ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ: କହିଲେ ‘ଆଇକନିକ୍‌ ସିଟି ତାଲିକାରେ ସାମିଲ ହେବ ପୁରୀ-କୋଣାର୍କ’

କୋଣାର୍କ,୨୪।୧(ଡି.ଏନ୍‌.ଏ.): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ଶୁକ୍ରବାର କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରରୁ ସିଧା କୋଣାର୍କ ଯାଇ ମନ୍ତ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରିଛନ୍ତି। କୋଣାର୍କରେ ଚାଲିଥିବା ଇକୋ ରିଟ୍ରିଟ୍‌ ବୈଠକରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମନ୍ତ୍ରୀ ସୂର୍ଯ୍ୟ ମନ୍ଦିରରେ ଏବଂ ବ୍ୟାଖ୍ୟାନ କେନ୍ଦ୍ର ଆଦି ବୁଲି ଦେଖିଛନ୍ତି। ସେଠାରେ ତାଙ୍କୁ ପର୍ଯ୍ୟଟନ ବିଭାଗ ଓ କୋଣାର୍କ ଭାଜପା ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲା।

ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ ଅଛି, ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ପୁରୀ ଓ କୋଣାର୍କକୁ ଆଇକନିକ୍‌ ସିଟି ତାଲିକାରେ ସାମିଲ କରାଯିବ। କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗରେ ପର୍ଯ୍ୟଟନ ଶିଳ୍ପର ଉନ୍ନତି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ମାସରେ ସରିବ ଫୁଲବାଣୀ ମେଡିକାଲ କଲେଜ ନିର୍ମାଣ

ଭୁବନେଶ୍ୱର,(ବ୍ୟୁରୋ)/ଫୁଲବାଣୀ ଅଫିସ,୩।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ଏବଂ...

ଲୋକଙ୍କ ଜୀବନ ସହ ଖେଳୁଥିଲେ ରମେଶ

ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ...

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

ରାଜନଗର,୨୭।୩(ଡି.ଏନ.ଏ.): ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳ ଗହୀରମଥାରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨୩ ତାରିଖରେ ୧୫, ୨୪ରେ...

ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ପ୍ରବଳ ଗହଳି,ରହୁନି ସାମାଜିକ ଦୂରତା

ଗଞ୍ଜାମ, ୨୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛ। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l ଏଥିପାଇଁ ଜିଲା...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ଜନଗଣନା ସ୍ଥଗିତ ରଖିବାକୁ ନିବେଦନ

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଏପ୍ରିଲରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ ଅଫିସ,୯।୩: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ନୀତି ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ...

କାନ୍ଥ ଭୁଶୁଡ଼ି ମହିଳା ଶ୍ରମିକଙ୍କ ଜୀବନ ଗଲା

ରାୟଗଡା ଅଫିସ, ୨୨।୬: ରାୟଗଡ଼ା ସହର ଗାନ୍ଧୀନଗରରେ ସୋମବାର ସକାଳେ ମାଟି କାନ୍ଥ ଭୁଶୁଡ଼ି ପଡିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବାହୁଡ଼ାରେ ଗଡ଼ିଲା ୪ଫୁଟ ଉଚ୍ଚର ରଥ

ସଜନାଗଡ,୨୧।୭(ଡି.ଏନ.ଏ.): ଜଗନ୍ନାଥଙ୍କର ସ୍ବପ୍ନାଦେଶ ପାଇ ୧୯ବର୍ଷର ଦିବ୍ୟାଙ୍ଗ ଯୁବକ ତିଆରି କରିଛନ୍ତି ୪ଫୁଟ ଉଚ୍ଚର ସୁସଜ୍ଜିତ ରଥ। ସେଥିରେ ବଳଭଦ୍ର, ଜଗନ୍ନାଥ, ଓ ମା’ ସୁଭଦ୍ରାଙ୍କ...

Advertisement
Archives

Model This Week