ସେପ୍ଟେମ୍ବର ସୁଦ୍ଧା ଆସିବ କରୋନା ଟିକା !

ଲଣ୍ଡନ,୧୮।୪: କରୋନା ଭାଇରସର ସଂକ୍ରମଣ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ସବୁ ବିକାଶଶୀଳ ଦେଶ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶେଷ କରି ଏହି ଭୂତାଣୁକୁ ମାରିବାକୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ଏହା ଉପରେ ଅଧିକ ଗବେଷଣା ଚାଲିଛି। ଏହାକୁ ନେଇ ବ୍ରିଟିଶ ବୈଜ୍ଞାନିକମାନେ ଦାବି କରିଛନ୍ତି କି ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନା ଟିକା ଆସିଯିବ। ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନୋଲେଜି ବିଭାଗର ପ୍ରଫେସର ସାରା ଗିଲବର୍ଟ କରୋନା ଭାଇରସ ପାଇଁ ଭ୍ୟାକସିନ୍‌ ବାହାର କରିଥିବା ଦାବି କରିଛନ୍ତି ବୋଲି ଜଣାପଡିଛି। ଶୁକ୍ରବାର ଖବରଦାତାଙ୍କ ସହ କଥା ହୋଇ ସେ ଏପରି ଦାବି କରିଛନ୍ତି। ସେ କହିଛନ୍ତି ପୂର୍ବରୁ ଆମେ ଏକ ମହାମାରୀ ରୂପ ନେଉଥିବା ରୋଗ ଉପରେ ଗବେଷଣା କରୁଥିଲୁ ଯାହାର ନାମ ଏକ୍ସ ରଖାଯାଇଥିଲା। ହେଲେ ଏଥିପାଇଁ ଆମେ ଯୋଜନା ବଦ୍ଧ ଭାବେ କାମ କରିବାର ଆବଶ୍ୟକତା ଥିଲା। ଏବେ ଯେଉଁ ଗବେଷଣା ଚାଲିଛି ସେଥିରେ ୧୨ଥର ପରୀକ୍ଷା କରାଯାଇଥିବା ବେଳେ ଏହାର ମାତ୍ର ଗୋଟିଏ ଡୋଜ୍‌ରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେଉଥିବା ଦେଖାଯାଇଛି। ପ୍ରଫେସର ଗିଲବର୍ଟ କହିଛନ୍ତି ଏହାର କ୍ଲିନିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି। ତେଣୁ ଅନୁମାନ କରାଯାଉଛି କି ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ୍‌ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି...

କ୍ରାଉନ୍‌ ପ୍ରିନ୍ସଙ୍କୁ ଦଣ୍ଡ ମିଳୁ

ରିୟାଧ, ୨ା୩: ସାଉଦି ପତ୍ରକାର ଜମାଲ ଖାଶୋଗୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ଖାଶୋଗୀଙ୍କ ପ୍ରେମିକା...

ଖୁସି ଖବର: ତାମିଲନାଡୁ ସମେତ ୧୦ ରାଜ୍ୟର ସମସ୍ତ ଓମିକ୍ରନ୍ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୯ ।୧: ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି । ଶନିବାର ଦେଶର ୫୫୨ ଓମିକ୍ରନ୍ ସଂକ୍ରମିତ ମିଳିଥିବା...

ପାକିସ୍ତାନ ପରେ ଏବେ ଇରାନ ଉପରେ ଚାଇନାର ନଜର: ବଡ଼ ନିବେଶ ସହ ମୁତୟନ କରିବ ୫ହଜାର ସେନା

ତେହରାନ,୧୦।୯: ଆମେରିକା ଓ ଚାଇନା ଭିତରେ ଚାଲିଥିବା ଟ୍ରେଡ ଓ୍ବାରର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି। କେଉଁଠି ଅର୍ଥନୀତିରେ ମାନ୍ଦାବସ୍ଥା ତ କେଉଁଠି...

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ...

କୁଳଭୂଷଣଙ୍କୁ ଆଉ ମିଳିବନି ଆଇନଗତ ସହାୟତା

ଇସ୍‌ଲାମାବାଦ,୧୩-୯(ପି.ଟି.):ପାକିସ୍ତାନର ଜେଲରେ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଦ୍ୱିତୀୟ ଥର ପାଇଁ ଆଇନଗତ ସହାୟତା ଦେବାକୁ ମନାକରିଦେଇଛି ଇସ୍‌ଲାମାବାଦ। ଆଉ ଥରେ...

ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା

ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ...

ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ।...

Advertisement
Archives

Model This Week