ସ୍ବାଧୀନତା ଦିବସ ପାଳିଲା ଡିଏଭି ପୋଖରୀପୁଟ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ସ୍ଥାନୀୟ ଡିଏଭି ପୋଖରୀପୁଟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ସୁଜାତା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ଅଧ୍ୟକ୍ଷ ସୁଜାତା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମହାତ୍ମାମାନଙ୍କ ପଦଚିହ୍ନରେ ଚାଲିବା ସହ ସେମାନଙ୍କର ବଳିଦାନକୁ ବ୍ୟର୍ଥ ଯିବାକୁ ନ ଦେଇ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରିବାକୁ କହିଥିଲେ। ଏଥିସହ ଉପଯୁକ୍ତ ଯୋଜନା ଏବଂ ତଦନୁଯାୟୀ କାର୍ଯ୍ୟ କରିବା ଦ୍ୱାରା ଛାତ୍ରୀଛାତ୍ରମାନେ ନିଜର ଲକ୍ଷ୍ୟପଥରେ ପହଞ୍ଚିପାରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପଞ୍ଚମରୁ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଦେଶ ମାତୃକାର ସେବା ଲାଗି ଶହୀଦ ହୋଇଥିବା ବରପୁତ୍ର ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଖେଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପଦକ, ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri