ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁ ଆଲୋଚନା ସମ୍ଭବ ହୋଇପାରି ନ ଥିଲା। ମଙ୍ଗଳବାର ଆଲୋଚନା ଅସମାପ୍ତ ରହିଛି, ବୁଧବାର ପୁନର୍ବାର ଏହା ଜାରି ରହିବ ବୋଲି ଜଣାପଡ଼ିଛି।
ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବଜେଟ ଆଲୋଚନା ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ବଜେଟରେ ଗୁରୁତ୍ୱ ଦିଆଯାଇନାହିଁ। ଏବେ ବି ମାଛ ପାଇଁ ଆନ୍ଧ୍ର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ଅବହେଳାର ସ୍ଳୋଗାନ ଦିଆଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୨୦୧୫-୧୬ରେ ୩୬,୬୦୦ କୋଟି ଟଙ୍କା, ୨୦୧୬-୧୭ରେ ୪୩,୪୧୩.୦୮ କୋଟି, ୨୦୧୭-୧୮ରେ ୪୮.୮୯୨ କୋଟି, ୨୦୧୮-୧୯ରେ ୫୪,୯୫୧ କୋଟି, ୨୦୧୯-୨୦ରେ ୬୩, ୭୩୫ କୋଟି ଏବଂ ଚଳିତ ଆର୍ଥିକ ବର୍ଷରେ ୬୮,୩୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜ୍ୟର ନିଜସ୍ବ ଆୟ ୫୬ ହଜାର କୋଟି ଟଙ୍କା ରହିଛି। ଅପରପକ୍ଷରେ ରାଜ୍ୟ ପକ୍ଷରୁ ଦରମା ଏବଂ ପେନସନ୍ ବାବଦକୁ କେବଳ ୬୮ ହଜାର କୋଟି ଟଙ୍କା ଆବଶ୍ୟକ। ତେଣୁ ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଶିଶୁ, ପୋଷଣ ଏବଂ ଜଳବାୟୁ ବଜେଟ ଦ୍ୱାରା କେବଳ ଗୋଲାପୀ ଚିତ୍ର ଅଙ୍କାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାମରେ କରିବା ପାଇଁ ବାରମ୍ବାର ତା’ର ମୋଡାଲିଟିରେ ପରିବର୍ତ୍ତନ କରାଯାଉଥିବା ବିଷ୍ଣୁ ଅଭିଯୋଗ କରିଥିଲେ। ଏହା ପରେ ଶାସକ ଦଳ ପକ୍ଷରୁ ଅମର ଶତପଥୀ ବଜେଟ ଉପରେ ଆଲୋଚନା କରିଥିଲେ। ଅମର କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ମଡେଲ ରାଜ୍ୟ। ବିଏସ୍କେୱାଇ, ଜାଗା ମିଶନ ପରି ଲୋକ କଲ୍ୟାଣକାରୀ ଯୋଜନା ସୁଦୂରପ୍ରସାରୀ ହୋଇପାରିଛି। ଚଳିତ ଥର ଆଗତ ହୋଇଥିବା ବଜେଟରେ ୫-ପି’କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ହେଉଛି ପେପରଲେସ୍, ପାଟିସିପେକ୍ଟୋରି, ପିପୁଲ ଓରିଏଣ୍ଟେଡ୍, ପ୍ରସ୍ପେକ୍ଟଟିଭ୍ ଏବଂ ପ୍ରମିସିଭ୍। ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ଯେଉଁ ହାରରେ ଅନୁଦାନ ପାଇବା କଥା, ତାହା ହ୍ରାସ ପାଇବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୩୨୮୬ କୋଟି ଟଙ୍କା ହରାଇବାକୁ ଯାଉଛି। କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ଯୋଗାଇ ଦେଉ ନ ଥିବା ଅମର କହିଥିଲେ। ଏହା ପରେ ବିଧାୟକ ରମେଶ ବେହେରା ମଧ୍ୟ ବଜେଟ ସର୍ବାଙ୍ଗୀନ ବିକାଶର ଆଧାର ହେବ ବୋଲି କହିଥିଲେ।
ସେହିଭଳି କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜ କରାଯାଉ। ଫନୀ କ୍ଷତିଗ୍ରସ୍ତଙ୍କ ପୂର୍ଣ୍ଣାଙ୍ଗ ତାଲିକା ନାହିଁ, ସେମାନଙ୍କ ପାଖରେ ଠିକ୍ ସମୟରେ ସହାୟତା ପହଞ୍ଚତ୍ ନାହିଁ। ଶିଳ୍ପପତିଙ୍କ ଉପରେ ଥିବା ଜଳ ଏବଂ ବିଦ୍ୟୁତ୍ କର ଆଦାୟ କରାଯାଉ। ସବୁ ପ୍ରକାର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରାଯାଉ। ଜିଲାସ୍ତରରେ ଆର୍ଆଇ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲାପାଳ ଅଫିସରେ ପଦବୀ ପୂରଣ କରାଯାଉ। କେନ୍ଦ୍ର ସରକାର ରାଜ୍ୟର ପ୍ରାୟ ୪୪,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେ ସବୁ କିପରି ମିଳିପାରିବ, ତାହାର ବ୍ୟବସ୍ଥା କରାଯାଉ। ରାଜଧାନୀରେ ୧୦,୦୦୦ ଲୋକ ଏକାଠି ବସିବା ଭଳି ଅଡିଟୋରିୟମ ନିର୍ମାଣ କରାଯାଉ। ସବ୍ଇନିସ୍ପେକ୍ଟର ପଦବୀ ପୂରଣ ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେଉ। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ମିନି ଷ୍ଟାଡିୟମ୍ କରି କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସୁରେଶ କହିଥିଲେ। ଏହା ପରେ ସୁବାସ ବେହେରା, ବିଷ୍ଣୁବ୍ରତ ରାଉତରାୟ, ରାଜକିଶୋର ଦାସ ପ୍ରମୁଖ ବିଜେଡି ପକ୍ଷରୁ ବକ୍ତବ୍ୟ ରଖି ବଜେଟକୁ ବିଭିନ୍ନ ଦିଗରୁ ପ୍ରଶଂସା କରିଥିଲେ। ଅପରପକ୍ଷରେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁକେଶ କହିଥିଲେ ଯେ, ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଦାରିଦ୍ର୍ୟ କମିବ ନାହିଁ। ତାହା ବଳବତ୍ତର ରହିବ ଏବଂ ତାହା ଭୋଟ ବ୍ୟାଙ୍କ୍ ଭାବେ ବ୍ୟବହୃତ ହେବ। ଆୟୁର୍ବେଦ, ହୋମିଓପାଥି ବ୍ୟବସ୍ଥାକୁ ଉପଯୁକ୍ତ ଧ୍ୟାନ ଦିଆଯାଉ ବୋଲି ମୁକେଶ କହିଥିଲେ। ବଜେଟ୍ ଆଲୋଚନା ବ୍ୟତୀତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅନ୍ୟ ଏକ ପ୍ରସଙ୍ଗ ଗୃହର ଦୃଷ୍ଟିକୁ ଆଣିଥିଲେ। ଓଡ଼ିଶା ପ୍ରଶାସନିକ ସେବା ପାଇଁ ହେଉଥିବା ପରୀକ୍ଷା ସମୟରେ ସର୍ବଭାରତୀୟ ସେବା ପରୀକ୍ଷା ରହୁଥିବାରୁ ଏହାର ତାରିଖ ପରିବର୍ତ୍ତନ ପାଇଁ ପ୍ରଦୀପ୍ତ କହିଥିଲେ।
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All
ବରଗଡ଼ ଆସୁଛନ୍ତି ଓଏସସିପିସିଆର୍ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…
ରାଜପଥରେ ଲୁଟ୍ପାଟ୍: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ
ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍ ଭେସେଲ୍) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…
ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…
ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..
ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…
ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ
କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…
ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି
ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…
ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ
କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…
କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ
ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…
Archives

