ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋ଼ଣ ଛାଡ଼ ଦାବି

ବାଲେଶ୍ୱର ଅଫିସ,୨।୬- ବାଲେଶ୍ୱର ଜିଲାରେ ଘରୋଇ ଅର୍ଥଲଗାଣ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦୀର୍ଘଦିନ ଧରି ଋଣ ପ୍ରଦାନ କରି ଆସୁଛନ୍ତି। ଉକ୍ତ ଋଣକୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜ ପରିବାରର ଆର୍ଥିକ ସହାୟତା କରୁଛନ୍ତି। ମୁଖ୍ୟତଃ ତାଲାବନ୍ଦ ଓ ‘ଅମ୍ଫନ’ ମହାବାତ୍ୟାରେ ମହିଳାମାନଙ୍କର ବ୍ୟବସାୟ ତଥା କାମଧନ୍ଦା ପ୍ରଭାବିତ ହେବା ଫଳରେ ଋଣ ନେଇଥିବାର ମାସିକ କିସ୍ତି ସଂସ୍ଥାକୁ ଫେରାଇବା ପାଇଁ ସକ୍ଷମ ନ ହେବାରୁ ଘରୋଇ ଅର୍ଥଲଗାଣ ସଂସ୍ଥାଗୁଡ଼ିକର କର୍ମକର୍ତ୍ତା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଉପରେ ଚାପ ପ୍ରୟୋଗ କରି ଜୁଲମ୍‌ କରୁଥିବାର ‘ପ୍ରୟାସ ପରିବାର’ ସଂସ୍ଥା ତତ୍ତ୍ୱାବଧାନରେ ମଙ୍ଗଳବାର ବହୁ ମହିଳା ଏକତ୍ରିତ ହୋଇ ଅଭିଯୋଗ କରିବା ସହ ଉକ୍ତ ଋଣ ଛାଡ଼ କରିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଦାବି କରିଛନ୍ତି। ସଂସ୍ଥାର ମୁଖ୍ୟ ରୋଜି ପଟ୍ଟନାୟକ, ଊର୍ମିଳା ଦାସ, ଜୟନ୍ତୀ ଦତ୍ତ, ରୁପା ଗିରି, ପୁଷ୍ପଲତା ପଣ୍ଡା, ଗୀତା ପାତ୍ର, ଝୁନାରାଣୀ ଖୁଣ୍ଟିଆ, ଅନିତା ମାଝି, ସାବିତ୍ରୀ ପାତ୍ର, ମମତା ସାହୁ ପ୍ରମୁଖ ବହୁ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା...

ଗଞ୍ଜାମରେ ଦ୍ୱିତୀୟ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର ଅଫିସ,୭।୮: ଗଞ୍ଜାମ ଜିଲାରେ ଶୁକ୍ରବାର ପୁଣି ଜଣେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ହେଉଛି ଦ୍ୱିତୀୟ ପଜିଟିଭ୍‌ ବୋଲି ଜିଲା ମ୍ୟାଲେରିଆ ଅଧିକାରୀ...

ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ଼,୧୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ...

ଜାଲ୍‌ ସାର୍ଟିଫିକେଟ: ୧୮ ବର୍ଷ ପରେ ଗଲା ଚାକିରି

ପୋଲସରା,୩୦ା୪: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ବିଲେଇଝୁରି...

ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା...

ହତ୍ୟାର ପ୍ରତିଶୋଧ ନେଲେ ହତ୍ୟାରେ

ରାଉରକେଲା ଅଫିସ,୧୧ା୯: ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରିମ୍‌ଝିମ୍‌ ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଯୁବକ ଜିତେନ୍ଦ୍ର ସା ଓରଫ ଗୋରେ (୩୯)ଙ୍କ...

ବୁଗୁଡ଼ା ବ୍ଲକର ଏହି ୩ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡ଼ା,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଆପଟ ଜିଲାପାଳ କ୍ଷମତା ପ୍ରଯୋଗ କରି ସୋମବାର ୩ ଗାଁକୁ...

ଟିକାକରଣ କେନ୍ଦ୍ରରେ ସେଲ୍‌ଫି ବୁଥ୍‌

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗଞ୍ଜାମ ଜିଲାରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ବ୍ରହ୍ମପୁର ଓ...

Advertisement
Archives

Model This Week