ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଡ଼ିଓ ସୁଶାନ୍ତ ବାରିକ, ତହସିଲଦାର ଅଶୋକ କୁମାର ଦାସ, ଉପଜିଲାପାଳ ନୀଲୁ ମହାପାତ୍ର, ସୋର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାକେଶ ପଣ୍ଡା, ଡା. ସତ୍ୟନାରାୟଣ ନାୟକ ତଥା ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଦାସ ପ୍ରମୁଖ ଗୁରୁବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂକ୍ରମଣ ରୋକିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୭ଟି ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍‌ କରାଯାଇ ଘରୁ ନ ବାହାରିବା ପାଇଁ ତାଗିଦ୍‌ କରାଯାଇଛି। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦମକଳବାହିନୀ ଦ୍ୱାରା ପଞ୍ଚାୟତର ୭ଟି ଗ୍ରାମକୁ ସାନିଟାଇଜର କରାଯାଇଛି।
ଦୁଇ ଆକ୍ରାନ୍ତ ଗତ ଏପ୍ରିଲ ୫ତାରିଖରେ ପଶ୍ଚିମବଙ୍ଗରୁ ଗ୍ରାମକୁ ଫେରିଥିଲେ। ଦୁହଁିଙ୍କୁ କ୍ୱାରାଣ୍ଟାଇନ୍‌ରେ ସ୍ଥାନୀୟ ପଞ୍ଚାୟତ ତରଫରୁ ରଖାଯାଇଥିଲା। ସୋରରେ କରୋନା ପଜିଟିଭ୍‌ ଯୋଗୁ କୋକୁଆଭୟ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ବାଇକ୍‌ରେ ଯାତାୟାତ ଓ ସାମାଜିକ ଦୂରତ୍ୱ ନେଇ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ସୋର ଥାନା ତରଫରୁ ବିଭିନ୍ନ ଛକ, ମୁଖ୍ୟରାସ୍ତାରେ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

ଲକ୍‌ଡାଉନ ବେଳେ ବଢୁଛି ମଦ କାରବାର

କେନ୍ଦୁଝର,୧୬ା୪(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଛି। ସେହିପରି ମଦ ଦୋକାନ...

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ...

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ...

କରୋନାକୁ ଜିତିଲେ ୧୧୪ ବର୍ଷୀୟ ବୃଦ୍ଧ

ଇଥୋପିଆର ଜଣେ ୧୧୪ ବର୍ଷୀୟ ବୃଦ୍ଧ ମହାମାରୀ କରୋନା ଭାଇରସ୍‌କୁ ହରାଇ ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧୪ ବର୍ଷୀୟ ଏହି...

ବାରିପଦା ବନଖଣ୍ଡରେ ଅଛନ୍ତି ୮୧୫୭ ପକ୍ଷୀ

ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪...

ନିଶାସକ୍ତ ଗାଡ଼ି ଚାଳକ କୋର୍ଟ ଚାଲାଣ, ଜରିମାନା ଆଦାୟ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଶ୍ରୀରାମପୁର ଟୋଲଗେଟଠାରେ ଯାଞ୍ଚବେଳେ ମଙ୍ଗଳବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି।...

ଅବେବସ୍‌ତା ଘେରରେ ଅଙ୍ଗନୱାଡି କେନ୍ଦ୍ର

ଲାଠୋର, ୨୪ା୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସମସିଆ ଘେରରେ ରହିଛେ। ହେଲେ ଇ ଦିଗେ ପରଶାସନ ତରଫୁ...

Advertisement


Archives

Model This Week

Why Dharitri