ସ୍ବଚ୍ଛ ଭାରତ ମିଶନର ଅଳିଆ ରୂପ: ବାହାରକୁ ପାଇଖାନା, ଭିତରେ ଜାଳ ଭାଡି

କଟକ ଅଫିସ, ୭।୭: ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶା ବାହ୍ୟ ମଳତ୍ୟାଗ ମୁକ୍ତ ରାଜ୍ୟ ହେବ ବୋଲି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ରାଜ୍ୟରେ ୧୦.୫ ଲକ୍ଷ ପାଇଖାନା ନିର୍ମାଣ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ପାଇଖାନା ନଁାରେ ବ୍ଲକସ୍ତରରେ ପ୍ରଶାସନ କିଭଳି ସରକାରଙ୍କୁ ଭୁଅଁା ବୁଲାଉଛି ତାହାର ଏକ ବଡ ପ୍ରମାଣ ଏବେ ଲୋକଲୋଚନକୁ ଆସିଛି। ବାହାରକୁ ଦେଖିବାକୁ ସ୍ବଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି କିନ୍ତୁ ପାଇଖାନା ଭିତରକୁ ଗଲେ ଜାଳ ଭାଡି। କାରଣ ପାଇଖାନା ପାଇଁ ଗୃହ ନିର୍ମାଣ କରାଯାଇଛି। ପାଇଖାନା କାନ୍ଥରେ ସ୍ବଛ ଭାରତ ମିଶନ ଲେଖାଯାଇଛି। ଏହାପରେ ହିତାଧିକାରୀଙ୍କୁ ପାଇଖାନା ବାବଦରେ ୧୨ହଜାର ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ହେଲେ ନିର୍ମିତ ପାଇଖାନା ଘର ଭିତରେ ପାଇଖାନା ବଦଳରେ ବର୍ଷାଦିନ ପାଇଁ ଜାଳ ସାଇତା ହୋଇ ରହିଛି। ମାହାଙ୍ଗା ବ୍ଲକରେ ଏଭଳି ଦୃଶ୍ୟ ସରକାରଙ୍କ ସ୍ବଛ ଭାରତ ମିଶନର ଅସଲ ଚେହେରାକୁ ପଦାରେ ପକାଇଛି। ସୂଚନାଥାଉ କି, ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ୨୦୧୨ରେ ବେସ ଲାଇନ ସର୍ଭେ ଅନୁଯାୟୀ, ଜିଲାରେ ୪୦୮୩୭୯ଜଣଙ୍କର ପାଇଖାନା ନ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୩୫୬୯୮୭ଜଣଙ୍କର ପାଇଖାନା ନିର୍ମାଣ ଶେଷ ହୋଇଥିବା ବେଳେ ୫୧୩୯୨ଜଣ ଅଦ୍ୟାବଧି ପାଇଖାନା ଅପେକ୍ଷାରେ ଥିବା ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି।

ଜିଲାର ବାରଙ୍ଗ ଓ ତିଗିରିଆ ବ୍ଲକରେ ପାଇଖାନା ନିର୍ମାଣ ଶତ ପ୍ରତିଶତ କରାଯାଇଥିବା ସୂଚନା ମିଳିଛି। ବାକି ବ୍ଲକଗୁଡିକରେ ଏହି ହାର କେଉଁଠି ୯୦ ପ୍ରତିଶତ ତ କେଉଁଠି ୮୦ ପ୍ରତିଶତ ରହିଛି। ମୋଟାମୋଟି ଭାବେ ଜିଲାରେ ପାଇଖାନା ନିର୍ମାଣ ହାର ୮୭.୪୨ ପ୍ରତିଶତ ରହିଥିବା ଜିଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ତେବେ ଉକ୍ତ ବିଭାଗ ଯେଉଁ ସଫଳତା ହାର ଦର୍ଶାଇଛି ତାହାର ବାସ୍ତବତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଯଦି ବାହାରକୁ ପାଇଖାନା ଦିଶୁଥିବା ଘର ଭିତର ଜାଳ ଭାଡି ତେବେ ପରିମଳ ବିଭାଗ ଯେଉଁ ୩୫୬୯୮୭ଟି ପାଇଖାନା ନିର୍ମାଣ ଶେଷ କରିଥିବା କହୁଛି ସେଥିରୁ କେତେ ପାଇଖାନା ନିର୍ମାଣ ପରେ ବ୍ୟବହାର ହେଉନି ତାହା ତଦନ୍ତ ସାପେକ୍ଷ ବୋଲି ମାହାଙ୍ଗା ଅଞ୍ଚଳର ସାମାଜିକ କର୍ମୀ ନବ କିଶୋର ବେହୁରା କହିଛନ୍ତି। ବେହୁରା କହିଛନ୍ତି, ଗୋଟିଏ ପାଇଖାନା ପାଇଁ ୨ଥର ବିଲ କରାଯାଉଛି। ପାଇଖାନା ଘର ନିର୍ମାଣ କରାଯାଉଛି ମାତ୍ର ତାହା ଭିତରେ ପ୍ୟାନ ନାହିଁ। ସାଲେପୁର ଅଞ୍ଚଳର ଯୁବକ ଆଲୋକ ଭୁୟଁା କୁହନ୍ତି, ଗ୍ରାମାଞ୍ଚଳର ଜଳ ଯୋଗାଣ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ଲୋକେ ପିଇବା ପାଣି ପାଇଁ ବାର ହୀନସ୍ତା ଭୋଗୁଛନ୍ତି। ଯେଉଁଠି ପିଇବାକୁ ପାଣି ନାହିଁ ସେଠାରେ ପାଇଖାନା ପାଇଁ ପାଣି ଆଣିବେ କେଉଁଠୁ। ତେଣୁ ପ୍ରଥମେ ପାଣିର ବ୍ୟବସ୍ଥା କରି ତା’ ପରେ ପାଇଖାନା ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ।

ପରିମଳ କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଥିବା ସାମାଜିକ କର୍ମୀ ମଳୟ ଷଢଙ୍ଗୀ କହିଛନ୍ତି, ଲୋକେ ସଚେତନ ହେବା ସାଙ୍ଗକୁ ବ୍ୟବସ୍ଥା ସ୍ବଛ ନ ହେଲେ ଏହି ଯୋଜନା ଦିଗହରା ହେବ। ଯଦି ପାଇଖାନା ନ କରି ବିଲ ପଇଠ କରାଯାଉଛି ତେବେ ଯୋଜନା ସଫଳ ହେବ କିଭଳି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ସଞ୍ଜୟ କୁମାର ସାମଲଙ୍କ ମତାମତ ନେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ମତାମତ ନେବା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri