ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି ଦିଲ୍ଲୀ ଓ ନୋଏଡାରେ ଜୀବିକା ପାଇଁ ସଂଗ୍ରାମ କରିବା ପରେ ନିଜ ଗଁ।କୁ ଫେରି ପାହାଡିଆ ଜମିରେ ସୋଲାର୍‌ ପ୍ଲାଣ୍ଟ୍‌ ବସାଇଛନ୍ତି। ଏହା ମାଧ୍ୟମରେ ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ରୋଜଗାରର ନୂଆ ଆଶା ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡ ପୌଡି ଗଡଓ୍ବାଲର ଓଡ୍ଡା ଗାଁ ନିବାସୀ ୫୩ ବର୍ଷୀୟ ଧୀରେନ୍ଦ୍ର ସିଂ ପରିବାର ପ୍ରତିପୋଷଣ କରିବା ପାଇଁ ୧୬ ବର୍ଷ ବୟସରେ ନୋଏଡା ଚାଲିଯାଇଥିଲେ। ସେଠାର ଗାଁକୁ ୨୦୧୧ରେ ଫେରି ୫୦୦ କିଲୋଓ୍ବାଟର ସୋଲାରପ୍ଲାଣ୍ଟ୍‌ ବସାଇଛନ୍ତି। ଏଥିରୁ ୭ ଲକ୍ଷ ଯୁନିଟ ବିଦ୍ୟୁତ୍‌ ଉତ୍ପାଦିତ
ହେଉଛି। ଏହାକୁ ସେ ଉତ୍ତରାଖଣ୍ଡ ପାଓ୍ବାର କର୍ପୋରେଶନ ଲିମିଟେଡ(ୟୁପିସିଏଲ୍‌)କୁ ବିକ୍ରି କରୁଛନ୍ତି। ଏଥିରୁ ସେ ପ୍ରତିମାସରେ ପାଉଛନ୍ତି ୪ ଲକ୍ଷ ଟଙ୍କା । ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବା ଲାଗି ବ୍ୟାଙ୍କରୁ ୨.୮୦ କୋଟି ଋଣ ନେଇଛନ୍ତି ଓ ଏବେ ବିଦ୍ୟୁତ ବିକ୍ରି କରି ତାହା ପରିଶୋଧ କରୁଛନ୍ତି। ଏହି ପ୍ଲାଣ୍ଟରେ ଗାଁ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଠାରେ ବି ସେ ଫୁଲ ଓ ଫଳ ବଗିଚା କରି ଲୋକଙ୍କୁ ରୋଜଗାର ଯୋଗାଉଛନ୍ତି। ଏସବୁ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ସହଯୋଗ କରୁଛନ୍ତି। ଏତିକିରେ ଧୀରେନ୍ଦ୍ରଙ୍କ ଅଭିଯାନ ସରିନି, ସେ ବିଭିନ୍ନ ପ୍ରାକୃତିକ ଉତ୍ସରୁ ବହିଯାଉଥିବା ଜଳକୁ ଏକ ବଡ଼ ଟାଙ୍କିରେ ସଂରକ୍ଷଣ କରି ଚାଷ କାମରେ ଲଗାଉଛନ୍ତି। ଏହାବାଦ ଧୀରେନ୍ଦ୍ର ଏକ ରିସର୍ଟ ଖୋଲି ତା’ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବାର ଯୋଜନା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ

ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ…

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ବାଙ୍କିପୁର ବିଜୟ ପରେ ପିଏମ୍‌ ମୋଦିଙ୍କୁ ଏହି ଅପିଲ କଲେ ପ୍ରଶାନ୍ତ କିଶୋର, ଆଶ୍ଚର୍ଯ୍ୟ ହୋଇଗଲା ଭାଜପା!

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ତେବେ ଭୋଟ ଗଣତି ଚାଲିଥିବା ସମୟରେ ଗଣମାଧ୍ୟମ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri