ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ତିନିଜଣିଆ ଟିମ୍ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି ଟିମ୍ର ଅଧିକାରୀମାନେ ପ୍ରକଳ୍ପ ସ୍ଥଳକୁ ଯାଇ ଶ୍ରୀମନ୍ଦିର ଚୌହଦିରେ କ’ଣ ସବୁ ନିର୍ମାଣ ହେଉଛି, ପ୍ରକଳ୍ପ ପାଇଁ କେତେ ଗଭୀରରୁ ପିଲର ଉଠୁଛି, ପିଲର୍ ଏବଂ ବିମ୍ର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିଛନ୍ତି। ଏନେଇ ସେମାନେ ଜିଲାପାଳ ସମର୍ଥ ବର୍ମା, ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକ୍ଶନ କର୍ପୋରେଶନ (ଓବିସିସି) ଲିମିଟେଡ୍ ଏବଂ ଟାଟା କନଷ୍ଟ୍ରକଶନ୍ ଲିମିଟେଡ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନଙ୍କ ସହ ବୁଲି ନିର୍ମାଣ କାର୍ଯ୍ୟକୁ ତନ୍ନତନ୍ନ କରି ଦେଖିଛନ୍ତି। ଏଥିସହ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ମାପଚୁପ ମଧ୍ୟ କରିଛନ୍ତି। ଏହି ଟିମ୍ରେ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି, ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏବଂ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ସାମିଲ ଥିଲେ।
ମେଘନାଦ ପାଚେରୀଠାରୁ ୫୫ ମିଟର ଦୂରରେ ନିର୍ମାଣ ହେବାକୁ ଥିବା ପ୍ରାଚୀର ସ୍ଥାନରେ ଏଏସ୍ଆଇ ଟିମ୍ ପରୀକ୍ଷା ନିରୀକ୍ଷା କରିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖନନ ଓ ନିର୍ମାଣ କାର୍ଯ୍ୟ ଠିକ କି ନୁହେଁ ସେନେଇ ମଧ୍ୟ ପ୍ରଶାସନ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି। ଜିଲାପାଳ ବର୍ମା ଏଏସ୍ଆଇ ଟିମ୍କୁ ନିର୍ମାଣସ୍ଥଳୀମାନ ବୁଲାଇ ଦେଖାଇଥିଲେ। ଟିମ୍ର ସଦସ୍ୟମାନେ ପ୍ରଥମେ ପଶ୍ଚିମଦ୍ୱାର ପଟେ ନିର୍ମାଣାଧୀନ ଇନ୍ଫର୍ମେଶନ୍ କିଓସ୍କୋ, ଶେଲଟର ପାଭିଲିଅନ୍, କ୍ଲକ୍ରୁମ୍ ଓ ଶୌଚାଳୟ କାର୍ଯ୍ୟ ଯାଞ୍ଚ କରିବା ପରେ ଦକ୍ଷିଣଦ୍ୱାର ଏବଂ ଏମାର ମଠ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଆଇନତଃ ଠିକ୍ କିମ୍ବା ଭୁଲ୍ ସେନେଇ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିଲେ। ଜିଲା ପ୍ରଶାସନଠାରୁ ଆରମ୍ଭ କରି ଠିକା କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଏପରି କି ଏଏସ୍ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି ମଧ୍ୟ ସିଧାସଳଖ ଭାବେ ଏହି ପ୍ରସଙ୍ଗରେ କୌଣସି ଉତ୍ତର ରଖି ନ ଥିଲେ। ସେ କହିଥିଲେ, ଏ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ସ୍ଥିତି ପରଖିବା ପାଇଁ ଆସିଛି। ବିଚାରାଧୀନ ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏସମ୍ପର୍କିତ ତଥ୍ୟ ସାର୍ବଜନୀନ ହେବ। ଅନ୍ୟପକ୍ଷରେ ଐତିହ୍ୟ କରିଡର କାର୍ଯ୍ୟରେ ଏଏସ୍ଆଇର ନୀରବତାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ପୁରୀ ସହରର ବୁଦ୍ଧିଜୀବୀ, ଆଇନଜୀବୀ ଓ ଜନସାଧାରଣ ଏଏସ୍ଆଇର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ଏଭଳି ନିର୍ମାଣ କାର୍ଯ୍ୟ ପରେ ଶ୍ରୀମନ୍ଦିର ସୁରକ୍ଷିତ ରହିବ କି ନାହିଁ ଏବଂ ଏଏସ୍ଆଇ ଅନୁମତିରେ କାମ ହେଉଛି ନା ନାହିଁ, ସେନେଇ ଏଏସ୍ଆଇ ତୁରନ୍ତ ସ୍ପଷ୍ଟ କରିବା ଦରକାର ବୋଲି ପୁରୀ ଓକିଲ ସଂଘ କହିଛି।
Posted inଆମ ଜିଲା ଖବର, ପୁରୀ View All

୩ ଜରିମାନା ଖିଲାପୀ ଖଣିର ସମ୍ପତ୍ତି ଜବତ ନିର୍ଦ୍ଦେଶ
କେନ୍ଦୁଝର,୨ା୨(ଡ଼ି.ଏନ୍.ଏ.)- ଜରିମାନା ଖିଲାପୀ ଖଣି ଲିଜ୍ଧାରୀଙ୍କ ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଓପିଡିଆର୍ ସାର୍ଟିଫିକେଟ କେଶ ମଧ୍ୟରୁ ଶନିବାର ୩ଟି ଖଣିର ଶୁଣାଣି ହୋଇଛି।...

୩୫ ୟୁନିଟ୍ ରକ୍ତ ସଂଗୃହୀତ
ସୋର,୨୪ା୪(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଶରୀପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଚନ୍ଦନେଶ୍ୱର ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ...
ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ
ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା...

ଜିଲା ପ୍ରଶାସନ ତରଫରୁ ଦିଆଗଲା ଶୁଖିଲା ରାଶନ
ବାଲେଶ୍ୱର ଅଫିସ, ୧୦।୫-ଲକଡାଉନ ସମୟରେ ନିଜ ଗୁଜରାଣ ମେଣ୍ଟାଇବା ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ୫୩ଟି ଅସହାୟ ପରିବାରଙ୍କୁ ଜିଲା ପ୍ରଶାସନ ତରଫରୁ ଶୁଖିଲା...

ମହାନଦୀରେ ଘଡ଼ିଆଳ କୁମ୍ଭୀର
କଟକ ଅଫିସ,୩୦ା୧: ମହାନଦୀର ମଧୁସୂଦନ ବ୍ରିଜ ନିକଟରେ ରବିବାର ଏକ କୁମ୍ଭୀର ବୁଲୁଥିଲା। ଏହାକୁ ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଥିଲା। ଏଠାକାର...

ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ
କର୍ଲାମୁଣ୍ଡା,୨୨।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ...

ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ, ୨ ଗିରଫ
ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ...