ସ୍କୁଲ ପରିସରରୁ ଗଛକଟା ଅଭିଯୋଗ

ଭଣ୍ଡାରିପୋଖରୀ, ୧।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ସାରୋ ନୋଡାଲ ସ୍କୁଲ ପରିସରରୁ ୫ଟି ବଡ଼ ବଡ଼ କଦମ୍ବ ଗଛ କଟାଯାଇଥିବା ନେଇ ଗ୍ରାମବାସୀ ସୋମବାର ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ କମିଟି ଛୁଟିଦିନରେ ଗଛଗୁଡ଼ିକ କାଟି ବିକ୍ରି କରିଦେଇଥିବା ଗ୍ରାମବାସୀ ଗୋପବନ୍ଧୁ ସାହୁ, ସୁବାସ ଦାସ, ଅକ୍ଷୟ ଭାରତୀ, ରୋହିତ ଭାରତୀ, ବୀରେନ୍ଦ୍ର ଭାରତୀ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ କରାଯାଇଛି। ଗଛ କଟା ସମ୍ପର୍କରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ କହିଥିଲେ, ସେତେବେଳେ ଗଛ କଟାଯିବା ବିଷୟରେ ସେ ଜାଣି ନ ଥିଲେ। ବିଦ୍ୟାଳୟ ଖୋଲିବା ପରେ କମିଟିକୁ ପଚାରିବାରୁ ତହସିଲ ପକ୍ଷରୁ ଅନୁମତି ପାଇ ଗଛ କଟାଯାଇଥିବା କୁହାଯାଇଥିଲା। କମିଟିକୁ ଅନୁମତିପତ୍ର ଦେଖାଇବା ପାଇଁ କହିବାରୁ ଆଜିକାଲି କହି ସମୟ ଗଡ଼ାଇ ଚାଲିଥିବା ସେ କହିଛନ୍ତି। ତେବେ ପ୍ରଧାନ ଶିକ୍ଷକ ସୋମବାର ଏ ନେଇ ଅଭିଯୋଗ ପତ୍ର ଡାକ ଯୋଗେ ତହସିଲଦାର, ବ୍ଲକ ଶିକ୍ଷାଧିକାରୀ ଓ ଥାନାଧିକାରୀଙ୍କ ନିକଟକୁ ପଠାଇଛନ୍ତି। ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶିନୀ ଭାରତୀ ଏହି ଘଟଣାକୁ ନାପସନ୍ଦ କରିଛନ୍ତି। ଧାମନଗର ବନ ବିଭାଗ ରେଞ୍ଜର ସମୀର କୁମାର ରାଉତ ଏଭଳି ଗଛକଟାକୁ ନାପସନ୍ଦ କରିବା ସହ ପଦକ୍ଷେପ ନେବାକୁ କହିଛନ୍ତି। ଘଟଣାର ଆବଶ୍ୟକ ତଦନ୍ତ କରାଯିବ ବୋଲି ବିଇଓ ଦୀପକ କୁମାର ପାଢୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri