ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ ବିଭିନ୍ନ ଡାନ୍ସ ଭିଡିଓ ଏଥିରେ ଶେୟାର କରିବାରେ ବ୍ୟସ୍ତ। ନୋରା ଟିକ୍‌ଟକ୍‌ରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନୋରାଙ୍କ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଦୁଃଖ ବିଷୟରେ କହିଛନ୍ତି। ଟିକ୍‌ଟକ୍‌ ଭିଡିଓରେ କେତେକ ଯୁବତୀ ବୟଫ୍ରେଣ୍ଡ୍‌ଙ୍କ ସହ ମଜା କରିବା ଓ ଆଇ ଲାଇକ୍‌ ହିମ୍‌ ବୋଲି କହିବା ତାଙ୍କୁ ପସନ୍ଦ ଆସିନି। କାରଣ ଯୁବତୀମାନେ ଏଭଳି କହି ପଡ଼ିଶା ଘର ପୁଅଙ୍କୁ ଶେଷରେ ବାହାହେବା ସେ ଦେଖିଛନ୍ତି। ବୟଫ୍ରେଣ୍ଡ କରିବାର ସାହାସ ନାହିଁ ତ ଏଭଳି କାହିଁକି ହଉଛ ବୋଲି ସେ ସମାଲୋଚନା କରି କହିଛନ୍ତି। ଏଭଳି କହିବା ପରେ ନୋରା ମୁଁ ବି ତୁମଭଳି ଜଣେ ବୋଲି କହିବାକୁ ଭୁଲିନାହାନ୍ତି। ତୁମଭଳି ମୁଁ ମଧ୍ୟ ଏଭଳି ଭିଡିଓ କରିବାରେ ବ୍ୟସ୍ତ ରହୁଛି। ଯେତେ ଫିଲ୍ମ କଲେ ବି ଏଥିରୁ ବାଦ୍‌ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ନୋରାଙ୍କ ଏହି ଭିଡିଓ ୧୫ ଲକ୍ଷରୁ ଅଧିକ ଲାଇକ୍‌ ପାଇସାରିଲାଣି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ପସନ୍ଦ କରି ରିଟୁଇଟ୍‌ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍‌ମାନଙ୍କ ସହ ମିଶିବାର ଅନ୍ୟ ଉପାୟ ନ ଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସୁଯୋଗକୁ ହାତଛଡ଼ା ନ କରି କାମରେ ଲଗାଇବା ଦରକାର ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା...

ଜୁଲାଇ ୧୭ରୁ ‘ମୁମ୍ବାଇ ସାଗା’ର ଶୁଟିଂ ଆରମ୍ଭ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଏହାର ପ୍ରଭାବରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସମସ୍ତ ଶୁଟିଂ ବନ୍ଦ ରହିଛି। ଏବେ ମହାରାଷ୍ଟ୍ର...

ଏଥର ଆକ୍ସନ ଅବତାର

ଓଲିଉଡ୍‌ରେ ବାବୁସାନ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ ‘ରୋମିଓ ଦ ଲଭରବୟ’ ଚଳଚ୍ଚିତ୍ରରୁ। ଇତି ମଧ୍ୟରେ ସେ ବେଶ୍‌ କେତୋଟି ସିନେମାରେ ଅଭିନୟ କରି...

ସୀତା ନବମୀରେ ଶେଷ ହେଉଛି ଉତ୍ତର ରାମାୟଣ: ୧୪ ଦିନରେ ପ୍ରସାରିତ ହୋଇଛି ୪୪ ଏପିସୋଡ୍‌

ନୂଆଦିଲ୍ଲୀ,୨।୫: ଲକ୍‌ଡାଉନ୍‌ରେ ଦୂରଦର୍ଶନ ପକ୍ଷରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ରାମାୟଣର ପ୍ରସାରଣ ଆରମ୍ଭ ହୋଇଥିଲା। ଏବେ ଉତ୍ତର ରାମାୟଣ ପ୍ରସାରିତ ହେଉଥିବାବେଳେ ଏହାର ଶେଷ...

ଜୁନ୍‌ ୩୦ ଯାଏ ବଢ଼ିଲା ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ଅବଧି

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଯାନବାହନଗୁଡ଼ିକର ଲାଇସେନ୍ସ, ଫିଟ୍‌ନେସ, ପଞ୍ଜୀକରଣ ଓ ଅନ୍ୟାନ୍ୟ କାଗଜପତ୍ରର ଅବଧିକୁ ଆସନ୍ତା ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଫେବୃୟାରୀ ଶେଷ...

କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର

କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି...

ଆମେରିକାକୁ ୩ ବର୍ଷ ପୂର୍ବରୁ ମିଳିଥିଲା କରୋନା ସମ୍ପର୍କିତ ଚେତାବନୀ !

ଓ୍ବାଶିଂଟନ,୩।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଆମେରିକା...

ବଲିଉଡ୍‌ ସୁପରହିଟ୍‌କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ଜବ୍‌ ଉଇ ମେଟ୍‌’…

ମୁମ୍ବାଇ: ବଲିଉଡ୍‌ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍‌ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ...

Coronavirus Update


Archives

Model This Week

Why Dharitri