ସ୍ବାଧୀନତା କାହିଁ

ବିଚିତ୍ର ବିଶ୍ୱାଳ

ସ୍ବାଧୀନତାର ୭୬ବର୍ଷ ପରେ ଆମେ କ’ଣ ଛାତିରେ ହାତ ଦେଇ କହିପାରିବା ଯେ, ଆମ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଆମର ଅଛି? ସ୍ବାଧୀନତା ଅର୍ଥ ସାଧାରଣ ଲୋକ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ବିନା ଭୟରେ ସମାଲୋଚନା କରିପାରିବେ ଓ ତା’ ବିରୋଧରେ ମତ ରଖିପାରିବେ। କିନ୍ତୁ ଆଜି ବିରୋଧ କରୁଥିବା ବା ଭିନ୍ନମତ ପୋଷଣ କରୁଥିବା ଲୋକଙ୍କୁ ଦେଶଦ୍ରୋହୀର ଆଖ୍ୟା ଦିଆଯାଉଛି। ନେତାମାନେ ଏତେ ସୁରକ୍ଷାର ବଳୟ ଭିତରେ ରହୁଛନ୍ତି ଯେ, ସାଧାରଣ ଲୋକଟିଏର ଛାଇ ବି ତାଙ୍କ ଉପରେ ପଡ଼ିପାରିବ ନାହଁି। ପ୍ରଶ୍ନ ପଚାରିବା ତ ଦୂରର କଥା।
ଯେତେବେଳେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭକରି ବ୍ଲକ୍‌, ଜିଲା ଓ ସଚିବାଳୟ ପର୍ଯ୍ୟନ୍ତ ସ୍ବାଧୀନତା ଦିବସ ପାଳନ କରାଯାଉଛି, ସେତେବେଳେ ଆମେ ଦେଖୁଛେ, ଶାସନର ପ୍ରତ୍ୟେକ ସ୍ତରରେ ପିସି ରାକ୍ଷସ ନିଜର କାୟା ବିସ୍ତାରକରି ବସିଛି। ବିନା ଲାଞ୍ଚରେ ବା ପିସିରେ ସାଧାରଣ ଲୋକଙ୍କ କିଛି କାମ ହେଉନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଲୋକମାନେ ଶୋଷଣର ଶିକାର ହେଉଛନ୍ତି। ତା’ହେଲେ ସାଧାରଣ ଲୋକଙ୍କ ସ୍ବାଧୀନତା କାହଁି?
ଧର୍ମ ନାମରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଜଳୁଥିବା ନିଆଁକୁ ଆମେ ଦେଖୁଛେ। ଆଜି ପରିସ୍ଥିତି ଏମିତି ହୋଇଛି ଯେ, ନେତାଙ୍କ ଛତ୍ରଛାୟା ତଳେ ଧର୍ମର ଠିକାଦାରମାନେ ଯୁବକମାନଙ୍କୁ ମାରଣାସ୍ତ୍ର ଧରି ହିଂସାକରିବା ପାଇଁ ଉସୁକାଉଛନ୍ତି । ଲକ୍ଷ ଲକ୍ଷ ସାଧାରଣ ଲୋକ ଏଭଳି ହିଂସାର ଶିକାର ହେଉଛନ୍ତିି। କେବଳ ଧର୍ମ ନୁହେଁ, ଜାତି ନାଁରେ ଦେଶରେ ହିଂସା ଘଟଣା କମିନାହଁି। ଏହା କଦାପି ଗୋଟେ ଦେଶର ସ୍ବାଧୀନତାର ପରିଚୟ ନୁହେଁ। ଅସଲ ସ୍ବାଧୀନତା ହେଉଛି, ତଥାକଥିତ ଧର୍ମର ଠିକାଦାରଙ୍କ କବଳରୁ ସାଧାରଣ ଜନତା ମୁକ୍ତହେବା ଓ ନିଜ ବିବେକାନୁମୋଦିତ ଭାବେ ଶାନ୍ତି ଓ ଅହିଂସାପୂର୍ଣ୍ଣ ଜୀବନଯାପନ କରିବା। ଜାତିବାଦର କଳଙ୍କିତ ଶିକୁଳିରୁ ମୁକ୍ତ ନ ହେବା ଯାଏ, ସାଧାରଣ ଲୋକଙ୍କ ପାଇଁ କ’ଣ ସ୍ବାଧୀନତା ଆସିଛି ବୋଲି କହିହେବ?
ଗରିବ ସାଧାରଣ ଲୋକଙ୍କୁ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ରାବିଡ଼ି ସଂସ୍କୃତି କୁହାଯାଉଥିବାବେଳେ ପୁଞ୍ଜିପତିମାନଙ୍କୁ ଲକ୍ଷ ଲକ୍ଷ କୋଟିଟଙ୍କା ରିହାତି ଦେବା କ’ଣ ସ୍ବାଧୀନତା? ସାଧାରଣ ଚାଷୀଟିଏ ୧୦ ହଜାର ଟଙ୍କା ଋଣ ସୁଝି ନ ପାରି ଆତ୍ମହତ୍ୟା କରୁଛି ନ ହେଲେ ତାଙ୍କ ଘରକୁ ବ୍ୟାଙ୍କ୍‌ ବାଉନ୍ସର ପଠାଉଛି। କିନ୍ତୁ ଅତି ଧନୀମାନେ କୋଟି କୋଟି ଟଙ୍କା ଋଣ କରି ବ୍ୟାଙ୍କ୍‌ ଦ୍ୱାରା ଛାଡ଼ ପାଇଯାଉଛନ୍ତି ନ ହେଲେ ବିଦେଶକୁ ଫେରାର ହୋଇଯାଉଛନ୍ତି। ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ ପ୍ରଯୁଜ୍ୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାର ବ୍ୟୟ ଅଟକଳକୁ କମ୍‌ କରିଦିଆଯାଉଛି। ତା’ହେଲେ ଏ ସ୍ବାଧୀନତା କାହା ପାଇଁ?
ଯଦି ଆମ ଦେଶରେ ଆମେ ନାଉରି,ଆମେ ଚଳାଉଛୁ ଦେଶ ଆମରି- ତେବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯାଉଛି କାହଁିକି? ଆମ ଦେଶର ରେଳଷ୍ଟେଶନଠୁ ଆରମ୍ଭ କରି ବିମାନ ବନ୍ଦର ଯାଏ ସବୁ ଘରୋଇ କମ୍ପାନୀଙ୍କ ହାତକୁ ଟେକି ଦିଆଯାଉଛି କାହା ସ୍ବାର୍ଥରେ। ରେଳସେବାଠୁ ଆରମ୍ଭକରି ବିମାନ ସେବା ପର୍ଯ୍ୟନ୍ତ ସବୁ କିଛି ଘରୋଇକରଣ ହୋଇଗଲେ ଏହାର କ୍ଷତି କେବଳ ସାଧାରଣ ଲୋକମାନଙ୍କୁ ସହିବାକୁ ପଡ଼ିବ। ଏହା କ’ଣ ନିଶ୍ଚିତ ହୋଇସାରିଛି ଯେ, ଏହି ସ୍ବାଧୀନତାରେ ସାଧାରଣ ଲୋକମାନେ ନାହାନ୍ତି।
ସ୍ବାଧୀନତା କ’ଣ ସରକାରୀ ଡାକ୍ତରଖାନାକୁ ଅବହେଳା କରି କେବଳ ଘରୋଇ ଡାକ୍ତରଖାନା ନିର୍ମାଣକୁ ପ୍ରୋତ୍ସାହନ ଦେବା। ଡାକ୍ତରଖାନାକୁ ଉନ୍ନତି କରା ନ ଯାଇ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯାଉଛି, ଯାହାର ଅସଲ ଲାଭ ନେଉଛନ୍ତି ବୀମା କମ୍ପାନୀ । କେବଳ ସ୍ବାସ୍ଥ୍ୟ ନୁହେଁ, ଶିକ୍ଷାକ୍ଷେତ୍ରରୁ ବି ସରକାର ଧୀରେ ଧୀରେ ନିଜ ହାତ କାଢ଼ି ସାରିଲେଣି। ସରକାରୀ ସ୍କୁଲ, କଲେଜ ଆଦିକୁ ଅବହେଳା କରାଯାଇ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ପଥ ପ୍ରଶସ୍ତ କରାଯାଉଛି। ଇଏ କେମିତିକା ସ୍ବାଧୀନତା, ଯେଉଁଠି ନିତ୍ୟବ୍ୟବହାର୍ଯ୍ୟବସ୍ତୁର ଦରଦାମ୍‌ ହୁ ହୁ ହୋଇ ବଢ଼ିଚାଲୁଥିବାବେଳେ ଆମ ନେତାମାନେ କହୁଛନ୍ତି ପିଆଜ ନ ଖାଇଲେ ମରିଯିବନି ନ ହେଲେ ଟମାଟୋ ଖାଇବା ଛାଡ଼ିଦିଅ!
ଚାଷୀଙ୍କୁ ତାଙ୍କ ଉପତ୍ାଦନର ଉଚିତ ମୂଲ୍ୟ ମିଳୁନାହଁି। ଫସଲର କ୍ଷତିପୂରଣ ରାଶି ଦିଆଯାଉନାହଁି। ଯାହାବି ଦିଆଯାଉଛି ତାହା ତାଙ୍କୁ ପରିହାସ କରିବା ପରି। ଯଦି ଦେଶରେ ଏ ଯାଏ ଯଥେଷ୍ଟ ସଂଖ୍ୟକ ଶୀତଳଭଣ୍ଡାର ବା ଗୋଦାମଗୃହ କରାଯାଇପାରିଲା ନାହଁି, ଜମିକୁ ପାଣି ଯୋଗାଇ ଦିଆଯାଇପାରିଲା ନାହଁି, ତା’ହେଲେଏହା ଚାଷୀମାନଙ୍କ ପାଇଁ କି ସ୍ବାଧୀନତା? ଚାଷୀଙ୍କୁ ଋଣ ନାମରେ ଯେଉଁ ଭାଲୁଲାଙ୍ଗୁଡ଼ ଧରେଇ ଦିଆଯାଉଛି ତା’ର ଲାଭ କେବଳ କୃଷିକ୍ଷେତ୍ରରେ ଜଡ଼ିତ କମ୍ପାନୀ ହଁି ପାଉଛନ୍ତି। ଚାଷୀଙ୍କ ପାଖରୁ ତାଙ୍କ ଦେଶୀବିହନ ବୁଡ଼ିଯାଇଛି। ଚାଷକରିବା ପାଇଁ ଚାଷୀ କମ୍ପାନୀ ଉପରେ ନିର୍ଭରଶୀଳ। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀର ଚୁଟିକୁ କମ୍ପାନୀ ହାତରେ ଧରେଇଦେବା ପାଇଁ ଯୋଜନା ଆଣୁଛନ୍ତି।
ଆମ ଦେଶରେ ଚନ୍ଦ୍ରକୁ ଯାନ ଯାଉଛି କିନ୍ତୁ ଏବେ ବି ଦେଶରେ ଗର୍ଭବତୀ ମହିଳାମାନେ ଭାରରେ ବୁହାହେଉଛନ୍ତି। ୪୦ ଭାଗରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର। ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶିକାର। ବଳାତ୍କାର ପରେ ମହିଳାଟିକୁ ନ୍ୟାୟ ମିଳୁନାହିଁ। ଅପରାଧୀ ଓଲଟି ପ୍ରତିବାଦକାରୀଙ୍କ ଉପରେ ଗାଡ଼ି ଚଢ଼େଇ ଦେଉଛି ଓ ତାକୁ ଶାସ୍ତି ଦେବାରେ ଆମ ନ୍ୟାୟବ୍ୟବସ୍ଥାକୁ ଯୁଗେ ଲାଗିଯାଉଛି। ରାଜନୈତିକ ଘଟଣା ନ୍ୟାୟାଳୟରେ ୭ଦିନରେ ଶୁଣାଣି ହୋଇଯାଉଛି କିନ୍ତୁ ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାର ଶୁଣାଣି ପାଇଁ ସମୟ ହେଉନାହିଁ। ଲୋକମାନଙ୍କର କୌଳିକବୃତ୍ତି ବୁଡ଼ିଯାଇଛି। ସେମାନଙ୍କୁ ପର ଉପରେ ନିର୍ଭରଶୀଳ କରେଇବାର ପ୍ରକ୍ରିୟାକୁ ବିକାଶ କୁହାଯାଉଛି। ଏହା କ’ଣ ସ୍ବାଧୀନତା? ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରକୁ ହିନ୍ଦୁରାଷ୍ଟ୍ର ଘୋଷଣାକରିବା ପାଇଁ ହୁଙ୍କାର ଦେବା,ଦେଶର ବୈଜ୍ଞାନିକ ଚିନ୍ତାଧାରାକୁ ନିରୁତ୍ସାହିତ କରି ଋଢ଼ିବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା କ’ଣ ସ୍ବାଧୀନତା।
ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହିଥିଲେ, ସ୍ବାଧୀନତା ପାଇବା ସହଜ, କିନ୍ତୁ ତାକୁ ବଜାୟ ରଖିବା କଷ୍ଟ। ଆମେ ଆଜି ସେମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପହଞ୍ଚି ଯାଇଛୁ, ଯେଉଁଠି ସ୍ବାଧୀନତା କିଛି ହାତଗଣତି ଲୋକଙ୍କ ପାଇଁ ସୀମିତ ହୋଇଚାଲୁଥିବାବେଳେ ଦେଶର କୋଟି କୋଟି ସାଧାରଣ ଜନତା ସ୍ବାଧୀନତାର ଅସଲ ସ୍ବାଦ ଠାରୁ ବହୁତ ଦୂରରେ ଅଛନ୍ତି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri