ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ ଉଚ୍ଛେଦ କରାଯାଇଛି।

ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ପାଇଁ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି। କାମ ଆରମ୍ଭ ପୂର୍ବରୁ ଏହା ପରିସରରେ ଥିବା ଏକାଧିକ ପୁରୁଣା କୋଠାଗୁଡ଼ିକୁ ପୂର୍ବରୁ ଭଙ୍ଗାଯାଇଥିଲା। ତେବେ ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ଗୋଟିଏ ପାର୍ଶ୍ୱରେ ଦାହ ପାଇଁ ୭ଟି ପିଣ୍ଡି ନିର୍ମାଣ କରାଯିବ। ଏହି ସମୟରେ ଅପରପାର୍ଶ୍ୱରେ ମୃତଦେହ ଦାହ ଚାଲୁଥିବ। ପିଣ୍ଡି ନିର୍ମାଣ ଶେଷ ହେବା ପରେ ଅପରପାର୍ଶ୍ୱରେ ଆଉ ୭ଟି ପିଣ୍ଡି ନିର୍ମାଣ ହେବ। ଏହାସହ ମୃତଦେହ ଆଣି ଆସୁଥିବା ପରିଜନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ଏହି ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଲୋକେ କୌଣସି ପ୍ରକାର ଭ୍ରମରେ ନ ପଡ଼ନ୍ତୁ। ଉଚ୍ଛେଦ ଓ ମୃତଦେହ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବ। ଏଥିରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଉପଜିଲାପାଳ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

୨୬ ବର୍ଷ ମାତୃଭୂମି ସେବା କରି ଜନ୍ମମାଟିକୁ ଫେରିଲେ ସଞ୍ଜିବ, ଧୁମଧାମରେ ସ୍ବାଗତ କଲେ ଗ୍ରାମବାସୀ

କେସିଙ୍ଗା,୩।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଖାସ ବାହାଲ ଗ୍ରାମର ସଞ୍ଜୀବ କୁମାର ଭୋଇ ଦୀର୍ଘ ୨୬ବର୍ଷ କାଳ ସି.ଆର.ପି.ଏଫ.ଇନ୍ସପେକ୍ଟର ଭାବେ ସୀମାସୁରକ୍ଷା ଦେଇ…

ପଟ୍ଟାଙ୍ଗି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ, ନନ୍ଦପୁର ବ୍ଲକ ଘେରିଲା ବିଜେଡି

ନନ୍ଦପୁର/ପାଡୁଆ,୩ା୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ନିର୍ବାଚନ ପରଠୁ ଶିତଳାବସ୍ଥାରେ ଥିବା ବିଜୁ ଜନତା ଦଳ ବୁଧବାର ଶକ୍ତି ପ୍ରଦର୍ଶନ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri