ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ କୁନାଲ ସିଂଙ୍କ ସହ ୫ଜଣଙ୍କୁ ଅଟକ ରଖିଛି। ମୃତ ମହିଳା ହେଲେ ଆରତୀ ଦେବୀ (୨୦)।

ସୂଚନାନୁଯାୟୀ, ଡିସେମ୍ବର ୩୧ରୁ ଆରତୀ ନିଖୋଜ ଥିଲେ। ବାପା ସତେନ୍ଦ୍ର ସିଂ ଝିଅକୁ ହତ୍ୟା କରିଥିବା ନେଇ ଜାନୁୟାରୀ ୩ ତାରିଖରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଜାନୁୟାରୀ ୯ରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତ କୁନାଲଙ୍କ ବନ୍ଦ ପଡିଥିବା ଘର ଭିତରେ ମାଟି ଖୋଳା ଯାଇଥିଲା। ହେଲେ ଆରତୀଙ୍କ ମୃତଦେହ ସେମାନେ ପାଇ ନ ଥିଲେ। ହେଲେ ଘର ସମ୍ମୁଖରେ ଥିବା ଏକ ଅଟୋରୁ ରକ୍ତାଛିଟା ଥିବା ଲୁହା ରଡ ପୋଲିସ ଜବତ କରିଥିଲା । ସେ ସମୟରେ ପୋଲିସ ଆରତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା । ପୋଲିସର ୪ଟି ଟିମ ଗଠନ କରି ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଥିଲେ । ସେଠାରେ ଅଭିଯୁକ୍ତ କୁନାଲ ଓ ତାଙ୍କ ପରିବାରକୁ ଗିରଫ କରିବା ପରେ ସମସ୍ତ ତଥ୍ୟ ସାମନାକୁ ଆସିଥିଲା। ନିଖୋଜ ହେବାର ୧୮ଦିନ ପରେ ଶନିବାର ମାଟି ଖୋଳିି ପୋଲିସ ଆରତୀଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରିବା ପରେ ଘରୁ ୫ କିମି ଦୂର ବାଗୁଡିଆ ଆମ୍ବବୁରେଇଠାରେ ଅଭିଯୁକ୍ତ ସ୍ବାମୀ କୁନାଲ ପୋତି ଦେଇଥିବା ପୋଲିସ କହିଛି। ଏହି ଘଟଣାରେ କୁନାଲଙ୍କ ସମେତ ପରିବାରର ୫ଜଣ ସଦସ୍ୟଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରୁ ୨ଟି କୋଢ଼ି, ଶାବଳ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ କୁନାଲଙ୍କ ସୂଚନା ଅନୁସାରେ ଜାଗା ଚିହ୍ନଟ କରି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଅତିରିକ୍ତ ଏସ୍‌ପି ପିକେ ମହାପାତ୍ର, ଏସ୍‌ଡିପିଓ ତପନ କୁମାର ମହାନ୍ତିଙ୍କ ସମେତ ପୋଲିସ ଟିମ ଉପସ୍ଥିତ ରହିଥିଲେ । ମୃତ ଆରତୀଙ୍କ ପରିବାର ବିହାରରୁ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ମିଠା ନାଁରେ ଜହର ବିକ୍ରି

ରାଉରକେଲା ଅଫିସ,୪।୩: ରାଉରକେଲାରେ ଶତାଧିକ ଫାଷ୍ଟ୍‌ଫୁଡ୍‌, ଜଳଖିଆ, ବେକେରୀ ଓ ମିଠା ଦୋକାନ ରହିଛି। ତେବେ ଅଧିକାଂଶ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା...

ପ୍ରଶାସନର ଅସହଯୋଗ: ଦାରିଙ୍ଗବାଡ଼ି ପଞ୍ଚାୟତ ଶଟ୍‌ଡାଉନ୍‌ ପ୍ରତ୍ୟାହାର କଲେ ସରପଞ୍ଚ

ଦାରିଙ୍ଗବାଡ଼ି,୨୨ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତରେ ଜଣେ ଶିକ୍ଷକ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ସ୍ଥାନୀୟ ସରପଞ୍ଚ ରାଧାକାନ୍ତ ପ୍ରଧାନ ନିଜ ପଞ୍ଚାୟତ...

ସଙ୍କଟରେ ଜାତୀୟ ଉଦ୍ୟାନ ମାନ୍ୟତା

କେନ୍ଦ୍ରାପଡ଼ା ଅଫିସ, ୧୫ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଥିବା ଭିତରକନିକାର ଜୈବ ବିବିଧତା ବିଶ୍ୱ ପ୍ରସିଦ୍ଧ। ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ...

ପ୍ରେମ ପରେ ପ୍ରତାରଣା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଅଭିଯୁକ୍ତ ପ୍ରେମିକ

ରୂପ୍‌ସା, ୧୬।୭(ଡି.ଏନ.ଏ.)-ଦିଲ୍ଲୀରେ ଜଣେ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା ଓଡ଼ିଆ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଶେଷରେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି।...

ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ...

ଆଗରେ ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୭ା୬(ବ୍ୟୁରୋ): ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ହୋଇସାରିଛି । ନୂଆ ମନ୍ତ୍ରୀମାନେ ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ୬-ଟି...

Advertisement
Archives

Model This Week