ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ମାଟି ଭଦ୍ରକର ଅତୁଳନୀୟ ଅବଦାନ ଥିବା କହିଛନ୍ତି। ଏଥି ସହ ଜାତୀୟ ପତାକା ଉତ୍ତୋଳନ କରି ଜିଲାପାଳ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିରେ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ପୋଲିସ ଏବଂ ଅଗ୍ନିଶମ ବିଭାଗର ୪୩ଟି ଗ୍ରୁପ ସମ୍ମିଳିତ ପରେଡରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଜିଲାପାଳ କୃତୀ ଛାତ୍ରୀଛାତ୍ର ଏବଂ କ୍ୟାଡଟ୍‌ମାନଙ୍କୁ ପୁରସ୍କୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ଅଧିକାଂଶ ଜଙ୍ଗଲରେ ଲାଗିଛି ନିଆଁ

ନୂଆପଡ଼ା ଅଫିସ,୧୧।୩: ନୂଆପଡା ଜିଲାର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥିବା ଅଭିଯୋଗ ହେଉଛି। ଜିଲାର ବଡପାହାଡ ବୋଲି କୁହାଯାଉଥିବା ଗୋଡା ପାହାଡ, ନୂଆପଡା ଓ ବଲାଙ୍ଗୀର...

କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା...

ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ...

୩ ମାସର ପିଡିଏସ୍‌ ଚାଉଳ ହଡ଼ପ

ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ...

ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି

ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ...

କମିଲା ବସ୍‌ ଭଡ଼ା: କିମି ପିଛା ୧ରୁ ୨ ପଇସା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍‌ ଭଡ଼ା ୬୯ ପଇସା ଥିବା ବେଳେ...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

ଲଘୁଚାପ ଘନୀଭୂତ, ୧୨ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର...

Advertisement
Archives

Model This Week