ସୂର୍ଯ୍ୟମନ୍ଦିର ପରିସରରେ ବର୍ଷା ଜଳ : ପର୍ଯ୍ୟଟକ ହଇରାଣ

କୋଣାର୍କ,୨୬।୬(ଜ୍ୟୋତିରାଜ ମହାନ୍ତି): ଅଳ୍ପ ବର୍ଷା ହେଲେ ସୂର୍ଯ୍ୟମନ୍ଦିର କୋଣାର୍କ ପାର୍ଶ୍ୱରେ ପାଣି ଜମି ରହୁଛି। ଏଥିସହ ପ୍ରଚଣ୍ଡ ଖରାରେ ସେଠାରେ ପାନୀୟ ଜଳ ଅଭାବ ଦେଖିବାକୁ ମିଳୁଛି। ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଏଏସ୍‌ଆଇ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି।
ମନ୍ଦିର ଭିତରେ କୌଣସି ଆଶ୍ରୟସ୍ଥଳୀ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପର୍ଯ୍ୟଟକଙ୍କ ପାଇଁ ବରଗଛ ଆଶ୍ରୟସ୍ଥଳୀ ପାଲଟୁଛି। ରବିବାର ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିଥିବାରୁ ବରଗଛ ତଳେ ପର୍ଯ୍ୟଟକ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଉତ୍ତର କୋଣରେ ପାଣି ଜମି ଥିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ବୁଡି ରହିଥିଲା। ଦୂରଦୂରାନ୍ତରରୁ ଆସିଥିବା କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି କାରୁକାର୍ଯ୍ୟ ନ ଦେଖି ନିରାଶ ମନରେ ଫେରି ଯାଇଥିଲେ। ମନ୍ଦିରରୁ ଜଳ ନିଷ୍କାସନ ପାଇଁ ୪ ସେନସର ପମ୍ପ ଥିଲେ ମଧ୍ୟ ତାହା େବେ ଅଚଳ ହୋଇ ପଡ଼ିଛି। ବର୍ଷାଦାଉରୁ ରକ୍ଷା ପାଇବାକୁ ଏଏସ୍‌ଆଇ ପକ୍ଷରୁ ଶେଡର ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ପାନୀୟ ଜଳର ସମସ୍ୟା ପରେ ଏବେ ବର୍ଷା ଜଳ ସମସ୍ୟା, ଏହା ଏଏସ୍‌ଆଇ ବିଭାଗର ପର୍ଯ୍ୟଟନ ମାରଣ ନୀତି ବୋଲି ପର୍ଯ୍ୟଟନପ୍ରେମୀ ମହଲରେ ଚର୍ଚ୍ଚା ହେଉଛି। ଏଠାରେ ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ୪୦ ଟଙ୍କା ଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୬୦୦ ଟଙ୍କା ରହିଛି। ଫଳରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଛି। ଏହାସତ୍ତ୍ୱେ ବି ପର୍ଯ୍ୟଟକଙ୍କ ପାଇଁ ଏଏସ୍‌ଆଇ ବିଭାଗ ଏସବୁ ସୁବିଧା କ’ଣ ପାଇଁ କରୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଆଗାମୀ ଦିନରେ ଏହି ମୌଳିକ ସୁବିଧା ଯୋଗାଇ ନ ଦିଆଗଲେ ପର୍ଯ୍ୟଟକ ଆସିବାକୁ ଆଉ ଇଚ୍ଛା ପ୍ରକାଶ କରିବେନି। ତେଣୁ ଏଏସ୍‌ଆଇ ବିଭାଗ ତୁରନ୍ତ ଏସବୁ ସୁବିଧା କରିବାକୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ଦାୟିତ୍ୱରେ ଥିବା ଏଏସ୍‌ଆଇ ଅଧିକାରୀ ନିରୋଜ ସିଂଙ୍କୁ ପଚାରିବାରେ, ଆମେ ଯଥାଶୀଘ୍ର ଏସବୁ ସୁବିଧା ପାଇଁ କାର୍ଯ୍ୟ ଚଳାଇଛୁ। ଖୁବ୍‌ କମ୍‌ ଦିନ ମଧ୍ୟରେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri