Posted inଖେଳ

ସ୍କୋପମ୍ୟାନ ଭାରତ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ,୧୮।୧(ପି.ଟି.)- ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ପୂର୍ବତନ ଡଚ୍‌ ମହିଳା ହକି ତାରକା ଜାନେକ୍‌ ସ୍କୋପ୍‌ମ୍ୟାନ ଭାରତୀୟ ମହିଳା ହକି ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଶୁକ୍ରବାର ହକି ଇଣ୍ଡିଆ ଏ ନେଇ ଘୋଷଣା କରିଛି। ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ପ୍ରସ୍ତୁତି ପାଇଁ ତାଙ୍କ ନିଯୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ୟୁନିଟ୍‌ ଆହୁରି ଦୃଢ଼ ହେବ। ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ।
୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍କୋପମ୍ୟାନ ନେଦରଲାଣ୍ଡ୍ସ ମହିଳା ଦଳ ତରଫରୁ ପ୍ରତିନିଧିତ୍ୱ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପୂର୍ବରୁ ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ନିଜ ସମୟରେ ସେ ଜଣେ ଉଚ୍ଚକୋଟୀର ହକି ଖେଳାଳି ଥିଲେ। ଶନିବାର ସେ ବେଙ୍ଗାଲୁରୁସ୍ଥିତି ସାଇ ସେଣ୍ଟରରେ ଚାଲିଥିବା ଜାତୀୟ ହକି କ୍ୟାମ୍ପ ଅବସରରେ ଦଳରେ ଯୋଗଦେବେ। ଭାରତ ସିଜିନ ଆରମ୍ଭରେ ନ୍ୟୁଜିଲାଣ୍ଡକୁ ଭେଟିବ। ଆୟୋଜକ ଗ୍ରେଟ ବ୍ରିଟେନ ସହିତ ମଧ୍ୟ ଭାରତ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ସ୍କୋପ୍‌ମ୍ୟାନ ଭାରତୀୟ ଦଳ ସହ ଯାତ୍ରା କରିବେ। ଭାରତୀୟ ମହିଳ ଦଳ ସହ କାର୍ଯ୍ୟକରିବାକୁ ବେଶ୍‌ ଆଗ୍ରହୀ ବୋଲି ସ୍କୋପମ୍ୟାନ କହିଛନ୍ତି। ଭାରତୀୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ସଫଳତା ପାଇଁ ଖେଳାଳିମାନେ ବେଶ୍‌ ବ୍ୟଗ୍ର ଅଛନ୍ତି। ଦଳ ସହିତ କାର୍ଯ୍ୟ କରି ଭାରତକୁ ସଫଳ କରାଇବା ଲକ୍ଷ୍ୟରେ ରହିଛି ବୋଲି ସେ କହିଛନ୍ତି।
ଦୁଇବର୍ଷ ସଫଳତାର ସହ ନେଦରଲାଣ୍ଡ୍ସର ନେତୃତ୍ୱ ନେବା ପରେ ସେ ଅବସର ଗ୍ରହଣ କରିଥିଲେ। ୨୦୦୬ରେ ନେଦରଲାଣ୍ଡ୍ସ ବିଶ୍ୱକପ୍‌ ଜିତିଥିଲା ଓ ସେ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ୨୦୦୨ ଓ ୨୦୧୦ ବିଶ୍ୱକପ୍‌ରେ ମଧ୍ୟ ସେ ରୌପ୍ୟ ପଦକ ହାସଲ କରିଥିଲେ। ୪୨ ବର୍ଷୀୟା ସ୍କୋପମ୍ୟାନ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଆମେରିକା ମହିଳା ହକି ଦଳର କୋଚ୍‌ ରହିଥିଲେ। ଏହା ବ୍ୟତୀତ ସେ ଆମେରିକା ୨୧ ବର୍ଷରୁ କମ୍‌ ମହିଳା ଦଳ ସହିତ ଜଡିତ ରହିଆସିଥିଲେ। ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସେ ଆମେରିକା ମହିଳା ଦଳର ଆସିଷ୍ଟାଣ୍ଟ କୋଚ୍‌ ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ଫଳରେ ଏହାପରେ ତାଙ୍କୁ ହେଡ୍‌ କୋଚ୍‌ ଦାୟିତ୍ୱ ଦିଆଯାଇଥିଲା।
ଭାରତୀୟ ହେଡ୍‌ କୋଚ୍‌ ଜୋଏର୍ଡ ମାରିଜନେ ସ୍କୋପମ୍ୟାନଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି। ତାଙ୍କୁ ପୂର୍ବରୁ ଜାଣିଛି। ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବାରେ ସେ ସହାୟ ହେବେ ବୋଲି ମାରିଜନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଖ୍ୟ କୋଚ୍‌ ପଦବୀରୁ ଅବ୍ୟାହତି ନେଲେ ବାହାଦୁର ସିଂ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ଆଥଲେଟିକ୍ସ କୋଚ୍‌ ପଦବୀରୁ ବାହାଦୁୁର ସିଂ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୨୫ବର୍ଷ ଧରି ଏହି ପଦବୀରେ ଥିଲେ। ଭାରତରେ କୌଣସି...

ଟି୨୦ ବିଶ୍ୱକପ୍‌ ଆୟୋଜନ ହୋଇ ନ ପାରିଲେ ଆଇପିଏଲ୍‌ ହେଉ: ହୋଲ୍ଡିଂ

ନୂଆଦିଲ୍ଲୀ,୮।୬: ଯଦି ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନ ହୋଇପାରେ ତା‘ହେଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

କୋଭିଡ୍‌-୧୯ ସତ୍ତ୍ୱେ ଏସିଆନ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ହେବ

କୁଆଲାଲମ୍ପୁର,୧୫।୪ (ଏଏଫ୍‌ପି): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଏସିଆରେ ସବୁ ଆଗଧାଡିର ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।...

ଏହି ଫଟୋ ପାଇଁ ପୁରସ୍କାର ଜିତିଲେ ସଚିନ ତେନ୍ଦୁଲକର

ବର୍ଲିନ,୧୮।୨: ଲରିୟସ୍‌ ବିଶ୍ୱ ସ୍ପୋର୍ଟସ ପୁରସ୍କାର ଘୋଷଣା କରାଯାଇଛି। ରେସର୍‌ ଲୁଇସ୍‌ ହାମିଲଟନ୍‌ ଏବଂ ଫୁଟବଲର୍‌ ଲିଓନେଲ ମେସି ସଂଯୁକ୍ତ ଭାବେ ବିଶ୍ୱ ସ୍ପୋର୍ଟସ ମ୍ୟାନ୍‌...

ଥମୁନି ଆରସିବି ବ୍ୟାଟ୍ସମ୍ୟାନଙ୍କ ଶତକ ଧାରା

ବାଙ୍ଗାଲୋର,୧।୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓପନର ତଥା କର୍ନାଟକ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଏବେ ଚମତ୍କାର ଫର୍ମରେ। ଚଳିତ ବିଜୟ ହଜାରେ ଟ୍ରଫିରେ...

ବିଟ୍‌ ଫେଉଜ ଜିତିଲେ ପ୍ରଥମ କିଜ୍‌ବୁହେଲ ଡାଉନ୍‌ହିଲ ସ୍କି ରେସ୍‌ ଟାଇଟଲ

କିଜବୁହେଲ,୨୩।୧(ଏପି): ସୁଇଜରଲାଣ୍ଡ ସ୍କି ରେସର ବିଟ୍‌ ଫେଉଜ ପ୍ରଥମଥର ପାଇଁ ଅଷ୍ଟ୍ରିଆର କିଜ୍‌ବୁହେଲରେ ଅନୁଷ୍ଠିତ ସ୍କି ରେସ୍‌ ଡାଉନ୍‌ହିଲ ବିଜୟ ହାସଲ କରିଛନ୍ତି। ଏଥିସହିତ ସେ...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନାରେ ଦାର୍‌ଙ୍କ ରେକର୍ଡ

ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା...

Advertisement
Archives

Model This Week