‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ ପ୍ଲାକାର୍ଡ, ଯେଉଁଥିରେ ଦର୍ଶାଯାଇଥିଲା ‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’। ଖୁବ୍‌ ସଂକ୍ଷିପ୍ତ ଭାବେ ଲେଖାଯାଇଥିବା ସେହି ଗୋଟିଏ ଧାଡ଼ିରେ ପ୍ରତିଫଳନ ହୋଇଥିଲା ବିଶ୍ୱବାସୀ ନୀରବରେ ଭୋଗୁଥିବା ସମସ୍ୟାର ଚିତ୍ର। ଏହାପରେ ଯାହା ଘଟିଗଲା ତାହା ଇତିହାସ। ମାତ୍ର ୧୫ ବର୍ଷ ବୟସରୁ ବିଶ୍ୱବାସୀଙ୍କୁ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ଗହନ ପାଠ ପଢ଼ାଇଥିବା ଏହି କୁନି ପରିବେଶବିତ୍‌ ଜଣକ ହେଲେ ଗ୍ରେଟା ଥନ୍‌ବର୍ଗ।
୨୦୧୮ ଅଗଷ୍ଟ ୨୦ ପୂର୍ବରୁ ଗ୍ରେଟା ଥିଲେ ଜଣେ ଅପରିଚିତ ଚେହେରା। କେହି ତାଙ୍କୁ ଜାଣି ନ ଥିଲେ କି ଚିହ୍ନି ବି ନ ଥିଲେ। ହେଲେ ପରିବେଶ ସୁରକ୍ଷା ପାଇଁ ତାଙ୍କର ନିଆରା ଅଭିଯାନ ଏବେ ତାଙ୍କୁ ବିଶ୍ୱବ୍ୟାପୀ ଦେଇଛି ପରିଚିତି। ମନୁଷ୍ୟକୃତ କାରଣରୁ ସବୁଜ ପରିବେଶ ଆଜି ଧ୍ୱଂସାଭିମୁଖୀ। ଏହାକୁ ଖେଳିବୁଲିବା ବୟସରେ ହୃଦୟଙ୍ଗମ କରିପାରିଛନ୍ତି ଗ୍ରେଟା।
ହଠାତ୍‌ କାଳ୍ପନିକ ଜୀବନଶୈଳୀରୁ ବାସ୍ତବବାଦୀ ହୋଇଯାଇଥିବା ଗ୍ରେଟାଙ୍କ କହିବା କଥା, ଜଳବାୟୁ ପରିବର୍ତ୍ତନ ଏବଂ ଏହାକୁ ନେଇ ଆସନ୍ନ ଗମ୍ଭୀର ସମସ୍ୟାକୁ ରାଜନେତାମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଏହା ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲା। ଫଳରେ ସେ ସ୍କୁଲରୁ ଛୁଟି ନେଇ ଏହାର ପ୍ରତିବାଦ କରିବାକୁ ବାହାରିପଡ଼ିଥିଲେ। ଏହାପରେ ଏଥିରେ ଯୋଡ଼ି ହୋଇଗଲେ ବିଭିନ୍ନ ଛାତ୍ର ସଙ୍ଗଠନ। ସବୁଆଡୁ ତାଙ୍କର ଏହି ଅଭିଯାନକୁ ମିଳିଲା ଅକୁଣ୍ଠ ସମର୍ଥନ। ବିଭିନ୍ନ ସ୍ଥାନରେ ଜଳବାୟୁ ପରିବର୍ତ୍ତନକୁ ବେଖାତିର କରିଚାଲିଥିବା ରାଜନେତାଙ୍କ ବିରୋଧରେ ଆରମ୍ଭ ହେଲା ପ୍ରତିବାଦ। ଅଭିଯାନକୁ ଆହୁରି ଶାଣିତ କରିବାକୁ ସେ ଆରମ୍ଭ କଲେ ‘ଫ୍ରାଇଡେ ଫର ଫ୍ୟୁଚର’। ପରିବେଶ ପ୍ରତି ଏପରି ଭଲପାଇବା କାରଣରୁ ତାଙ୍କୁ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଉଦ୍‌ବୋଧନ ଦେବାକୁ ମିଳିଥିଲା ସୁଯୋଗ। ସେ ସମ୍ମିଳନୀରେ ରଖିଥିବା ଅଭିଭାଷଣ ତଥାକଥିକ ରାଷ୍ଟ୍ରନାୟକମାନଙ୍କ ଚିନ୍ତା ବଢ଼ାଇଦେଲା। ଏହାକୁ ଗମ୍ଭୀରତାର ସହ ନେଲେ ପରିବେଶବିତ୍‌, ଛାତ୍ର। ପ୍ରତି ସପ୍ତାହରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ହେଲା। ବିରୋଧ ପ୍ରଦର୍ଶନ କରାଗଲା। ଏବେ ଏହି ଅଭିଯାନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ ଯୋଡ଼ି ହୋଇଗଲେଣି। ଅକାଟ୍ୟ ତଥ୍ୟ ଉପସ୍ଥାପନା ପାଇଁ ଗ୍ରେଟା ସବୁଠି ପରିଚିତ। ସେ ନିଜ ଅଭିଭାଷଣରେ ରଖୁଥିବା ତଥ୍ୟକୁ ଆଧାର କରି ପରିବେଶ ସୁରକ୍ଷା ଏବଂ ତାପମାତ୍ରା ହ୍ରାସ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେବଳ ଏତିକି ନୁହେଁ, ପ୍ରଥମେ ନିଜଠୁ ଆରମ୍ଭ ନ୍ୟାୟରେ ସେ ନିଜ ପରିବାର ସଦସ୍ୟଙ୍କ ଜୀବନ ଶୈଳୀ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି। ଏଥିରେ ମାଂସ ବର୍ଜନ, ବିମାନରେ ଯାତ୍ରା ବନ୍ଦ ଭଳି ନିୟମ ଲାଗୁ ହୋଇଛି। ୨୦୧୯ରେ ଟାଇମ୍ସ ମାଗାଜିନ ଗ୍ରେଟାଙ୍କୁ କଭର ପୃଷ୍ଠାରେ ସ୍ଥାନିତ କରିଥିଲା। ଏହା ଶୀର୍ଷକ ରହିଥିଲା ‘ନେକ୍‌ଷ୍ଟ ଜେନେରେଶନ ଲିଡର’। ତାଙ୍କ ଜୀବନଗାଥାକୁ ଆଧାର କରି ୩୦ ମିନିଟ୍‌ ଅବଧିର ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ ହୋଇଛି। ସୂଚନାଯୋଗ୍ୟ, ଗ୍ରେଟାଙ୍କ ଜନ୍ମ ୨୦୦୩ରେ ହୋଇଥିଲା। ତାଙ୍କ ମା’ ମେଲିନା ଏର୍ନମ୍ୟାନ ଜଣେ ଅପେରା ଗାୟିକା। ବାପା ସ୍ବାନ୍ତ ଥନ୍‌ବର୍ଗ ଜଣେ ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ଋତୁରେ ପତ୍ନୀଙ୍କ ସହ ପାକିସ୍ତାନ ଭ୍ରମଣରେ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୦।୬: ପ୍ରିନ୍ସ ଓ୍ବିଲିୟମ୍ସ ଓ ଡଚେସ୍‌ ଅଫ୍‌ କେମ୍ବ୍ରିଜ୍‌ କେଟେ ମିଡିଲଟନ୍‌ ଆସନ୍ତା ଶରତ ଋତୁରେ ପାକିସ୍ତାନ ଭ୍ରମଣରେ ଯିବେ ବୋଲି ଜଣାପଡିଛି। କେନସିଂଟନ୍‌ ପ୍ୟାଲେସ...

ଧ୍ୟାନ କରୁଛି ମାଙ୍କଡ: ଭିଡିଓ ହେଲା ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ...

ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି।...

ମୂଳ ଭାରତୀୟ କମଳା ହେରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି  ପ୍ରାର୍ଥୀ ହୋଇଛନ୍ତି । ଦଳ ପକ୍ଷରୁ ରାଷ୍ଟ୍ରପତି...

ବହୁ ପୁରାତନ ପଥର, ଯାହା ଲହୁଣିରୁ ସୃଷ୍ଟି ନେଇ ରହିଛି ବିଶ୍ୱାସ

ଏପରି କିଛି ଜିନିଷ ଅଛି, ଯାହାର ସୃଷ୍ଟି ରହସ୍ୟ ଏଯାବତ୍‌ କାହାକୁ ଜଣାନାହିଁ। ଏହାର ଏକ ଉଦାହରଣ ହେଉଛି ତାମିଲନାଡ଼ୁର ମହାବଳିପୁରମ୍‌ରେ ଥିବା ୧୨ ବର୍ଷ...

ପାକିସ୍ତାନର ଉତ୍ତର ୱଜିରିସ୍ତାନରେ ଆତ୍ମଘାତି ବିସ୍ଫୋରଣ, ୩ ସୁରକ୍ଷାକର୍ମୀଙ୍କ ସମେତ ୬ ମୃତ

ଇସଲାମାବାଦ,୧୫ ।୫: ଭାରତ ବିରୋଧରେ ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନ ଏବେ ନିଜେ ସେହି ନିଆଁରେ ଜଳି ପୋଡି ପାଉଁଶ ହେଉଛି । ଉତ୍ତର ୱଜିରିସ୍ତାନର...

ମହିଳାଙ୍କ ହତ୍ୟାକାରୀ ନିଜକୁ ଭଗବାନ କହିଲେ

ନ୍ୟୁୟର୍କ, ୧୭ା୧: ନ୍ୟୁୟର୍କରେ ଟାଇମ୍ସ ସ୍କୋୟାର ସବ୍‌ଓ୍ବେ ଷ୍ଟେଶନରେ ସାଇମନ୍‌ ମାର୍ସିଆଲ ନାମକ ଜଣେ ବ୍ୟକ୍ତି ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଶନିବାର ଟ୍ରେନ୍‌ ଆଗକୁ...

୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…

ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ...

Advertisement
Archives

Model This Week