ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ଲାଗି ଶହୀଦ ହୋଇଥିବା ଯବାନମାନଙ୍କୁ ବି ଏହି ଦିନ ସ୍ମରଣ କରାଯାଏ। ଭାରତୀୟ ସଶସ୍ତ୍ର ସେନା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଏହି ଦିବସରେ ପାଣ୍ଠି ସଂଗ୍ରହ କରାଯାଇଥାଏ।
ଭାରତ ସ୍ବାଧୀନ ହେବା ପରେ ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ୨୮ ଅଗଷ୍ଟ , ୧୯୪୯ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ୭ ଡିସେମ୍ବରରେ ପତାକା ସଶସ୍ତ୍ର ସେନା ଦିବସ ପାଳନ କରିବା ଲାଗି ସ୍ଥିର କରିଥିଲେ। ଏହି ଦିବସ ଅବସରରେ ଲୋକମାନଙ୍କୁ ପତାକା ବଣ୍ଟନ କରାଯାଇ ତା’ବଦଳରେ ଦାନ ସଂଗ୍ରହ କରିବାର ଉଦ୍ଦେଶ୍ୟ ନିହିତ ଥିଲା। ଭାରତର ସାଧାରଣ ନାଗରିକମାନେ ସେନା ଯବାନମାନଙ୍କ ପରିବାର ପ୍ରତି ଯନତ୍ବାନ ହେବା ଦେଖାଯାଉଥିବାରୁ ଏହି ଦିବସର ଗୁରୁତ୍ୱ ରହିଆସିଛି। କାର୍ଯ୍ୟରତ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଯୁଦ୍ଧରେ ଶହିଦ କିମ୍ବା ଆହତଙ୍କ ପରିବାରର ପୁନର୍ବାସ ଓ କଲ୍ୟାଣ ଉକ୍ତ ଦିବସର ମୁଖ୍ୟ ଲକ୍ଷ୍ୟ। ଲୋକମାନଙ୍କୁ ପତାକା ବଣ୍ଟନ କରାଯାଇ ଫଣ୍ଡ୍‌ ସଂଗ୍ରହ କରାଯାଏ। ଏହା ଏକ ପ୍ରକୃଷ୍ଠ ଦିନ ଯେଉଁଥିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବୟସ୍କ ଯବାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯିବା ସହ ଶହୀଦମାନଙ୍କୁ ସ୍ମରଣ କରାଯାଏ।
ସଶସ୍ତ୍ର ସେନା ଦିବସରେ ଭାରତର ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥାଏ। ମନୋରଞ୍ଜନ କାର୍ଯ୍ୟକ୍ରମ ସହ ନାଟକ ବି ପରିବେଷଣ ହୋଇଥାଏ। ଦେଶର ସୁରକ୍ଷା ନିଶ୍ଚିତ କରିବା ଲାଗି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଯାଏ। ଦେଶରେ ନାଲି, ଗାଢ଼ ନୀଳ ଓ ଫିକା ନୀଳ ରଙ୍ଗର ଛୋଟ ଛୋଟ ପତାକା ଏବଂ କାର୍‌ ପତାକା ବଣ୍ଟାଯାଇ ତା’ବଦଳରେ ଦାନ ସଂଗ୍ରହ କରାଯାଇଥାଏ। ପ୍ରଥମେ ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟି ଦ୍ୱାରା ଫ୍ଲାଗ ଡେ’ ଫଣ୍ଡ୍‌ ( ପତାକା ଦିବସ ପାଣ୍ଠି) ୧୯୪୯ରେ ଗଠନ କରାଯାଇଥିଲା। ୧୯୯୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ’ ଫଣ୍ଡ୍‌ ପୁଣି ଗଠନ କରିଥିଲେ ଯାହା ଏବେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri