Posted inଖେଳ

ସ୍ଥିତି ଉପରେ ନଜର

ନୂଆଦିଲ୍ଲୀ, ୨୮ା୩ (ପି.ଟି.)- ସବୁଠାରୁ କ୍ଷମତାଶାଳୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ବସିଥିଲା। ଏହା ଟେଲିକନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତର ତରଫରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ପୂର୍ବତନ ସଭାପତି ଭାଗନେବେ ବୋଲି ପ୍ରଥମେ ଶୁଣାଯାଉଥିଲା। ମାତ୍ର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଏଥିରେ ଦେଶ ତରଫରୁ ପ୍ରତିନିଧିତ୍ୱ କରିଥିଲେ।
କୋଭିଡ୍‌-୧୯ କେବଳ କ୍ରିକେଟ ନୁହେଁ ବିଶ୍ୱର ସମସ୍ତପ୍ରକାର କ୍ରୀଡ଼ା କାର୍ଯ୍ୟକଳାପକୁ ନିସ୍ତେଜ କରିଦେଇଛି। ଏହି ପରିପ୍ରେକ୍ଷୀରେ ଟି୨୦ ବିଶ୍ୱକପ୍‌ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସମେତ ଆଇସିସି ଦ୍ୱାରା ପରିଚାଳିତ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକ ଲାଗି ବିଭିନ୍ନ ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ବହୁ ଦ୍ୱିପାକ୍ଷିକ ଟେଷ୍ଟ ସିରିଜକୁ ଇତିମଧ୍ୟରେ ବାତିଲ କରିବାକୁ ହୋଇଛି। ବିଶ୍ୱ କ୍ରୀଡ଼ାରେ କରୋନା ଭାଇରସ୍‌ର ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କୋଭିଡ୍‌-୧୯ ମହାମାରୀର ଅଗ୍ରଗତି ଉପରେ ନିଜର ରଖାଯିବ। ପର୍ଯ୍ୟାୟକୁ ପର୍ଯ୍ୟାୟ ଅନୁଧ୍ୟାନ କରି ଅକସ୍ମିକ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶାହାନେ ପ୍ରକାଶ କରିଛନ୍ତି। ବୈଠକରେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନ ପରିବର୍ତ୍ତନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କରୋନା ଭାଇରସ୍‌ ସମ୍ପର୍କିତ ଦୃଶ୍ୟପଟ୍ଟକୁ ଭିତ୍ତି କରି ଆଇସିସି ଇଭେଣ୍ଟଗୁଡ଼ିକ ସମ୍ପର୍କରେ ଆଇସିସି ମ୍ୟାନେଜମେଣ୍ଟ ସଦସ୍ୟମାନଙ୍କ ମତାମତକୁ ନେଇ ତୁରନ୍ତ ପଦକ୍ଷେପ ନେବ। ଇଂଲଣ୍ଡ ଆଗକୁ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ଯଦି ଏହା ସମ୍ଭବପର ନୁହେଁ ତେବେ ପଏଣ୍ଟ କିପରି ବଣ୍ଟାଯିବ ବୋଲି ବୋର୍ଡର ଜଣେ ସଦସ୍ୟ ପ୍ରଶ୍ନ କରିବାରୁ ଶାହାନେ କହିଥିଲେ। ଏ ବିଷୟରେ ନିଷ୍ପତ୍ତି ଟେକ୍‌ନିକାଲ କମିଟି ନେବ। ସହମତି ଭିତ୍ତିରେ ଏହି ସମସ୍ୟାର ସମାଧାନ କରାଯାଇ ପାରେ। ବୋର୍ଡର କେତେଜଣ ସଦସ୍ୟ କହିଥିଲେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଅକ୍ଟୋବରରେ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଏହା ପ୍ରତି ବିପଦ ଥିବା ଭଳି ମନେ ହେଉ ନାହିଁ। କାରଣ ଆହୁରି ଅନେକ ଦିନ ବାକି ରହିଛି। ଜୁନ୍‌ରେ ଯଦି ପରିସ୍ଥିତି ନିୟନ୍ତ୍ରଣକୁ ଚାଲି ଆସେ ତେବେ ବିଭିନ୍ନ ପ୍ରସ୍ତାବକୁ ବିଚାର କରି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜଣେ ସିନିୟର ଅଫିସିଆଲ କହିଛନ୍ତି। ବୋର୍ଡ ବୈଠକରେ ୨୦୧୯ ଫାଇନାନ୍ସିିଆଲ ଅଡିଟ୍‌ ରିପୋର୍ଟ ଏବଂ ୨୦୧୯ ଆଇସିସି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri