ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଗୁରୁତର

ପରଜଙ୍ଗ, ୭।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ପଙ୍ଗାତିରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ହେବ ସ୍ବାମୀ ଲଳିତ ସାହୁଙ୍କର ଅନ୍ୟ ଜଣେ ମହିଳା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାକୁ କେନ୍ଦ୍ର କରି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଘଟଣାଦିନ ସନ୍ଧ୍ୟାରେ ପାଟିତୁଣ୍ଡ ହୋଇଥିଲା। ଫଳରେ ସ୍ତ୍ରୀ ମିତା ସାହୁ (୩୦) ସେହି ଗ୍ରାମରେ ଥିବା ନିଜ ବାପଘର ଗ୍ରାମକୁ ଯାଇ ଥିଲେ। ତେବେ ସୋମବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ସ୍ବାମୀ ଲଳିତ ଶ୍ୱଶୁର ଘରେ ପହଞ୍ଚି କବାଟ ବାଡେଇବାରୁ ଶାଶୁ କବାଟ ଖୋଲିଥିଲେ। ସେହି ସମୟରେ ହାତରେ ଧରିଥିବା ଟାଙ୍ଗିଆରେ ଶାଶୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ସ୍ତ୍ରୀ ମିତା ଘରେ ଶୋଇଥିବାବେଳେ ତାଙ୍କୁ ଟାଙ୍ଗିଆରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମିତାଙ୍କ ମୃତଦେହ ଜବତ କରିଛନ୍ତି। ଏହାସହ ଲଳିତଙ୍କ ଟାଙ୍ଗିଆ ଚୋଟରେ ଆହତ ହୋଇଥିବା ଶାଶୁ ଏବେ ଡାକ୍ତରଖଶନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri