ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ ପାଇଁ ବିଏମ୍‌ସିର ତତ୍ପରତା: ଶିଶୁ ଦିବସରୁ ଗଡ଼ିବ ସ୍ବଚ୍ଛତା ରଥ

ଭୁବନେଶ୍ୱର, ୧୦।୧୧: ଆଗକୁ ରହିଛି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦। ସ୍ବାର୍ଟସିଟି ଭୁବନେଶ୍ୱର କିପରି ଚଳିତଥର ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତି ଜୋର୍‌ଦାର ହୋଇଛି। କିଛିଦିନ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏନେଇ ବହୁ ଯୋଜନା କାର୍ଯ୍ୟକାରୀ କରୁଛି। ‘ମୁଁ ସଫେଇବାଲା’ ଅଭିଯାନ ଦ୍ୱାରା ସହରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ଦୈନିକ ପଥପ୍ରାନ୍ତ ନାଟକ ଚାଲିଥିବାବେଳେ ଆସନ୍ତା ୧୪ ତାରିଖ ଶିଶୁ ଦିବସଠାରୁ ଏହାକୁ ଆହୁରି ବ୍ୟାପକ କରାଯିବ। ଏହି ଦିବସରୁ ବିଏମ୍‌ସି ‘ସ୍ବଚ୍ଛତା ରଥ’ ସହର ପରିକ୍ରମା କରିବ ବୋଲି ଜଣାପଡ଼ିଛି।

ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବାକୁ ଲୋକଙ୍କୁ ଏବେଠାରୁ ସଚେତନ କରିବାକୁୁ ପଦକ୍ଷେପ ଆରମ୍ଭ ହୋଇଛି। ଏଥିପାଇଁ ସହରର ୩ ଜୋନ୍‌ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା- ପଥପ୍ରାନ୍ତ ନାଟକ ଓ ସ୍ବଚ୍ଛତା ରଥରେ ପ୍ରଚାର ମାଧ୍ୟମରେ ପ୍ଲାଷ୍ଟିକ୍‌ ବର୍ଜନ, ସୂତା ବ୍ୟାଗ୍‌ ବ୍ୟବହାର ଆଦି ସଂକ୍ରାନ୍ତରେ ସଚେତନ କରାଯିବ। ଏଥିସହ ଲୋକଙ୍କୁ ବ୍ୟାଗ୍‌ ବଣ୍ଟନ, ଡଷ୍ଟବିନ୍‌ ବାଣ୍ଟିବା ଆଦି କାର୍ଯ୍ୟ ହାତକୁ ନିଆଯାଇଛି। ଲୋକେ କିପରି ଆକର୍ଷିତ ହୋଇ ସଚେତନ ହେବେ ସେଥିପାଇଁ ସ୍ବଚ୍ଛତା ରଥକୁ ନିଆରା ଢଙ୍ଗରେ ସଜାଯିବ। ଏହି ରଥ ପ୍ରସ୍ତୁତି ପାଇଁ ଏକ ବିଜ୍ଞାପନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।
ସେହିପରି ଏବେ ‘ମୁଁ ସଫେଇବାଲା’ ଅଭିଯାନକୁ ସ୍କୁଲ ଓ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଛି। ମାସେ ହେବ ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ସ୍କୁଲରେ ପିଲାମାନେ ସ୍ବଚ୍ଛତା ନେଇ କ’ଣ ଶିଖିଲେ ଓ ଏହାଦ୍ୱାରା କ’ଣ ପ୍ରଭାବ ପଡ଼ିଲା ସେନେଇ ସର୍ଭେ କରିବାକୁ ବିଏମ୍‌ସି ସ୍ଥିର କରିଛି। ଏଥିପାଇଁ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯିବ। ସେମାନଙ୍କ ମଧ୍ୟରୁ କାହା ପରିବାର ସଫେଇବାଲା ଓ କାହା ପରିବାର କଚରାବାଲା ଜଣାପଡ଼ିଯିବ। ଯେଉଁ ପରିବାର ସ୍ବଚ୍ଛତା ଆପଣାଉଥିବ ସେମାନଙ୍କୁ ବିଏମ୍‌ସି ଦ୍ୱାରା ପୁରସ୍କୃତ କରାଯିବ। ସ୍ବଚ୍ଛତାକୁ ଆପଣାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ, ବ୍ୟାନର ଲଗାଇବା ପାଇଁ ବିଏମ୍‌ସି ସ୍ଥିର କରିଛି ବୋଲି ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ, ମେଡିକାଲରୁ ଡିସ୍‌ଚାର୍ଜ ପରେ…

ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): ଚିକିତ୍ସା ଅବହେଳାରୁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ କଳାହାଣ୍ଡି ଜିଲା ମୁଖ୍ୟ ମେଡିକାଲରୁ ଆସିଛି। ଶନିବାର ଜିଲାର ନର୍ଲା ଥାନା…

ମେଡିକାଲରେ ଭର୍ତ୍ତି ହୋଇଥିବା ମା’ଙ୍କୁ ଦେଖିବାକୁ ଯିବାବେଳେ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ପୁଅଙ୍କ ଜୀବନ

ସୁନ୍ଦରଗଡ଼,୧ା୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ପକ୍ଷାଘାତ ରୋଗୀଙ୍କ ହାତକୁ ଚେୟାରରେ ଦୁଇ ଘଣ୍ଟା ବାନ୍ଧି ରଖିଲା ସାପ, ତାପରେ ଯାହା ଘଟିଲା….

ହରଭଙ୍ଗା,୧।୬(ନରେନ୍ଦ୍ର ସାହୁ): ପୁରାଣରେ ସର୍ପ ବନ୍ଧନ କଥା ଶୁଣାଯାଏ କିନ୍ତୁ ବାସ୍ତବରେ କେହି ଦେଖି ନ ଥିବେ। ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଆଡେଣିଗଡ଼ ଗାଁରେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri