ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା, ନୟାଗଡ, କୁଟୁଗାଁ, ନିଶ୍ଚିନ୍ତପୁର) ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗଭୀର ନଳକୂପ ଖୋଳାଯାଇ ସୋଲାର ସିଷ୍ଟମ ଜରିଆରେ ଓଭରହେଡ ଟାଙ୍କିକୁ ପାଣି ଉଠାଯାଇ ପାନୀୟ ଜଳ ଯୋଗାଇ ଦେବାର ଯୋଜନା ୨ବର୍ଷ ପୂର୍ବରୁ କରାଯାଇଥିଲା।
ଖଣି କ୍ଷତିଗ୍ରସ୍ତ ଉକ୍ତ ପଞ୍ଚାୟତଗୁଡିକର ପ୍ରତ୍ୟେକ ସୋଲାର ସିଷ୍ଟମ ପାଇଁ ୧୦ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇଛି। ଭୁବନେଶ୍ୱରସି୍ଥତ ଓରେଡା କମ୍ପାନୀକୁ ଟେଣ୍ଡର ମଧ୍ୟ ଦିଆଗଲା। ସମୁଦାୟ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ସୋଲାର ନଳକୂପ ପାଇଁ ଯୋଜନା ହେଲା, ହେଲେ ସୋଲାର ସିଷ୍ଟମ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ହୋଇଥିବା ଯୋଜନା ଏବେ ଫେଲ ମାରିବାକୁ ବସିଛି। ବହୁ ସ୍ଥାନରେ ସୋଲାର ସିଷ୍ଟମ ନଳକୂପରୁ ପାଣି ବାହାରୁ ନାହିଁ। ସଜଡା ଗଲେ ୨ଦିନ ପାଣି ବାହାରୁଛି, ପୁଣି ବନ୍ଦ ହୋଇଯାଉଛି। ନିମ୍ନମାନର ଓଭରହେଡ ସିନଟେକ୍ସ ଟାଙ୍କି ଯୋଗୁ କେତେକ ସ୍ଥାନରେ ଟାଙ୍କି ପାଣି ଭର୍ତ୍ତି ରହିଲେ ଫାଟି ଯାଉଛି। କମ ପବନରେ ମଧ୍ୟ ସୋଲାର ପ୍ଲେଟ ଉଡିଯାଉଛି। ଅଭିଯୋଗ ପରେ ମଧ୍ୟ ସଜଡା ଯାଉ ନ ଥିବାରୁ ପଞ୍ଚାୟତ ବାସିନ୍ଦା ଅସନ୍ତୁଷ୍ଟ ହେଉଛନ୍ତି। ପାଣି ନ ମିଳିଲେ ପୂର୍ବପରି ଚୁଆ ପାଣିକୁ ଆଦରି ପାନୀୟ ଜଳ ଚାହିଦା ମେଣ୍ଟାଇବା ପାଇଁ ବାଧ୍ୟ ହେଉଛନ୍ତି ବସ୍ତି ବାସିନ୍ଦା। ବସନ୍ତପୁର ପଞ୍ଚାୟତର ଜଡପଦା, ପେଣ୍ଠେଇ ସାହି, ଜରଡି ସାହି, କାଇଯୋଡା ଗ୍ରାମର ସୋଲାର ସିଷ୍ଟମ ଅଚଳ ହୋଇ ପଡିଥିବାବେଳେ ପୂର୍ବରୁ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମୋହନ ସିଂଙ୍କୁ ପଚାରିବାରୁ ସୋଲାର ସିଷ୍ଟମ ସଜାଡିବା ପାଇଁ ସମ୍ପୃକ୍ତ କମ୍ପାନୀକୁ କୁହାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା ଅଫିସ,୧୪ା୧୧: ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ସୀମାନ୍ତରେ ଦୀର୍ଘଦିନ ଧରି ପିଏଲ୍‌ଏଫ୍‌ଆଇ ନଁ।ରେ ଆତଙ୍କ ସୃଷ୍ଟି କରୁଥିବା ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାଉରକେଲା ପୋଲିସ...

ଖସିଲା ପାରଦ, ରାଜଧାନୀରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟକୁ ଉତ୍ତପ୍ତ କରିଥିବା ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ଝଡବର୍ଷା ଯୋଗୁ ମଙ୍ଗଳବାର ଅଧିକାଂଶ ଜିଲାରେ ପାରଦ ୪୦...

ଏନ୍‌ଏଚ୍‌ ନିର୍ମାଣ,ମରାମତି ପୂର୍ବରୁ ରାଜ୍ୟର ପରାମର୍ଶ ନିଆଯାଉ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ଓଡ଼ିଶା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ(ଏନ୍‌ଏଚ୍‌)ଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ନେଇ ବିଧାନସଭା ପୂର୍ତ୍ତ ବିଭାଗ ସ୍ଥାୟୀ କମିଟିରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଶେଷ...

ବେଳକୁ ବେଳ ବଢ଼ୁଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା: ଆଜି ୯୬ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୯୬ଜଣ ୧୮ ବର୍ଷରୁ କମ୍‌ ବର୍ଗର ଅଛନ୍ତି। ନୂତନ...

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର, ୬।୮(ବ୍ୟୁରୋ): ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ତାଙ୍କୁ ଏହି ଧମକ ମିଳିଥିବା ସେ...

ଅଧିକ ସାଉଣ୍ଡ କଲେ ମିଳିବ ଦଣ୍ଡ

ଭୁବନେଶ୍ୱର,୪।୩(ବ୍ୟୁରୋ): ଆଉ ମନଇଚ୍ଛା ଶବ୍ଦ କରି ଶୋଭାଯାତ୍ରା କରିପାରିବେ ନାହିଁ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ଉପରେ ଲାଗିବ କଟକଣା।...

ପ୍ଲାଣ୍ଟ୍‌ ସୁପରଭାଇଜରଙ୍କୁ ମାଡ଼, ଭଉଣୀଙ୍କୁ ଫାର୍ସା ଚୋଟ

ଭୁବନେଶ୍ୱର,୧୯।୮(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ଅକ୍ସିଜେନ ପ୍ଲାଣ୍ଟ୍‌ରୁ ଚୋରି ଘଟଣାକୁ କେନ୍ଦ୍ରକରି ବୁଧବାର ପ୍ଲାଣ୍ଟ୍‌ ସୁପରଭାଇଜର ମନୋଜ ନାୟକ ଓ ତାଙ୍କ ଭଉଣୀଙ୍କୁ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ...

ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ...

Advertisement


Archives

Model This Week