ସେଇ ହଜିଲା ଜିନିଷ

ଡ. ନରେନ୍ଦ୍ର ସେଠୀ

ହଜିଲା ଜିନିଷ ମିଳିଗଲେ ଆମ ସମସ୍ତଙ୍କୁ ଖୁସି ଲାଗେ। ସେହିପରି ବିଶ୍ୱର ବୈଜ୍ଞାନିକମାନେ ବହୁଦିନ ଧରି ଖୋଜୁଥିବା ବ୍ରହ୍ମାଣ୍ଡର ଏକ ଲୁକ୍କାୟିତ ହଜିଲା ତଥ୍ୟକୁ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି। ମିଳିଯାଇଥିବା ବିଶ୍ୱର ସେହି ସବୁଠୁ ଲୁକ୍କାୟିତ ତଥ୍ୟ ବିଷୟରେ ଆସନ୍ତୁ ତର୍ଜମା କରିବା।
ଆମେ ବିଶାଳ ବିଶ୍ୱର କଳ୍ପନାକରି ଆକାଶକୁ ଚାହିଁଲେ ଅନେକ ତାରା, ନେବୁଲା ଓ ଆକାଶଗଙ୍ଗା ଆମକୁ ଅଭିନନ୍ଦନ କରି ଆଖି ଆଗରେ ଦଣ୍ଡାୟମାନ ହୁଅନ୍ତି ଓ ଏମାନେ ସମସ୍ତ ଆଲୋକ ଗ୍ରହଣ ଓ ବିଚ୍ଛୁରିତ କରୁଥିବାରୁ ଏମାନଙ୍କୁ ଆମେ ଦେଖିପାରୁ।
ବିଗ୍‌ବ୍ୟାଙ୍ଗ୍‌ରୁ ବିଶ୍ୱର ଜନ୍ମର କଳ୍ପନାକରି ବର୍ତ୍ତମାନର ଆଧୁନିକ ସମୟରେ ପହଞ୍ଚତ୍ଲା ବେଳକୁ ବୈଜ୍ଞାନିକମାନେ ବିଶ୍ୱର ଅଧା ବସ୍ତୁତ୍ୱକୁ ଖୋଜି ପାଇବାରେ ଅସମର୍ଥ ହୋଇଥାନ୍ତି। ବୈଜ୍ଞାନିକ ନିୟମ ଓ ଗାଣିତିକ ମାପ ପ୍ରୟୋଗକରି ସହଜରେ ବିଗ୍‌ବ୍ୟାଙ୍ଗ୍‌ ସମୟରେ ବିଶ୍ୱର ବସ୍ତୁତ୍ୱ କେତେ ଥିଲା ତାହା କଳନା କରାଯାଇପାରେ। ଆଉ ଏକ ଉପାୟ ହେଲା ଆଲୋକ ଓ ବସ୍ତୁତ୍ୱ କିପରି ଏବଂ କେମିତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ପ୍ରଭାବିତ ହେଉଛି ତାହା ନିରୀକ୍ଷଣକରି ମଧ୍ୟ ବିଶ୍ୱର ଓଜନ ବିଷୟରେ ଅନୁମାନ ଲଗାଯାଇପାରେ। କିନ୍ତୁ କିଛି ବର୍ଷ ହେଲା ସମଗ୍ର ବିଶ୍ୱର ବସ୍ତୁତ୍ୱ ଅଧ୍ୟୟନ କଲାବେଳେ ବୈଜ୍ଞାନିକମାନେ ବିଶ୍ୱର ଅଧାରୁ ଅଧିକ ବସ୍ତୁତ୍ୱ ଯାହା ବର୍ତ୍ତମାନ ରହିବା କଥା, ତାକୁ ଖୋଜି ପାଇବାରେ ଅସମର୍ଥ ହୋଇଥିଲେ। ଯଦି ଆମେ ବିଶ୍ୱର ବସ୍ତୁତ୍ୱ ହିସାବ କରିବା ତା’ହେଲେ ଆମେ ଦେଖିବା ଯେ ବ୍ଲାକ୍‌ହୋଲ୍‌, ସବୁ ତାରା ଓ ଗ୍ରହ ଏବଂ ଧୂଳିକଣାକୁ ମିଶାଇ ମାତ୍ର ବିଶ୍ୱର ୨ ପ୍ରତିଶତ ଓଜନ ବହନ କରନ୍ତି। ସେହିପରି ଉତ୍ତପ୍ତ ପ୍ରାକୃତିକ ଗ୍ୟାସ୍‌ ବିଶ୍ୱର ୬ ପ୍ରତିଶତ ଓଜନ ବହନ କରିଥାଏ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ତେବେ ଆକାଶଗଙ୍ଗା ଭିତରେ ଥିବା ପ୍ଳାଜ୍‌ମା ଓ ଅନ୍ୟ ଉତ୍ତପ୍ତ ବ୍ରହ୍ମାଣ୍ଡୀୟ ମାଧ୍ୟମ ୮ପ୍ରତିଶତ ଓଜନ ବହନ କରୁଛନ୍ତି। ଏସବୁ ମିଶାଇଲେ ଏହା ବିଶ୍ୱର ମାତ୍ର ୧୫ ପ୍ରତିଶତ ଓଜନର ହିସାବ ମିଳେ ଓ ଅବଶିଷ୍ଟ ଓଜନର ହିସାବ ମିଳେନାହିଁ।
୭୦ ଦଶକ ବେଳକୁ ଜ୍ୟୋତିର୍ବିଜ୍ଞାନୀମାନେ ସନ୍ଦେହ କରୁଥିଲେ ଯେ, ଅନ୍ଧକାରମୟ ପଦାର୍ଥ ଯାହା ବିଷୟରେ ଏବେ ମଧ୍ୟ ବିଶେଷ କିଛି ଜଣାପଡ଼େ ବିଶ୍ୱର ଅଧିକାଂଶ ବସ୍ତୁତ୍ୱର ଭାର ବହନ କରୁଛି ଓ ଅବଶିଷ୍ଟ ବସ୍ତୁତ୍ୱକୁ ବାରିୟନ (ପ୍ରୋଟନ ଓ ନ୍ୟୁଟ୍ରନରେ ଯୁକ୍ତ ପରମାଣୁରେ ତିଆରି ସାଧାରଣ ପଦାର୍ଥ ) ବୋଲି କହିଲେ। ୯୦ ଦଶକରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ୩ଜଣ ବୈଜ୍ଞାନିକ ଗବେଷଣାରୁ ଠିକ୍‌ ଅନୁମାନ କଲେ ଯେ ଏହି ବାରିୟନ ମାତ୍ର ବିଶ୍ୱର ୫ ପ୍ରତିଶତ ଓଜନ ବହନକରେ। ଯେହେତୁ ପଦାର୍ଥ ବିଜ୍ଞାନର ମୌଳିକ ନିୟମ ଅନୁସାରେ ପଦାର୍ଥକୁ ସୃଷ୍ଟି କରାଯାଇ ପାରିବନାହିଁ କି ତା’ର ବିନାଶ ମଧ୍ୟ କରାଯାଇପାରିବନାହିଁ; ତା’ହେଲେ ବିଶ୍ୱର ଏହି ହଜିଲା ବସ୍ତୁତ୍ୱ ନିଶ୍ଚୟ କୋଉଁଠି ଲୁକ୍କାୟିତ ହୋଇ ରହିଥିବ। ବିଶ୍ୱର ସେହି ନିଖୋଜ ବସ୍ତୁତ୍ୱ ବହୁଚର୍ଚ୍ଚିତ ଅନ୍ଧକାର ପଦାର୍ଥ ନୁହେଁ ବରଂ ପ୍ରୋଟନ ଓ ନ୍ୟୁଟ୍ରନରେ ଯୁକ୍ତ ପରମାଣୁରେ ତିଆରି ସାଧାରଣ ପଦାର୍ଥ ଯାହାକୁ ବୈଜ୍ଞାନିକ ଭାଷାରେ ବାରିୟନ କୁହାଯାଏ। ବହୁ ବର୍ଷ ପର୍ଯ୍ୟନ୍ତ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ବିଶ୍ୱର ଏହି ନିଖୋଜ ବସ୍ତୁତ୍ୱ ବା ବାରିୟନର ସନ୍ଧାନ ଅତି ଶକ୍ତିଶାଳୀ ଟେଲିସ୍କୋପ୍‌ ଜରିଆରେ ମଧ୍ୟ ମିଳି ନ ଥିଲା, ଯେହେତୁ ଏହି ନିଖୋଜ ବସ୍ତୁ ବିଶ୍ୱର ବିଶାଳତମ ଜାଗାରେ ଏଭଳି ଭାବରେ ପ୍ରସାରିତ ହୋଇ ସାରିଥିଲା ଯେପରି ଗୋଟିଏ ଘର ଭଳି ଆୟତନରେ ଦୁଇଟି ପରମାଣୁ ଥାଏ। ଏହି ନିଖୋଜ ବସ୍ତୁର ଅବଧାରଣା ସର୍ବପ୍ରଥମେ ୧୯୩୦ରେ ବୈଜ୍ଞାନିକ ମାନେ କରିଥିଲେ ଯେତେବେଳକୁ ବୈଜ୍ଞାନିକମାନେ ବୁଝିସାରିଥିଲେ ଯେ ସୂର୍ଯ୍ୟ ସମେତ ସମସ୍ତ ତାରକା କିପରି କାର୍ଯ୍ୟ କରୁଛନ୍ତି, ସେମାଙ୍କର ଆକାର ସମେତ ଆକାଶଗଙ୍ଗା ଗୁଡ଼ିକର ଗତି ଓ କାର୍ଯ୍ୟକାରିତା ବିଷୟରେ ମଧ୍ୟ ବିଜ୍ଞାନ ଧାରଣା କରି ସାରିଥିଲା। କିନ୍ତୁ ସେହି ନିଖୋଜ ପଦାର୍ଥ ଯାହା ଆମର ଦୃଶ୍ୟମାନ ସବୁ ଜିନିଷ ପରି ଅଣୁ ପରମାଣୁରେ ତିଆରି ତାକୁ ଖୋଜିପାରି ନ ଥିଲା।
ନିକଟରେ ମହାକାଶ ବିଜ୍ଞାନୀମାନଙ୍କ ଦ୍ୱାରା ପ୍ରସିଦ୍ଧ ନେଚର ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଏହି ନିଖୋଜ ବସ୍ତୁର ସନ୍ଧାନ ମିଳିଥିବାର ଚାଞ୍ଚଲ୍ୟକର ପ୍ରବନ୍ଧ ଆସିଛି। କୋଟି କୋଟି ଆଲୋକବର୍ଷ ଦୂରତାରୁ ଆସିଥିବା କ୍ଷିପ୍ର ରେଡିଓ ତରଙ୍ଗଗୁଚ୍ଛକୁ ଠାବକରି ବୈଜ୍ଞାନିକମାନେ ବିଶ୍ୱର ଏହି ନିଖୋଜ ବସ୍ତୁକୁ ଖୋଜି ପାଇଛନ୍ତି। ବୈଜ୍ଞାନିକମାନଙ୍କ ପୂର୍ବ ଅନୁମାନ ଅନୁସାରେ ଏହି ନିଖୋଜ ବସ୍ତୁ ଆକାଶ ଗଙ୍ଗାଗୁଡିକ ମଝିରେ ଥିବା ଖାଲି ଜାଗାରେ ଅଛି। ୨୦୨୦ରେ ଅଷ୍ଟ୍ରେଲିଆର ମହାକାଶ ବିଜ୍ଞାନୀ ଜେପି ମାକୁରେଟ ଆକାଶଗଙ୍ଗାର ଆରପାଖରୁ ଆସୁଥିବା ଏହି ବିଚ୍ଛୁରିତ କ୍ଷିପ୍ର ରେଡିଓ ତରଙ୍ଗକୁ ଅଧୟନକରି ବିଶ୍ୱର ନିଖୋଜ ବସ୍ତୁକୁ ଠାବକରିପାରିଲେ। ଯେହେତୁ ଏହି କ୍ଷିପ୍ର ରେଡିଓ ତରଙ୍ଗ ଆକାଶଗଙ୍ଗା ଆରପାଶର୍‌ବରୁ ଆସୁଅଛି, ଏହା ନିଶ୍ଚିତ ପୃଥିବୀରେ ପହଞ୍ଚିବା ପୂର୍ବରୁ ବାଟରେ ଆକାଶଗଙ୍ଗାଗୁଡିକ ମଝିରେ ଖାଲି ଜାଗାରେ ଥିବା ନିଖୋଜ ବସ୍ତୁ ସହ ଧକ୍କାଖାଇ ବିଚ୍ଛୁରିତ ହୋଇଥିବ। ଏହାହିଁ ଥିଲା ବିଶ୍ୱର ସବୁଠୁ ମୂଲ୍ୟବାନ୍‌ ହଜିଲା ଜିନିଷକୁ ଠାବ କରିବାର ଏକ ବହୁ ମୂଲ୍ୟ ଉପାୟ। ସୂଚନାଯୋଗ୍ୟ, ଏହି କ୍ଷିପ୍ର ବିଚ୍ଛୁରିତ ରେଡିଓ ତରଙ୍ଗ ଯାହା ଅନ୍ତରୀକ୍ଷରେ ଏକ ସାଧାରଣ ଘଟଣା, ଅଷ୍ଟ୍ରେଲିଆର ବିଶ୍ୱାଳ ପାଥ୍‌ ଫାଇଣ୍ଡର ଟେଲିସ୍କୋପ ପ୍ରଥମେ ଠାବକରିଥିଲା। ଏହି ରେଡିଓ ତରଙ୍ଗରେ କିଛି ମିଲି ସେକେଣ୍ଡରେ ଏତେ ଶକ୍ତି ନିର୍ଗତ କରିଥିଲା ଯେ ଯାହା ପାଇଁ ସୂର୍ଯ୍ୟକୁ ୩୦ ବର୍ଷ ଲାଗିପାରେ। ଯେଉଁ ଦ୍ରୁତ ରେଡିଓ ତରଙ୍ଗଗୁଚ୍ଛ ସାହାଯ୍ୟରେ ବୈଜ୍ଞାନିକମାନେ ସଂସାରର ଏହି ହଜିଲା ଜିନିଷର ଠିକଣା ପାଇଲେ ଓ ଏକ ବଡ଼ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଲା, ତାହାକୁ ନେଇ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡକୁ ଆହୁରି ଭଲ କରି ବୁଝିବାକୁ ଚେଷ୍ଟା କରିବେ।
ସଂସାରର ଅଜଣା ଇଲାକା ଓ କୋଟି କୋଟି ଆଲୋକବର୍ଷ ପୂର୍ବରୁ ଆସୁଥିବା ଏହି ଦ୍ରୁତ ରେଡିଓ ତରଙ୍ଗଗୁଚ୍ଛକୁ ବ୍ୟବହାରକରି ହୁଏତ ଅନେକ ଲୁକ୍କାୟିତ ଜିନିଷର ସନ୍ଧାନ ମିଳିବାକୁ ଯାଉଛି, ଯାହା ବିଷୟରେ ମଣିଷ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ଆକାଶଗଙ୍ଗାଗୁଡ଼ିକୁ ଯୋଡ଼ି ସମଗ୍ର ସଂସାରକୁ ବାନ୍ଧି ରଖିଥିବା ବ୍ରହ୍ମାଣ୍ଡୀୟ କସ୍ମିକ ଜାଲକୁ ବୈଜ୍ଞାନିକମାନେ ଆହୁରି ଭଲ ଭାବେ ମ୍ୟାପିଂ କରିପାରିବେ। ତେଣୁ ଭବିଷ୍ୟତରେ ବ୍ରହ୍ମାଣ୍ଡର ଅଧିକାଂଶ ଭାର ଓ ବସ୍ତୁତ୍ୱ ବହନ କରୁଥିବା ଅଦୃଶ୍ୟ ଅନ୍ଧକାର ପଦାର୍ଥ ଓ ଅନ୍ଧକାର ଶକ୍ତି ବିଷୟରେ ଆହୁରି ବିଶେଷ ତଥ୍ୟ ଉନ୍ମୋଚିତହୋଇ ବିଶ୍ୱବାସୀଙ୍କୁ ଚକିତ କରିବ।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?