Posted inଖେଳ

ସେରେନାଙ୍କ ଟେନିସ୍‌ ଭବିଷ୍ୟତ ନେଇ ସନ୍ଦେହ

ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍‌ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର ଏହି ଖେଳାଳି ଶନିବାର ନିଜ ଦେଶରୁ ସୋଫିଆ କେନିନ୍‌ଙ୍କଠାରୁ ୬-୨, ୭-୫ ସେଟ୍‌ରେ ହାରିଯାଇଛନ୍ତି। ସେପ୍ଟେମ୍ବରରେ ସେରେନା ୩୮ବର୍ଷ ବୟସରେ ପଦାର୍ପଣ କରିବେ। ୨୦୧୭ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ପରଠାରୁ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରି ନାହାନ୍ତି, ଯେତେବେଳେ କି ସେ ଗର୍ଭବତୀ ଥିଲେ। ୨୦୧୭ ସେପ୍ଟେମ୍ବରରେ କନ୍ୟା ସନ୍ତାନ ଅଲିମ୍ପିଆ ଆଲେକ୍ସିସ୍‌ଙ୍କୁ ଜନ୍ମ ଦେବା ପରେ ୨୦୧୮ରେ ରୋଲାଣ୍ଡ ଗ୍ୟାରୋସ୍‌ଠାରେ ସେ ଗ୍ରାଣ୍ଡସ୍ଲାମ ଟେନିସ୍‌କୁ ପ୍ରତ୍ୟାାବର୍ତ୍ତନ କରିଥିଲେ। ମାତ୍ର ସେଠାରେ ସେ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲେ। ପ୍ୟାରିସଠାରେ ସେ ୨୦୦୨, ୨୦୧୩ ଏବଂ ୨୦୧୫ ପରେ ଚତୁର୍ଥ ଟାଇଟଲ ଅଭିଯାନରେ ବିଫଳ ହୋଇଛନ୍ତି। ୨୦୧୮ ଓ୍ବିମ୍ବେଲଡନ ଫାଇନାଲରେ ତାଙ୍କୁ ଆଞ୍ଜେଲିକ୍‌ କର୍ବରଙ୍କଠାରୁ ପରାଜିତ ହେବାକୁ ପଡ଼ିଛି। ଜାନୁୟାରୀରେ କାରୋଲିନା ପ୍ଲିସ୍‌କୋଭାଙ୍କ ବିପକ୍ଷ କ୍ୱାର୍ଟରଫାଇନାଲରେ ପରାଜୟ ଦ୍ୱାରା ତାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ଶେଷ ହୋଇଥିଲା। ମେଲବୋର୍ନ ପରେ ସେ ତିନୋଟି ଟୁର୍ନାମେଣ୍ଟରେ ଆଘାତଜନିତ କାରଣରୁ ଆଧାରୁ ଓହିଯାଇଛନ୍ତି। ଇଣ୍ଡିଆନ ଓ୍ବେଲ୍ସରେ ଗାର୍ବିନ ମୁଗୁରୁଜା ବିପକ୍ଷ ତୃତୀୟ ରାଉଣ୍ଡ ମ୍ୟାଚରୁ ଓହରିଯାଇଥିଲେ। ସେହିପରି ମାୟାମିଠାରେ ପ୍ରଥମ ରାଉଣ୍ଡରେ ବିଜୟ ହାସଲ ପରେ ଏବଂ ଡାହାଣ ଆଣ୍ଠୁରେ ଆଘାତ ଯୋଗୁ ରୋମ୍‌ରେ ଗୋଟିଏ ରାଉଣ୍ଡ ମ୍ୟାଚ ଜିତିବାପରେ ଓହରିଯାଇଥିଲେ। ଏହା ସତ୍ତ୍ୱେ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ଆମେରିକାର ଏହି ଷ୍ଟାର ଖେଳାଳି ଆହୁରି କିଛି ବର୍ଷ ଧରି ଟେନିସ ଖେଳିବେ ବୋଲି ଦୃଢତାର ସହିତ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାନ୍ତନୁ ଶତପଥୀଙ୍କ ବିୟୋଗରେ ଓସିଏର ଶୋକ

ଭୁବନେଶ୍ୱର,୫।୧୧(ସ୍ପୋଟ୍ସବ୍ୟୁରୋ): ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଶାନ୍ତନୁ ଶତ୍‌ପଥୀଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ସକାଳେ ସେ...

ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍‌ଆଉଟ୍‌…

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା।...

ମାର୍ଚ୍ଚ ୧୮ରେ ହେବ ଆଇଏସ୍‌ଏଲ୍‌ ଫାଇନାଲ

ନୂଆଦିଲ୍ଲୀ,୪।୨(ପି.ଟି.): ଚଳିତ ସିଜନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୮ରେ ଖେଳାଯିବ ବୋଲି ଆୟୋଜକ ଗଣ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌...

ମେସିଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୨୦।୧୨: ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ୍‌ ଜିତିଛି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା। ସେ...

ଦୀପକ ଚହରଙ୍କ ହ୍ୟାଟ୍ରିକ

ନାଗପୁର, ୧୧।୧୧- ଲୋକେଶ ରାହୁଲ ଓ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ପରେ ଦୀପକ ଚହରଙ୍କ ମ୍ୟାଜିକ୍‌ ସ୍ପେଲ୍‌ ଏବଂ ହ୍ୟାଟ୍ରିକ ସଫଳତା ବଳରେ ଭାରତ ରବିବାର...

ସ୍ପିନରଙ୍କ ଆଗରେ ଧରାଶାୟୀ ହେଲା ପୂରା ଇଂଲଣ୍ଡ ଟିମ୍‌

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ ପୂରା...

ପଡ଼ିଆରେ ୯୭୦ ମିନିଟ୍‌ ଯାଏ ବ୍ୟାଟିଂ କରି ବିଶ୍ୱ ରେକର୍ଡ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ଆଜି ବି ରହିଛି…

ନୂଆଦିଲ୍ଲୀ,୨୩।୧: ବିଶ୍ୱସ୍ତରୀୟ କ୍ରିକେଟରେ ସର୍ବକାଳୀନ ଶ୍ରେଷ୍ଠ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଉଛନ୍ତି ହନିଫ ମହମ୍ମଦ। ଗୁଜରାଟର ଜୁନାଗଡ଼ରେ ଜନ୍ମ ହୋଇଥିବା ହନିଫ ୧୯୫୨ରେ ଭାରତ ବିପକ୍ଷରେ ଅନ୍ତଃର୍ଜାତୀୟ...

ସୂର୍ଯ୍ୟ କୁମାରଙ୍କୁ ପ୍ରଶଂସା କଲେ କପିଲ ଦେବ, କହିଲେ ଏଭଳି ଖେଳାଳିଙ୍କୁ ପ୍ରଣାମ…

କୋଲକାତା,୯।୧ : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ରେ ଶତକ ହାସଲ କରିବା ପରେ ଭାରତର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ...

Advertisement
Archives

Model This Week