ବାଲିଆପାଳ, ୧୩ା୮(ଡି.ଏନ.ଏ.)-ସୁସ୍ଥ ପରିବେଶ ଦେହ ଓ ମନକୁ ସୁସ୍ଥ ରଖେ। ଏହି କଥାର ମର୍ମ ବୁଝି ଏହାକୁ କାର୍ଯ୍ୟରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ଡାକ୍ତରଖାନାରେ ରୋଗୀଙ୍କୁ ସେବା ଯୋଗାଉଥିବା ଫାର୍ମାସିଷ୍ଟ ରତୀନ୍ଦ୍ର ନାରାୟଣ ପରିଡା। ସେ ନିଜ ଉଦ୍ୟମରେ ଡାକ୍ତରଖାନା ଚାରିପଟେ ସୃଷ୍ଟି କରିଛନ୍ତି ମନୋରମ ଉଦ୍ୟାନ। ସ୍ବାସ୍ଥ୍ୟସେବା ତାଙ୍କର ପେସା ହୋଇଥିଲେ ବିି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛତା ଓ ଗାର୍ଡେନିଂ କରିବା ତାଙ୍କ ନିଶା ପାଲଟିଛି। ଔଷଧୀୟ ଗଛଲତାଠାରୁ ଆରମ୍ଭ କରି ଘାସ ଗାଲିଚା ଓ ଫୁଲ ଫଳ ଗଛ ଲଗାଇ ସେ ଡାକ୍ତରଖାନା ପରିବେଶକୁ ସ୍ବଚ୍ଛ ଓ ନିର୍ମଳ ରଖିପାରିଛନ୍ତି।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକଠାରୁ ୩ କି.ମି. ଦୂରରେ ରହିଛି ଘଣ୍ଟୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ଏହାର ପ୍ରବେଶ ପଥର ମୁଖ୍ୟ ଫାଟକର ବାମ ପାର୍ଶ୍ୱକୁ ଲାଗି ତିଆରି ହୋଇଛି ମନୋରମ ବଗିଚା। ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଫୁଲ ଗଛ ସାଙ୍ଗକୁ ଘାସଗାଲିଚା ରହିିଛି। ଏଥିସହ ମଝିରେ ରହିଛି କୃତ୍ରିମ ଝରଣା, ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଗୀଙ୍କୁ ଜୀବନ ଦାନ ଦେଉଥିବା ଡାକ୍ତରଖାନା ପରିସରକୁ କିଭଳି ସ୍ବଚ୍ଛ ଓ ସରସ ସୁନ୍ଦର କରି ରଖାଯାଇପାରିବ ଏହି ଡାକ୍ତରଖାନା ଏକ ଉତ୍କଷ୍ଟ ନମୁନା ସାଜିଛି।
୧୯୯୧ରେ ପ୍ରତିଷ୍ଠା ହୋଇଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମେ ସ୍ଥାନୀୟ ବିଦ୍ୟାଳୟରେ ଚାଲୁଥିଲା ା ୨୦୦୦ ମସିହାରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଦେଢ ଏକର ପରିତ୍ୟକ୍ତ ଜାଗାରେ ଗୃହ ନିର୍ମାଣ ହେଲା। ପର୍ଯ୍ୟାୟକ୍ରମେ ଡାକ୍ତରଖାନା ପରିସରରେ ଓପିଡି, ଆୟୁଷ ଓପିଡି, ଡ୍ରେସିଂରୁମ୍, ଷ୍ଟୋର ରୁମ୍, ଲାବୋରେଟୋରି, ଇମୁନାଇଜେଶନ ରୁମ୍, ରେନୱାଟର ହାରଭେଷ୍ଟିଙ୍ଗ ପଏଣ୍ଟ, ଗ୍ରେୱାଟର ହାରଭେଷ୍ଟିଙ୍ଗ ପଏଣ୍ଟ, ଷ୍ଟାଫ୍ କ୍ୱାର୍ଟର୍ସ ଆଦି ଗଢି ଉଠିଲା। ରତୀନ୍ଦ୍ର କହନ୍ତି, ସବୁଜିମାଭରା ପରିବେଶ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ା ଏହା ରୋଗୀଙ୍କୁ ଆରୋଗ୍ୟ ହେବାରେ ସାହାଯ୍ୟ କରେ। ଆଜିକାଲି ବୈଜ୍ଞାନିକମାନେ ବିଭିନ୍ନ ରଙ୍ଗ, ସଙ୍ଗୀତ ଓ ସବୁଜିମା ପରିବେଶ ରୋଗ ଦୂର କରିବାରେ ସହାୟକ ହେଉଥିବା ଗବେଷଣା କରି ଦର୍ଶାଉଛନ୍ତି। ସ୍ବଚ୍ଛ ଭାରତ ଯୋଜନା ହେବାର ବହୁ ପୂର୍ବରୁ ସେ ଡାକ୍ତରଖାନା ପରିବେଶକୁ ସରସ ସୁନ୍ଦର ରଖିବା ଲାଗି ସଂକଳ୍ପ ନେଇ ଆଗକୁ ମାଡି ଚାଲିଛନ୍ତି। ତାଙ୍କୁ କିଛି ଫୁରସତ ମିଳିଲେ ସେ ଏହି ଉଦ୍ୟାନକୁ ଆସି ଲଗାଯାଇଥିବା ଗଛର ଯତ୍ନ ନିଅନ୍ତି। ମାଳି ଭଳି ସେ କାମରେ ଲାଗିପଡନ୍ତି। ଡାକ୍ତରଖାନା ମୁଖ୍ୟ ଫାଟକର ବାମ ପାର୍ଶ୍ୱରେ ଥିବା ବଗିଚାରେ ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଫୁଲ ଗଛ ରହିଛି। ଡାକ୍ତରଖାନା ପରିସରରେ ଗଢିଉଠିଥିବା ଔଷଧୀୟ ପାର୍କରେ ଗୁଡୁଚି, ସଦାବିହାରୀ, ବାସଙ୍ଗ, ଅମରପୋଇ, ବ୍ରାହ୍ମୀ, ପିପ୍ପଳୀ, ଗୋଲମରିଚ, ଭୃଙ୍ଗରାଜ, ହେମସା ଗିରି, ଚିରିତା, ପାତାଳ ଗୁରୁଡ, ବଚ, ଗନ୍ଧାଳି, ସପରକେଚୁ, ପାଳୁଅଗନ୍ଧାଳି ଭଳି ଶତାଧିକ ଔଷଧୀୟ ବୃକ୍ଷ ଲଗାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଦକ୍ଷିଣ ପଟେ ଆମ୍ବ, ପିଜୁଳି, କମଳା, ଲିଚୁ, କରମଙ୍ଗା, ଅଙ୍ଗୁର ପରି ଗଛ ଲଗାଯାଇଛି। ସେହିପରି କିଚେନ ଗାର୍ଡେନ କରି କେବଳ ଜୈବିକ ସାର ପ୍ରୟୋଗ କରି ବାଇଗଣ, କୁନ୍ଦୁରି, ପୋଟଳ, ଭେଣ୍ଡି, କଲରା, ଓଲୁଅ ପ୍ରଭୃତି ପରିବା ଚାଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ସେ ଜଣେ ଦୃଢ ସମର୍ଥକ ବୋଲି କହନ୍ତି। ଏଥିଲାଗି ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକଠାରୁ ଆରମ୍ଭ କରି ସମସ୍ତ କାନ୍ଥରେ ସ୍ବଚ୍ଛତା ଓ ରୋଗ ପ୍ରତିରୋଧକ ବାର୍ତ୍ତା ଲେଖାଇଛନ୍ତି। ସ୍ବଚ୍ଛ ପାନୀୟ ଜଳ ପାଇଁ ଆକ୍ୱାଗାର୍ଡର ବ୍ୟବସ୍ଥା କରାଯାଇଛି। ରତୀନ୍ଦ୍ରଙ୍କ ତତ୍ତ୍ୱାବଧାନରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନିୟୋଜିତ କରାଯାଇଥିବା ଗାର୍ଡେନର ସୂର୍ଯ୍ୟକାନ୍ତି ବଡୁ, ମହିଳା ସ୍ବାସ୍ଥ୍ୟକର୍ମୀ ଭାନୁମତୀ ବେହେରା, ଚତୁର୍ଥଶ୍ରେଣୀ କର୍ମଚାରୀ ଶମ୍ଭୁନାଥ ବଡୁ ଓ ତାଙ୍କର ଧର୍ମପତ୍ନୀ ଝରଣା ପରିଡା ଗାଡେନିଂ କାର୍ଯ୍ୟରେ ନିରନ୍ତର ଭାବେ ସହଯୋଗ କରିଆସୁଛନ୍ତି। ଡାକ୍ତରଖାନାରେ ୨୦୦୯ରୁ କୌଣସି ଡାକ୍ତର ନ ଥିବାରୁ ସେ ରୋଗୀଙ୍କ ଚିକିତ୍ସା ସେବା କରିବା ପରେ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପାଇଁ ସମୟ ଦେଇଥାନ୍ତି। ଏଥିସହ ଆର୍ଥତ୍କ ସହାୟତା ମଧ୍ୟ କରିଥାନ୍ତି। ଭାରି ସାଦାସିଧା ଜୀବନ ବିତାଉଥିବା ରତୀନ୍ଦ୍ରଙ୍କ ନିଆରା ବ୍ୟକ୍ତିତ୍ୱକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପ୍ରଶଂସା କରିଥାନ୍ତି। ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ହେଲେ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।
ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ
ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…
ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା
ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…
ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ
ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…
ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…
ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…
ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି
ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…
ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…
ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…
ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…
ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…
ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…
Archives

