ସ୍ବଚ୍ଛ ଭାରତ ମିଶନର ଅଳିଆ ରୂପ: ବାହାରକୁ ପାଇଖାନା, ଭିତରେ ଜାଳ ଭାଡି

କଟକ ଅଫିସ, ୭।୭: ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶା ବାହ୍ୟ ମଳତ୍ୟାଗ ମୁକ୍ତ ରାଜ୍ୟ ହେବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ରାଜ୍ୟରେ ୧୦.୫ ଲକ୍ଷ ପାଇଖାନା ନିର୍ମାଣ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ପାଇଖାନା ନଁାରେ ବ୍ଲକସ୍ତରରେ ପ୍ରଶାସନ କିଭଳି ସରକାରଙ୍କୁ ଭୁଅଁା ବୁଲାଉଛି ତାହାର ଏକ ବଡ ପ୍ରମାଣ ଏବେ ଲୋକଲୋଚନକୁ ଆସିଛି। ବାହାରକୁ ଦେଖିବାକୁ ସ୍ବଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି କିନ୍ତୁ ପାଇଖାନା ଭିତରକୁ ଗଲେ ଜାଳ ଭାଡି। କାରଣ ପାଇଖାନା ପାଇଁ ଗୃହ ନିର୍ମାଣ କରାଯାଇଛି। ପାଇଖାନା କାନ୍ଥରେ ସ୍ବଛ ଭାରତ ମିଶନ ଲେଖାଯାଇଛି। ଏହାପରେ ହିତାଧିକାରୀଙ୍କୁ ପାଇଖାନା ବାବଦରେ ୧୨ହଜାର ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ହେଲେ ନିର୍ମିତ ପାଇଖାନା ଘର ଭିତରେ ପାଇଖାନା ବଦଳରେ ବର୍ଷାଦିନ ପାଇଁ ଜାଳ ସାଇତା ହୋଇ ରହିଛି। ମାହାଙ୍ଗା ବ୍ଲକରେ ଏଭଳି ଦୃଶ୍ୟ ସରକାରଙ୍କ ସ୍ବଛ ଭାରତ ମିଶନର ଅସଲ ଚେହେରାକୁ ପଦାରେ ପକାଇଛି। ସୂଚନାଥାଉ କି, ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ୨୦୧୨ରେ ବେସ ଲାଇନ ସର୍ଭେ ଅନୁଯାୟୀ, ଜିଲାରେ ୪୦୮୩୭୯ଜଣଙ୍କର ପାଇଖାନା ନ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୩୫୬୯୮୭ଜଣଙ୍କର ପାଇଖାନା ନିର୍ମାଣ ଶେଷ ହୋଇଥିବା ବେଳେ ୫୧୩୯୨ଜଣ ଅଦ୍ୟାବଧି ପାଇଖାନା ଅପେକ୍ଷାରେ ଥିବା ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି।

ଜିଲାର ବାରଙ୍ଗ ଓ ତିଗିରିଆ ବ୍ଲକରେ ପାଇଖାନା ନିର୍ମାଣ ଶତ ପ୍ରତିଶତ କରାଯାଇଥିବା ସୂଚନା ମିଳିଛି। ବାକି ବ୍ଲକଗୁଡିକରେ ଏହି ହାର କେଉଁଠି ୯୦ ପ୍ରତିଶତ ତ କେଉଁଠି ୮୦ ପ୍ରତିଶତ ରହିଛି। ମୋଟାମୋଟି ଭାବେ ଜିଲାରେ ପାଇଖାନା ନିର୍ମାଣ ହାର ୮୭.୪୨ ପ୍ରତିଶତ ରହିଥିବା ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ତେବେ ଉକ୍ତ ବିଭାଗ ଯେଉଁ ସଫଳତା ହାର ଦର୍ଶାଇଛି ତାହାର ବାସ୍ତବତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଯଦି ବାହାରକୁ ପାଇଖାନା ଦିଶୁଥିବା ଘର ଭିତର ଜାଳ ଭାଡି ତେବେ ପରିମଳ ବିଭାଗ ଯେଉଁ ୩୫୬୯୮୭ଟି ପାଇଖାନା ନିର୍ମାଣ ଶେଷ କରିଥିବା କହୁଛି ସେଥିରୁ କେତେ ପାଇଖାନା ନିର୍ମାଣ ପରେ ବ୍ୟବହାର ହେଉନି ତାହା ତଦନ୍ତ ସାପେକ୍ଷ ବୋଲି ମାହାଙ୍ଗା ଅଞ୍ଚଳର ସାମାଜିକ କର୍ମୀ ନବ କିଶୋର ବେହୁରା କହିଛନ୍ତି। ବେହୁରା କହିଛନ୍ତି, ଗୋଟିଏ ପାଇଖାନା ପାଇଁ ୨ଥର ବିଲ କରାଯାଉଛି। ପାଇଖାନା ଘର ନିର୍ମାଣ କରାଯାଉଛି ମାତ୍ର ତାହା ଭିତରେ ପ୍ୟାନ ନାହିଁ। ସାଲେପୁର ଅଞ୍ଚଳର ଯୁବକ ଆଲୋକ ଭୁୟଁା କୁହନ୍ତି, ଗ୍ରାମାଞ୍ଚଳର ଜଳ ଯୋଗାଣ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ଲୋକେ ପିଇବା ପାଣି ପାଇଁ ବାର ହୀନସ୍ତା ଭୋଗୁଛନ୍ତି। ଯେଉଁଠି ପିଇବାକୁ ପାଣି ନାହିଁ ସେଠାରେ ପାଇଖାନା ପାଇଁ ପାଣି ଆଣିବେ କେଉଁଠୁ। ତେଣୁ ପ୍ରଥମେ ପାଣିର ବ୍ୟବସ୍ଥା କରି ତା’ ପରେ ପାଇଖାନା ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ।

ପରିମଳ କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଥିବା ସାମାଜିକ କର୍ମୀ ମଳୟ ଷଢଙ୍ଗୀ କହିଛନ୍ତି, ଲୋକେ ସଚେତନ ହେବା ସାଙ୍ଗକୁ ବ୍ୟବସ୍ଥା ସ୍ବଛ ନ ହେଲେ ଏହି ଯୋଜନା ଦିଗହରା ହେବ। ଯଦି ପାଇଖାନା ନ କରି ବିଲ ପଇଠ କରାଯାଉଛି ତେବେ ଯୋଜନା ସଫଳ ହେବ କିଭଳି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ସଞ୍ଜୟ କୁମାର ସାମଲଙ୍କ ମତାମତ ନେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ମତାମତ ନେବା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri