ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ, ଝିଅଙ୍କ ଗୁହାରି

ବରଗଡ଼ ଅଫିସ୍‌,୧୬।୭
ବରଗଡ଼ ସହର ଉପକଣ୍ଠ ଖଲିଆପାଲି ଗ୍ରାମରୁ ଅସୁସ୍ଥ ତଥା ଶଯ୍ୟାଶାୟୀ ସ୍ବାମୀ ବଲ୍ଲଭ ମେହେରଙ୍କୁ ଏକ ଅଟୋରେ ଧରି ଚିକିତ୍ସା ସହାୟତା ପାଇଁ ସୋମବାର ସ୍ତ୍ରୀ ଚିତ୍ରା ଓ ତାଙ୍କ ଝିଅ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି ।
ପ୍ରକାଶ ଯେ, ବଲ୍ଲଭ ଦିନ ମଜୁରିଆ । ସେ କୁଲି ମଜୁରୀ କରି ପରିବାର ପୋଷଣ କରୁଥିଲେ । ଗତ ୪ମାସ ତଳେ ବରଗଡ଼ ସହରର ବାନ୍ଦୁଟିକ୍ରାର ଏକ ଘର ନିର୍ମାଣ କାମରେ ନିୟୋଜିତ ଥିବାବେଳେ ସେ ଛାତ ଉପରୁ ପଡ଼ି ଯାଇଥିଲେ । ସେହିଦିନଠାରୁ ସେ ଗୁରୁତର ଆହତ ହୋଇ ପଡ଼ିଛନ୍ତି । ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କଟକରୁ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ । ମାତ୍ର ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇ ପାରି ନାହାନ୍ତି । ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ଅଛି ବୋଲି ଡାକ୍ତରମାନେ କହିଛନ୍ତି । ମାତ୍ର ଏଥିପାଇଁ ବଲ୍ଲଭଙ୍କ ପରିବାର ଲୋକଙ୍କୁ ଅର୍ଥ ପ୍ରତିବନ୍ଧକ ସାଜିଛି । ବଲ୍ଲଭଙ୍କ ପୁଅ କ୍ରିଷ୍ଣା ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଝିଅ ଆଶା ସପ୍ତମ ଓ ଅଙ୍କିତା ପଞ୍ଚମରେ ପଢ଼ୁଛନ୍ତି । ବଲ୍ଲଭ ଶଯ୍ୟାଶାୟୀ ଥିବା ଯୋଗୁ ପରିବାର ଲୋକେ ସମ୍ପୂର୍ଣ୍ଣ ବେରୋଜଗାରକ୍ଷମ ହୋଇ ପଡ଼ିଛନ୍ତି । ଚିତ୍ରାଙ୍କ ଉପରେ ପରିବାର ବୋଝ ପଡ଼ିଛି । ସ୍ବାମୀଙ୍କ ଚିକିତ୍ସା ସାଙ୍ଗକୁ ଝିଅପୁଅଙ୍କ ପାଠପଢ଼ା ନେଇ ଚିତ୍ରା ଚିନ୍ତିତ ହୋଇ ପଡ଼ିଛନ୍ତି ଏବଂ ଜିଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଗଲେ ତାଙ୍କ ପରିବାର ଲୋକେ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି । ଏହି ଆଶା ନେଇ ଚିତ୍ରା ସ୍ବାମୀଙ୍କୁ ଧରି ଜିଲାପାଳ ଅଫିସ ଆସିଥିଲେ । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ଓ ରେଡ଼କ୍ରସର ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା ଚିତ୍ରା ଓ ତାଙ୍କ ସ୍ବାମୀଙ୍କୁ ଭେଟି ଚିକିତ୍ସା ସହାୟତା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri