ସ୍ବଚ୍ଛ ହୋଇପାରିନି ଗୋଛାୟତସାହି

ବଅଁରପାଳ,୨୩ା୬(ଡି.ଏନ.ଏ.)

ସ୍ବଚ୍ଛ ଭାରତ ଅଭିଯାନରେ ଅନୁଗୋଳ ଜିଲାର ଅନେକ ଗଁ। ବାହ୍ୟ ମଳମୁକ୍ତ ହୋଇପାରିଛି। ହେଲେ ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତର ୧୫ ନମ୍ବର ୱାର୍ଡ ଗୋଛାୟତସାହି ଏଯାଏ ସ୍ବଚ୍ଛ ହୋଇପାରି ନ ଥିବା ସାହିବାସୀ ଅଭିଯୋଗ କରିଛନ୍ତି। କେବଳ ପାଇଖାନା ନୁହେଁ, ସାହିବାସୀ କିପରି ସ୍ବଚ୍ଛ ପାଇପ୍‌ ଜଳ ପାଇପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ପଡ଼ୋଶୀ ଗଁ।ରେ ପାଇପ୍‌ ପାଣିର ବ୍ୟବସ୍ଥା ଥିଲେ ମଧ୍ୟ ଗୋଚ୍ଛାୟତସାହିରେ ପାଇପ୍‌ ବିଛାଯାଇ ଛାଡ଼ିଦିଆଯାଇଛି।
ସାହିବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୭ଶହ ଲୋକ ଏଠାରେ ରହୁଥିଲେ ବି ସ୍ବଚ୍ଛ ଭାରତ ଯୋଜନାରେ ଗୋଟିଏ ହେଲେ ପାଇଖାନା ନିର୍ମାଣ କରାଯାଇ ନାହିଁ। ଫଳରେ ବାଧ୍ୟହୋଇ ସେମାନେ ଖୋଲାସ୍ଥାନକୁ ଶୌଚ ପାଇଁ ଯାଉଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଉକ୍ତ ସରକାରୀ ଯୋଜନା ସାହିବାସିନ୍ଦାଙ୍କ ନିକଟରେ ପହଞ୍ଚିପାରି ନାହିଁ। ସେହିପରି ସରକାରଙ୍କ ଭତ୍ତା ଯୋଜନାରୁ ମଧ୍ୟ ବହୁ ବୃଦ୍ଧା, ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ବଞ୍ଚିତ ରହିଛନ୍ତି। ସାହିର ଗୋପୀ ଗୋଛାୟତ, ଜନନୀ ଗୋଛାୟତ କହିଛନ୍ତି, ୬୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ମଞ୍ଜୁ ଗୋଛାୟତ, ଡଲି ଗୋଛାୟତ, ବିଭୁ ଗୋଛାୟତ କହିଛନ୍ତି, ପାଇଖାନାଠାରୁ ପିଇବା ପାଣି ଯାଏ ସବୁଥିରେ ସାହିବାସୀ ଅବହେଳିତ। ଦୀର୍ଘ ବର୍ଷ ହେଲା ସାହିରେ ପାଇପ୍‌ ବିଛା ଯାଇଥିଲେ ମଧ୍ୟ ସଂଯୋଗ ଦିଆଯାଉ ନ ଥିବାରୁ ସ୍ବଚ୍ଛ ପାଣି ଟିକେ ମିଳୁନାହିଁ। ସମସ୍ୟା ସମ୍ପର୍କରେ ସରପଞ୍ଚ ମଧୁଛନ୍ଦା ସାହୁ କହିଛନ୍ତି, ସାହିରେ ପାଇଖାନା ନିର୍ମାଣ କରାଯିବ। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ନାମ ତାଲିକାରେ ରହିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯଦି ସାହିର କୌଣସି ଲୋକଙ୍କ ଘରେ ପାଇଖାନା ନ ଥାଏ ତାହେଲେ ଅନୁଧ୍ୟାନ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜଧାନୀରେ କାର୍ଯ୍ୟ କରିବାରେ ଅନେକ ଚ୍ୟାଲେଞ୍ଜ ରହିବ’

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ଗଞ୍ଜାମ ଜିଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ସୋମବାର ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ...

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ...

ଝାରପଡ଼ା ଜେଲ୍‌ରୁ ୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଝାରପଡ଼ା ଜେଲ୍‌ରେ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜେଲ୍‌ ଷ୍ଟାଫ୍‌ ଏବଂ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୯୫ ଜଣଙ୍କ...

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା: ୪ ଜେଟିପିଙ୍କୁ ପଚରାଉଚରା

ପୁରୀ ଅଫିସ,୫।୪: ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପଚରାଉଚରା କରୁଛି। ସେହିପରି ସନ୍ଧ୍ୟାଧୂପ ପର୍ଯ୍ୟନ୍ତ...

ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର...

ବିଦ୍ୟୁତ୍‌ ବକେୟା ପୈଠ ନ କଲେ ଜାନୁୟାରୀ ୧୫ରୁ ଲାଇନ୍‌ ବନ୍ଦ: ସେସୁ ସିଇଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ଭଲ ନାହିଁ। ଲୋକଙ୍କୁ ଗୁଣାତ୍ମକ ମାନଯୁକ୍ତ ବିଦ୍ୟୁତ୍‌ ଦେବାକୁ ହେଲେ ଆମକୁ ଅର୍ଥ ଦରକାର। ଏହାକୁ ନେଇ...

୩ ଜିଲାକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ଭୁବନେଶ୍ବର, ୧୯।୫(ବ୍ୟୁରୋ): ରାଜ୍ୟର ଆଉ ୩ ଜିଲାକୁ ମୋ ବସ୍‌ ସେବା ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ...

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ:ତୁଳସୀ ମାଳ ପକାଇ ଶ୍ରୀମନ୍ଦିର ପ୍ରରିକ୍ରମା କଲେ ସାଧୁ

ପୁରୀ ଅଫିସ, ୨୮ା୭: ଶ୍ରୀକ୍ଷେତ୍ର ମାଟିରେ ପୁଣି ଶ୍ରମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପ୍ରତି ଅସମ୍ମାନ। କଳା ଠାକୁରଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ତୁଳସୀ ମାଳକୁ ବେକରେ...

Advertisement
Archives

Model This Week