Posted inଖେଳ

ସେରେନା-ହାଲେପ୍‌ ଫାଇନାଲ

ଲଣ୍ଡନ, ୧୨ା୭ (ଏଏଫ୍‌ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍‌ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍‌ଙ୍କ ମଧ୍ୟରେ ଖେଳାଯିବ। ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ଥିବା ସେରେନା ଗୁରୁବାର ଖେଳାଯାଇଥିବା ଏକ ସେମିଫାଇନାଲରେ ଚେକ୍‌ ରିପବ୍ଲିକର ବାରବୋରା ଷ୍ଟ୍ରାଇକୋଭାଙ୍କୁ ହରାଇ ଦେଇଛନ୍ତି। ଆମେରିକାର ଏହି ଷ୍ଟାର ଖେଳାଳି ୬-୧, ୬-୨ ସିଧା ସଳଖ ସେଟ୍‌ରେ ବିଜୟ ହାସଲ କରିଛନ୍ତି। ସେରେନା ଏଠାରେ ପୂର୍ବରୁ ୭ଥର ଟାଇଟଲ ଜିତିସାରିଛନ୍ତି। ଅନ୍ୟପକ୍ଷରେ ରୋମାନିଆର ପ୍ରଥମ ମହିଳା ଖେଳାଳି ହିସାବରେ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ୬-୧, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି।
ଏଠାରେ ୭ମ ସିଡ୍‌ପ୍ରାପ୍ତ ଏହି ୨୭ ବର୍ଷୀୟା ଖେଳାଳି ୨୦୧୮ରେ ଫ୍ରେଞ୍ଚ ଓପନ ଚାମ୍ପିୟନ ହୋଇଥିଲେ। ସେ ତାଙ୍କ କ୍ୟାରିୟରର ୫ମ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବେ। ପ୍ରି-କ୍ୱାର୍ଟରରେ ୧୫ ବର୍ଷୀୟା ନୂଆ ଷ୍ଟାର କୋକୋ ଗଫ୍‌ଙ୍କୁ ନକଆଉଟ୍‌ କରିଥିବା ହାଲେପ୍‌ ଏହା ପୂର୍ବରୁ ୨୦୧୪ରେ ଓ୍ବିମ୍ବେଲଡନ୍‌ ସେମିଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଏଜିନି ବୋଚାର୍ଡଙ୍କଠାରୁ ସେ ହାରିଯାଇଥିଲେ। ଗୁରୁବାର ମ୍ୟାଚରେ ପରେ ହାଲେପ୍‌ କହିଛନ୍ତି, ଇତିମଧ୍ୟରେ ମୋର ଅଧିକ ଅଭିଜ୍ଞତା ହୋଇଗଲାଣି। ଆଉ ସୁଯୋଗ ହାତଛଡ଼ା କରିବି ନାହିଁ। ସୂଚନାଯୋଗ୍ୟ, ସ୍ବିତୋଲିନା ୟୁକ୍ରେନର ପ୍ରଥମ ମହିଳା ଖେଳାଳି ହିସାବରେ ଏକ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇରାନ ଶାସକ-ବିରୋଧୀ ସମର୍ଥକ ମୁହାଁମୁହିଁ

ଅଲ୍‌ ରାୟାନ (କାତାର), ୨୬।୧୧(ଏପି): ଚଳିତ ବିଶ୍ୱକପ୍‌ରେ ଶୁକ୍ରବାର ଇରାନର ଦ୍ୱିତୀୟ ମ୍ୟାଚ ବେଳେ ଇରାନରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ଏକ ଛାପ ଦେଖିବାକୁ ମିଳିଥିଲା।...

ଏସିଆନ୍‌ କପ୍‌ ଫୁଟବଲ: ୨୦୨୭ ବିଡ୍‌ ଦାଖଲ ଡେଡ୍‌ଲାଇନ ଘୁଞ୍ଚିଲା

ହଂକଂ, ୨।୪(ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୭ ଏସିଆନ କପ୍‌...

ଭାବବିହ୍ବଳ ହେଲେ ସାନିଆ

ମେଲବର୍ନ,୨୭ା୧: ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ମିକ୍ସଡ ଡବଲ୍ସ ବର୍ଗରେ ରନର୍ସ ଅପ୍‌ ହେବା ସହିତ ଗ୍ରାଣ୍ଡସ୍ଲାମ କ୍ୟାରିୟରକୁ ବିଦାୟ ଜଣାଇଛନ୍ତି ଭାରତୀୟ ଟେନିସ...

ଗୋଟିଏ ଦିନ ଘୁଞ୍ଚିଲା ବିସିସିଆଇ ନିର୍ବାଚନ: ବିନୋଦ

ନୂଆଦିଲ୍ଳୀ,୨୪।୯(ପି.ଟି.)- ବହୁ ପ୍ରତିକ୍ଷୀତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ତାରିଖରେ ଗୋଟିଏ ଦିନ ଅଦଳବଦଳ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଅକ୍ଟୋବର ୨୨...

ନାଚିଲେ ବ୍ରାଜିଲ ଖେଳାଳି

ଦୋହା,୭।୧୨(ପି.ଟି.): କ୍ୱାର୍ଟର ଫାଇନାଲ ପ୍ରବେଶ ପରେ ବ୍ରାଜିଲ ଦଳର ଖେଳାଳି ମାନେ ନାଚିଥିଲେ। ଟୁର୍ନାମେଣ୍ଟ ପୂର୍ବରୁ ପ୍ରତି ଗୋଲ ପାଇଁ ଭିନ୍ନ ସେଲିବ୍ରେଶନର ପ୍ରତିଶ୍ରୁତି ଦେଇଥିବା...

‘ମୋ ହୃଦୟ ଓ ଆତ୍ମା ଆରସିବି ସହ ଅଛି’

ନୂଆଦିଲ୍ଲୀ,୧।୧୨: ମୁଁ ମୋ ହୃଦୟ ଓ ଆତ୍ମ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବି। ଏହି ଅଭିଯାନ ଜାରି ରହିଛି। ମୋତେ ଯେତେବେଳେ...

୬ରୁ ସାହାଣୀ କପ୍‌ ଫୁଟବଲ

ସୁୁନ୍ଦରଗଡ଼, ୫।୨: ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ୬ତାରିଖ ଶନିବାରଠାରୁ ସୁନ୍ଦରଗଡ଼ରେ ୬୧ତମ ଆନ୍ତଃ ଜିଲା ଫୁଟବଲ ପ୍ରତିଯୋଗିତା ସାହାଣୀ କପ୍‌ ୨୦୨୦-୨୧...

ଅନ୍ତିମ ୨୦: ଏସ୍‌ସିଜି ଷ୍ଟାଡିୟମରେ ପୂରା ଦର୍ଶକ ରହିବେ

ସିଡ୍‌ନୀ,୩।୧୨(ପି.ଟି.): ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଆୟୋଜନ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ଭର୍ତ୍ତି ହେବ। ଖଚାଖଚ୍‌...

Advertisement
Archives

Model This Week