ସ୍କୁଲ ଯାଉଛି ରୋବୋ

ଟୋକିଓ: ପ୍ରାୟତଃ ପିଲାମାନେ ରୋଗରେ ପଡ଼ିଲେ ସ୍କୁଲ ଯିବାକୁ ପସନ୍ଦ କରି ନ ଥାନ୍ତି। ଏହି ସମୟରେ ସ୍କୁଲରେ ପାଠ ପଢ଼ା ଆଗେଇ ଯାଉଥିବା ବେଳେ ପିଲା ପଛରେ ରହିଯାଉଥିବା ଦେଖାଯାଏ। ଏ ନେଇ ପିଲାମାନଙ୍କ ମାତାପିତା ବେଶ୍‌ ଚିନ୍ତିତ ହୋଇପଡ଼ନ୍ତି। କିନ୍ତୁ ଏବେ ପିଲାମାନଙ୍କ ସ୍ଥାନରେ ସ୍କୁଲ ଯିବ ରୋବୋ। ଏହି ରୋବୋ କ୍ଲାସ୍‌ରେ ପାଠ ପଢ଼ା ସମ୍ପର୍କରେ ନୋଟ୍‌ ମଧ୍ୟ ତିଆରି କରିବ। ଜାପାନର ବୈଜ୍ଞାନିକମାନେ ଏହି ରୋବୋ ଉପରେ ଏବେ କାମ କରୁଛନ୍ତି। ପିଲାମାନେ ଘରେ ବସି ଟାବଲେଟ୍‌ ଦ୍ୱାରା ଏହାକୁ ପରିଚାଳିତ କରିପାରିବେ। ରୋବୋ ମୁଣ୍ଡରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ପିଲାଙ୍କୁ କ୍ଲାସ୍‌ ରୁମ୍‌ ସମ୍ପର୍କିତ ତଥ୍ୟ ପଠାଇବ। ଏହି ପାଇଲଟ୍‌ ପ୍ରୋଜେକ୍ଟ ସଫଳ ହେଲେ ସାରା ଦେଶରେ ଏହାକୁ ଲାଗୁ କରାଯିବ। ପ୍ରଥମକରି ଏହି ରୋବୋ (ଓରି)କୁ ଟୋକିଓ ବର୍ଡରଠାରେ ଥିବା ଟୋମୋବେ ହିଗାସୀ ସ୍ପେସିଆଲ ସପୋର୍ଟ ସ୍କୁଲରେ କାର୍ଯ୍ୟକ୍ଷମ କରାଯାଇଛି। ସ୍କୁଲରେ କୌଣସି ଛାତ୍ର ଅନୁପସ୍ଥିତ ଥିଲେ, ତାଙ୍କ ସ୍ଥାନରେ ଓରିକୁ ବସାଯାଏ। ଓରି ନୋଟ୍‌ ତିଆରି କରିବା ସହ କ୍ୟାମେରା ସାହାଯ୍ୟରେ କ୍ଲାସ୍‌ରୁମ୍‌ ଡିଟେଲ୍ସ ସମ୍ପୃକ୍ତ ଛାତ୍ରଙ୍କ ନିକଟକୁ ପଠାଇଥାଏ। ଏଥିରେ ଏକ ସ୍ପିକର ମଧ୍ୟ ଲଗାଯାଇଛି। ଘରେ ବସି ଛାତ୍ର ଯାହା କହିବେ, ଓରି ଏହାକୁ କ୍ଲାସ୍‌ରୁମ୍‌ରେ କହିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୋବୋ ନିଜର ଭାବନା ମଧ୍ୟ ପରିପ୍ରକାଶ କରିପାରେ। ଏହା ତାଳି ମାରିବା ସହ ଶିକ୍ଷକ ଓ ପିଲାମାନଙ୍କୁ ହାଏ, ହେଲୋ ମଧ୍ୟ କହିଥାଏ। ଏହି ରେବୋକୁ ତିଆରି କରିଥିବା କମ୍ପାନୀର ସିଇଓ କହିଛନ୍ତି, ୧୦ରୁ ୧୪ ବର୍ଷ ବୟସର ପିଲାମାନେ ଦେହ ଖରାପ ହେଲେ ସ୍କୁଲ ଯିବାକୁ ଇଚ୍ଛା କରି ନ ଥାନ୍ତି। ସେମାନଙ୍କୁ ପାଠ ପଢ଼ାରେ ଯେପରି କିଛି ଅସୁବିଧା ନ ହୁଏ, ସେଇଥିପାଇଁ ଏହି ରୋବୋ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌

ମସ୍କୋ,୨।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ ଦେଶର ସରକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି। ପୁଟିନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟ...

ଜେଲରୁ ଭିଡିଓ ଜାରି କଲେ ଲସ୍କର ନେତା ମକ୍କି, କହିଲେ ଅଲକାଏଦା ଅବା ଆଇଏସ ସହ ନାହିଁ କୌଣସି ସମ୍ପର୍କ

ଲାହୋର,୨୦ ।୧: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା(ଏଲଟିଇ)ର ଉପ ନେତା ଅବଦୁଲ ରହମାନ ମକ୍କି ଗୁରୁବାର ଲାହୋରର କୋଟ ଲଖପତ ଜେଲରୁ ଏକ ଭିଡିଓ...

ଛାତି ଥରାଇ ଦେଉଛି ଭାରତର କରୋନା ସ୍ଥିତି: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା/ନୂଆଦିଲ୍ଳୀ,୨୭।୪: ଭାରତର କରୋନା ମହାମାରୀ ସଂକ୍ରମଣ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଭାରତର କରୋନା ସ୍ଥିତି ଛାତି ଥରାଇ ଦେଉଛି...

ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ...

ୟୁକ୍ରେନ୍‌ରେ ମଲେ ରୁଷୀୟ ସୈନ୍ୟଙ୍କ ପାପ ଧୋଇଯିବ: କିରିଲ

ମସ୍କୋ,୨୭୯: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରାଣ ତ୍ୟାଗ କରୁଥିବା ଯବାନଙ୍କ ଜୀବନର ସବୁପାପ ଧୋଇ ହୋଇଯିବ। ସେମାନେ ସହଜରେ ମୋକ୍ଷ ପାଇବେ। ରୁଷିଆ ସୌନ୍ୟଙ୍କ ମନୋବଳ ବଢ଼ାଇବା...

ଆଇଏସ୍‌-କେ ମୁଖ୍ୟଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର

ନ୍ୟୁୟର୍କ,୯।୨: ଆଫଗାନିସ୍ତାନରେ ତାଲିବାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ର ଖୋରାସାନ୍‌ ଗୋଷ୍ଠୀ ଆଇଏସ୍‌-କେ ମୁଖ୍ୟ ସନାଉଲ୍ଲା ଗଫାରି ଓରଫ ସାହାବ ଅଲ୍‌-ମୁଜାହିରଙ୍କୁ ଧରାଇଦେଲେ...

ମହଙ୍ଗା ପଡ଼ିଲା ଭାରତ ସହିତ ପାକିସ୍ତାନର ଶତ୍ରୁତା: ଟମାଟୋ କିଲୋ ୩ଶହ

ଇସ୍‌ଲାମାବାଦ,୧୦।୮: ଜମ୍ମୁ-କଶ୍ମୀରରେ ମୋଦି ସରକାରଙ୍କ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ପାକିସ୍ତାନ ଭାରତରୁ ସବୁ ସମ୍ପର୍କ ଭାଙ୍ଗିବାକୁ...

ଭାରତରେ ନାରୀ ଶିକ୍ଷାର ବିକାଶ ଚାହାନ୍ତି ଇଣ୍ଡିଆ-ଆର୍ଥ ବିଜୟିନୀ

ଦୁବାଇ, ୨୬ା୧୨: ଚଳିତ ବର୍ଷର ‘ଶ୍ରୀମତୀ ଇଣ୍ଡିଆ-ଆର୍ଥ’ ବିଜୟିନୀ ଡାକ୍ତର ମୋନିକା ଚାଓ୍ବଲା ଭାରତରେ ନାରୀ ଶିକ୍ଷାର ବିକାଶ ଏବଂ ସେମାନଙ୍କ ସଶକ୍ତୀକରଣ ଚାହାନ୍ତି ବୋଲି...

Advertisement
Archives

Model This Week