Posted inଖେଳ

ସେଲ୍‌ଫ ଆଇସୋଲେଶନ ନିୟମ ଭଙ୍ଗ କରିବା ଲାଗି କ୍ଷମା ପ୍ରାର୍ଥନା କଲେ ଜୋଭିକ୍‌

ମାଡ୍ରିଡ୍‌, ୨୦।୩(ଏଏଫ୍‌ପି)- ରିୟଲ ମାଡ୍ରିଡ୍‌ ଷ୍ଟ୍ରାଇକର ଲୁକା ଜୋଭିକ୍‌ ସେଲଫ ଆଇସୋଲେଶନ ନିୟମ ଭଙ୍ଗ କରି ସର୍ବିୟା ଯାତ୍ରା କରିଛନ୍ତି। ତାଙ୍କୁ ସ୍ବଦେଶ ଫେରିବା ଲାଗି ଅନୁମତି ମିଳିଥିଲା ବୋଲି ସେ ଦାବି କରିଛନ୍ତି। କ୍ଲବର ଜଣେ ବାସ୍କେଟବଲ ଖେଳାଳିଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ରିୟଲ ମାଡ୍ରିଡ୍‌ ଦଳର ସମସ୍ତ ଖେଳାଳିଙ୍କୁ ଗତ ସପ୍ତାହରେ କ୍ୱାରାଣ୍ଟାଇନ କରାଯାଇଥିଲା। କିନ୍ତୁ ଏକ ସ୍ପାନିଶ ଖବର କାଗଜ ଅନୁଯାୟୀ, ବେଲଗ୍ରେଡଠାରେ ପହଞ୍ଚିବା ପରେ ୨୨ ବର୍ଷୀୟ ଫରଓ୍ବାର୍ଡ ରାଜଧାନୀ ରାସ୍ତାରେ ନିଜ ମହିଳା ବାନ୍ଧବୀଙ୍କ ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ପୋଲିସ ତାଙ୍କ ବିରୋଧରେ କୌଣସି ମାମଲ ରୁଜୁ କରିଛି କି ନାହିଁ ସ୍ପଷ୍ଟ ହୋଇନାହିଁ। ମୁଁ ନିଜ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରୁଛି। ମାଡ୍ରିଡ୍‌ରେ ଥିବାବେଳେ ମୋ ଟେଷ୍ଟ ହୋଇଥିଲା ଓ ଏହା ନେଗେଟିଭ ଆସିଥିଲା। ଏଣୁ ମୁଁ ଆମ ଲୋକଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ପାଇଁ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲି। ଏଥିନେଇ କ୍ଲବ ମୋତେ ଅନୁମତି ଦେଇଥିଲା। ମୁଁ ସର୍ବିୟାରେ ପହଞ୍ଚିବା ପରେ ମୋର ଟେଷ୍ଟ ହୋଇଥିଲା। ଆଉ ଏହା ନେଗେଟିଭ ଆସିଥିଲା। ଯାତ୍ରା କରିବା ଉପରେ କୌଣସି କଟକଣା ଲଗାଯାଇ ନ ଥିଲା, ମୋତେ କେହି ଏ ସମ୍ପର୍କରେ ଜଣାଇ ନ ଥିଲେ। ମୋ କାର୍ଯ୍ୟ ଦ୍ୱାରା କାହାକୁ କଷ୍ଟ ଦେଇଥିଲେ, ସେଥିନେଇ ମୁଁ କ୍ଷମା ପ୍ରାର୍ଥନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri