Posted inଖେଳ

ସେଲ୍ଫ-କ୍ୱାରାଣ୍ଟାଇନରେ ସାଙ୍ଗାକରା

କଲମ୍ବୋ, ୨୪।୩- ଘାତକ କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ଅଧିନାୟକ କୁମାର ସାଙ୍ଗାକରା ସେଲ୍ଫ-କ୍ୱାରାଣ୍ଟାଇନରେ ରହିଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଗାଇଡ୍‌ଲାଇନ ମୁତାବକ ନିଜ ଆଡ଼ୁ ସେଲ୍ଫ-କ୍ୱାରାଣ୍ଟାଇନରେ ରହିଥିବା ସାଙ୍ଗାକରା ସୂଚନା ଦେଇଛନ୍ତି। ୟୁରୋପ ମହାଦେଶରେ କରୋନା ଭାଇରସ୍‌ ଭୟଙ୍କର ରୂପ ଧାରଣ କରିସାରିଥିବାରୁ ଯେଉଁମାନେ ସେହି ଦେଶଗୁଡ଼ିକରୁ ନିକଟରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେମାନେ ସେଲ୍ଫ-କ୍ୱାରାଣ୍ଟାଇନରେ ରହିବାକୁ ଶ୍ରୀଲଙ୍କା ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ସାଙ୍ଗାକରା ଗତ ସପ୍ତାହରେ ଇଂଲଣ୍ଡରୁ ସ୍ବଦେଶ ଫେରିଥିଲେ। ‘ଶ୍ରୀଲଙ୍କାରେ ପହଞ୍ଚତ୍ବା ପରେ ପୋଲିସ ଷ୍ଟେସନରେ ଯାଇ ନାମ ପଞ୍ଜୀକରଣ କରିଛି। ଏହାପରେ ଜନସ୍ବାସ୍ଥ୍ୟ ନୀରିକ୍ଷକଙ୍କ ପରାମର୍ଶ ମୁତାବକ ନିଜ ପରିବାର ସଦସ୍ୟଙ୍କଠାରୁ ଅଲଗା ହୋଇ ସେଲ୍ଫ-କ୍ୱାରାଣ୍ଟାଇନାରେ ରହିଛି’ ବୋଲି ଶ୍ରୀଲଙ୍କାର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କହିଛନ୍ତି। ଏଥିସହ କରୋନା ଭାଇରସ୍‌ ଲାଗି ସଚେତନ ରହିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାବୁନରେ ହାତକୁ ଭଲ ଭାବରେ ଧୋଇ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ସାଙ୍ଗାକରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭରରେ ମ୍ୟାଚ୍‌

ହାମିଲଟନ,୨୯।୧- ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ ଏବେ ସୁପର ଓଭରରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ...

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର...

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ...

କିସ୍‌ ପୁରୁଷ ରଗ୍‌ବୀ ଦଳ ବିଜୟୀ

ଭୁବନେଶ୍ୱର, ୩୦ା୧(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ୟୁନିଭର୍ସିଟିର ରଗ୍‌ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍‌ ମେନ୍‌ ଡିଭିଜନ-୧ ରଗ୍‌ବୀ ଚାମ୍ପିୟନଶିପ୍‌ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪...

ଚହଲଙ୍କ ଦୁଷ୍ଟ କହିଲେ ଏହି କ୍ରିକେଟର୍‌

ଦୁବାଇ,୨୩।୧୦: ଆଇପିଏଲ୍‌ରେ ୨୦୨୦ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (ଆରସିବି)ଦଳ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି। ମ୍ୟାଚ୍‌ ପରେ ମଜା କରୁଥିବା ନଜର...

ବିଜୟ ସହ ରେକର୍ଡ କଲେ କୋହଲି, ଏହି ଅଷ୍ଟ୍ରେଲିୟ ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଚମକିଛି ଭାରତୀୟ ଟିମ୍‌। ଦଳ ଇଂଲଣ୍ଡକୁ ଗୋଟିଏ ପାଳି ଏବଂ ୨୫ ରନ୍‌ ବ୍ୟବଧାନରେ ପରାଜିତ କରି ୩-୧ରେ...

ଅର୍ଜୁନ ମୁଣ୍ଡା ଆର୍ଚେରୀ ଆସୋସିଏଶନ ସଭାପତି

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶନିବାର ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ...

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି...

Advertisement
Archives

Model This Week