବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୯୨୮ ରେଟିଂ ପଏଣ୍ଟ ପାଇ ସ୍ମିଥ୍‌ଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି। ୯୩୧ ରେଟିଂ ପଏଣ୍ଟ ସହ ସ୍ମିଥ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବାଂଲାଦେଶ ବିପକ୍ଷ ଦିବାରାତ୍ର ମ୍ୟାଚ୍‌ରେ ୧୩୬ ରନର ଶତକୀୟ ଇନିଂସ ଖେଳି କୋହଲି ୨୫ ରେଟିଂ ପଏଣ୍ଟ ଲାଭ କରିଥିଲେ। ଅପରପକ୍ଷରେ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟରରେ ପ୍ରଥମଥର ଲାଗି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଇନ୍ଦୋରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଥିବା ଅଗ୍ରଓ୍ବାଲ ୭୦୦ ରେଟିଂ ପଏଣ୍ଟ ପାଇ ୧୦ମ ସ୍ଥାନକୁ ଉଠିଛନ୍ତି। ଫଳରେ ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ୪ଜଣ ଭାରତୀୟ ଖେଳାଳି ରହିଛନ୍ତି। କୋହଲି ଓ ଅଗ୍ରଓ୍ବାଲଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା (୭୯୧) ଓ ଅଜିଙ୍କ୍ୟ ରାହାନେ (୭୫୯) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଲାଭ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୧ ଓ ୨୮ ରନ କରିଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଟପ୍‌-୧୦ରେ ପ୍ରଥମଥର ପାଇଁ ପହଞ୍ଚତ୍ଛନ୍ତି। ଷ୍ଟୋକ୍ସ ୩ଟି ପାହାଚ ଲମ୍ଫ ପ୍ରଦାନ କରି ୯ମ ସ୍ଥାନକୁ ଉଠିଛନ୍ତି।
ବୋଲିଂ ତାଲିକାରେ ଭାରତର ଇଶାନ୍ତ ଶର୍ମା ଓ ଉମେଶ ଯାଦବ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ପାଇଛନ୍ତି। ଇଶାନ୍ତ ୭୧୬ ପଏଣ୍ଟ ସହ ୧୭ତମ ସ୍ଥାନରେ ରହିଛନ୍ତି। ଇଶାନ୍ତଙ୍କ ୨୦୧୧ରେ ୭ମ ସ୍ଥାନ ହାସଲ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ତାଙ୍କର ଶ୍ରେଷ୍ଠ ମାନ୍ୟତା ରହିଛି। ଉମେଶ ଯାଦବ ୬୭୨ ରେଟିଂ ପଏଣ୍ଟ ପାଇଁ ଗୋଟିଏ ପାହାଚ ଉପରକୁ ଉଠି ୨୧ତମ ସ୍ଥାନ ଲାଭ କରିଛନ୍ତି। ସିନିୟର ବୋଲର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ତାଲିକାର ୯ମ ସ୍ଥାନରେ ରହିଛନ୍ତି। ତେବେ ଯଶପ୍ରୀତ୍‌ ବୁମ୍‌ରା ଗୋଟିଏ ସ୍ଥାନ ହରାଇ ୫ମ ସ୍ଥାନକୁ ଖସି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗର୍ଭବତୀ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି ମୁରଲୀ ବିଜୟ ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକଙ୍କ ସହ ତାଙ୍କର ବିବାଦ କାହାକୁ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଚିତାସ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଚିତାସ...

ଇଣ୍ଡିଆନ ପ୍ରିମିୟର ଲିଗ୍‌ କାର୍ଯ୍ୟସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦ ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ...

ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ

ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଅନୁଷ୍ଠିତ...

ଏଆଇସିଏଫ୍‌ ସଦସ୍ୟ ହେଲା କିଟ୍‌ ୟୁନିଭର୍ସିଟି

ଭୁବନେଶ୍ୱର, ୨୭ା୩ (ସ୍ପୋଟର୍‌ସ ବ୍ୟୁରୋ): ଦେଶ ଏକମାତ୍ର ତଥା ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌)ର ସଦସ୍ୟତା ହାସଲ କରିପାରିଛି କିଟ୍‌ ୟୁନିଭର୍ସିଟି।...

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ...

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ...

ଉଦ୍‌ଘାଟନୀ ଉତ୍ସବରେ ହଜାରେରୁ କମ୍‌ ଭିଆଇପି

ଟୋକିଓ,୧୬।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏଥର ୧୦୦୦ରୁ କମ୍‌ ସଂଖ୍ୟକ ଭିଆଇପି ଓ ବିଦେଶୀ ମାନ୍ୟଗଣ୍ୟ ଅତିଥି ଯୋଗଦେବେ। ଏ ନେଇ ଏକ ସ୍ଥାନୀୟ...

Advertisement
Archives

Model This Week