ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ ଜବତ କରିଛି। ମାମଲା ନଂ.୯୫/୨୦ରେ ସୁନୀତାଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।
ପ୍ରକାଶ ଯେ, ଗେଟବଜାର ଜାଗିଲି ସାହିରେ ବନମାଳୀ ବେହେରାଙ୍କ ସ୍ତ୍ରୀ ସୁନୀତା ୫ ପିଲା ଓ ରୋଗଣା ଶାଶୁଙ୍କ ସହ ରହୁଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୫ ଟାରେ ବନମାଳୀ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ବନମାଳୀ ସୁନୀତାଙ୍କୁ ମାଡ଼ ମାରିଥିଲେ। ଏଥିରେ ସୁନୀତା ରାଗିଯାଇ ପାଖରେ ଥିବା ଏକ ଶିଳପୁଆରେ ବନମାଳୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ଫଳରେ ସେ ତଳେ ପଡିଯିବା ସହ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ସୁନୀତା ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶନିବାର ବନମାଳୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସାଜି ଧରିଲା ସ୍ପେଶାଲ ସ୍କ୍ବାଡ୍‌

ଦେବଗଡ଼,୪।୮(ଡି.ଏନ୍‌.ଏ.): ଦେବଗଡ଼ ଓ ସମ୍ବଲପୁର ଜିଲାରେ ଚାଲିଛି ହନୁମାନ ପଇସା କାରବାର। ବେଆଇନ ହନୁମାନ ପଇସା କାରବାର କରୁଥିବା ୩ଜଣ ବ୍ୟକ୍ତିଙ୍କୁ ଦେବଗଡ଼ ଜିଲା ସ୍ପେଶାଲ...

ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀ, ୭ ବିଦ୍ୟାଳୟର ହଷ୍ଟେଲ ଉଦ୍‌ଘାଟନ

ଚିତ୍ରକୋଣ୍ଡା,୨୧।୧୦(ଡି.ଏନ୍‌.ଏ): ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇକୁ ଶୁକ୍ରବାର ଆଇନ, ଅନୁସୂଚିତ...

‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବରଗଡ଼ ପୌରପରିଷଦ

ବରଗଡ଼ ଅଫିସ,୧୨ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ମଧ୍ୟ ଲାଗୁ କରାଯାଇଛି। ମାତ୍ର ମାଛ,...

ଟ୍ରକ୍‌ ଜାମରେ ଫସିଲେ ପରୀକ୍ଷାର୍ଥୀ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ସୋମବାର ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନ୍‌ଏଚ୍‌ -୪୯ରେ ଲୁହାପଥର ବୋଝେଇ ଟ୍ରକ୍‌ ଜାମ ଯୋଗୁ ବାଂଶପାଳ ବ୍ଲକ ଅଞ୍ଚଳରୁ ପରୀକ୍ଷା ଦେବାକୁ...

ପାଇଖାନା ନିର୍ମାଣ ନାମରେ ହରିଲୁଟ୍‌

ଭାପୁର,୪ା ୮(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନାମରେ ହୋଇଛି ଲକ୍ଷାଧିକ ଟଙ୍କା...

ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ପ୍ରଧାନଶିକ୍ଷକ, ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରିଲେ ଗ୍ରାମବାସୀ

କୋରୁକୋଣ୍ଡା,୩।୧୧(ଡି.ଏନ.ଏ): ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ରୀଛାତ୍ର ଆହତ। ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଘେରିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା...

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା...

ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼...

Advertisement
Archives

Model This Week