ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ ତାଙ୍କ ଦେହାନ୍ତ ହୋଇଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ବାଜିଙ୍କ ଅନ୍ତେଷ୍ଟି କ୍ରିୟା ଶୁକ୍ରବାର ସମ୍ପନ୍ନ କରାଯିବ ସୂଚନା ମିଳିଛି।

ପ୍ରାକ୍ତନ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବାଧିନତା ସଂଗ୍ରାମୀ ସଦାଶିବ ତ୍ରିପାଠୀଙ୍କ ଛାତ୍ର ବାଜି ଜୟପୁର ହାଇସ୍କୁଲଠାରେ ପାଠ ପଢିବା ସମୟରେ ରାଧାମୋହନ ବିଶ୍ୱାସରାୟ ଓ ରାଧାମୋହନ ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଜାତୀୟ କଂଗ୍ରେସରେ ଯୋଗ ଦେଇଥିିଲେ। ଗାଁ ଗାଁ ବୁଲି ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ବାଣ୍ଟି ସଂଗ୍ରାମୀଙ୍କୁ ସଙ୍ଗଠିତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଭାରତ ଛାଡ ଆନ୍ଦୋଳନରେ ବହୁବାର ଜେଲ ଯାଇଥିଲେ। ବାଜି ଜଣେ ମୁସଲମାନ ହୋଇଥିଲେ ମଧ୍ୟ ସବୁ ଧର୍ମକୁ ସମାନ ଭାବେ ଦେଖୁଥିଲେ । ରଥଯାତ୍ରା, ବିଭିନ୍ନ ଦେବଦେବୀ ପର୍ବପର୍ବାଣିରେ ସେ ଉପସ୍ଥିତ ରହି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ । ଆଜୀବନ ଖଦି ବସ୍ତ୍ର ପିନ୍ଧିବା ସହ ନିଜେ ନିଜେ ସୂତା କାଟିବା ଭଳି ଅନେକ କିଛି ଉଲ୍ଲେଖନୀୟ କାର୍ଯ୍ୟ ସେ ଜୀବନକାଳ ମଧ୍ୟରେ କରୁଥିଲେ।

ବାଜି ଅବିବାହିତ ଓ ନିରାମିଷାଶୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପରିବାରର ପୁତୁରା ଏନ. ଅହମ୍ମଦ, ଅକତାରି ବେଗ, ନାତୁଣୀ ରୋସନ, ମହମ୍ମଦ ସାକୁର, ପାପଡାହାଣ୍ଡି ଶହୀଦ ସ୍ମୃତି କମିଟି ସଭାପତି ସମୋନାଥ ବିଷୋୟୀ, ଅକତାରି ବେଗମ୍‌ ପ୍ରମୁଖ ବାଜିଙ୍କ ବିୟୋଗ ଖବର ପାଇ ଜିଲାପାଳ ଡଃ. ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ ନିମାଇ ଚରଣ ସୂତାର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଓ ପ୍ରଶାସନିକ ଅଧିକାରୀ, ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ନବରଙ୍ଗପୁର ମାଆ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ପ୍ରାଧ୍ୟାପକ ଡ. ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ।...

ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ ଅଫିସ,୧୮।୮: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ...

ସରକାର ସମସ୍ତ ସମ୍ବଳ ବିନିଯୋଗ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ବ୍ୟୁରୋ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହା ହେଉଛି ଆମର ମୂଳମନ୍ତ୍ର। ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳକୁ...

କରୋନା କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବାକୁ ଡିଜିପିଙ୍କ ଅନୁରୋଧ

କଟକ ଅଫିସ,୨୪।୬: ବହୁ ବିବାଦ ପରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା...

ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ...

ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼

ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

ବ୍ରହ୍ମପୁର ମେୟର ପଦବୀ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

ବ୍ରହ୍ମପୁର ଅଫିସ,୭ା୩: ପୌର ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆଜି ଶେଷ ଦିନରେ କଂଗ୍ରେସ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ...

Advertisement
Archives

Model This Week