ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି ଗେଟ୍‌ ଖୋଲିଦେବାରୁ ଜଳଭଣ୍ଡାର ସଂଲଗ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ କଙ୍କଡ଼ାହାଡ଼ ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯିବା ଆଶଙ୍କା ଦେଖାଯାଇଛି। ଅନ୍ୟପଟେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧାର ଡ୍ୟାମରେ ବିପଦ ସଙ୍କେତକୁ ପାଣି ଛୁଇଁଛି। ଡ୍ୟାମର ଜଳଧାରଣା କ୍ଷମତା ୧୦୮.୭୨ ମିଟର ଥିବାବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା ଜଳସ୍ତର ୧୧୦ ମିଟର ଟପିଥିଲା॥ ଫଳରେ ବନ୍ୟାଜଳ ପରିଚାଳନା ପାଇଁ ଉପଜିଲାପାଳଙ୍କ ସହ ଆଲୋଚନା କରି ଡ୍ୟାମ କର୍ତ୍ତୃପକ୍ଷ ପୂର୍ବାହ୍ନ ସାଢ଼େ ୧୧ଟାରେ ୪ଟି ଗେଟ୍‌ ମଧ୍ୟରୁ ୨ଟି ଖୋଲିଥିଲେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ଆବଶ୍ୟକ ସୂଚନା ଦିଆଯାଇ ନ ଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ହଠାତ୍‌ ନଦୀରେ ପାଣି ଆସିବାରୁ ବୁଢ଼ିବିଲି ନିକଟରେ ୫ ଛେଳି ଚରାଳି ଏବଂ ୨ ପଲ ଛେଳି ବନ୍ୟା ଘେରରେ ରହିଯାଇଥିଲେ। ଏହି ସୂଚନା ମିଳିବା ପରେ ୨୦ ମିନିଟ୍‌ ଧରି ଡ୍ୟାମ୍‌ର ଗୋଟିଏ ଗେଟ୍‌ ବନ୍ଦ କରାଯାଇଥିଲା। ପାଣି ସାମାନ୍ୟ କମିବା ପରେ ସେମାନେ ସୁରକ୍ଷିତ ଭାବେ ବାହୁଡ଼ିଥିଲେ। ଏହାପରେ ପୁନର୍ବାର ବନ୍ଦ ଥିବା ଗେଟ୍‌ ଖୋଲାଯାଇଥିଲା। ଖବର ଲେଖାଯିବା ସୁଦ୍ଧା ୨ ଗେଟ୍‌ରେ ଜଳ ନିଷ୍କାସନ ଜାରି ରହିଛି। ଅପରପକ୍ଷେ ବନ୍ୟା ପାଣି ଯୋଗୁ ରେକୁଳାସ୍ଥିତ ଜଳଯୋଗାଣ ପ୍ରକଳ୍ପ, କୀର୍ତ୍ତନପୁର ଅଞ୍ଚଳର କେତେକ ସ୍ଥାନ ଜଳମଗ୍ନ ହୋଇଛି। ଧାନ ଫସଲ ପାଣିରେ ବୁଡ଼ିରହିଛି। କଙ୍କଡ଼ାହାଡ଼ ବ୍ରିଜ୍‌ ଉପରେ ବନ୍ୟାପାଣି ଚାଲୁଥିବାରୁ ବୁଢ଼ିବିଲି ସମେତ ବିଭିନ୍ନ ସ୍ଥାନକୁ ଯାତାୟାତ ଠପ୍‌ ହୋଇଯାଇଛି।
ଏ ନେଇ ଉପଜିଲାପାଳ କୁହନ୍ତି, ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ପାଣି ଛାଡ଼ିବାକୁ ଡ୍ୟାମ କର୍ତ୍ତୃପକ୍ଷ ଲିଖିତ ଭାବେ ଜଣାଇଥିଲେ। ଏ ସଂକ୍ରାନ୍ତରେ କଙ୍କଡ଼ାହାଡ଼, ପରଜଙ୍ଗ ତହସିଲଦାର, ପୋଲିସ ଷ୍ଟେଶନ, ଅଗ୍ନିଶମ ବିଭାଗକୁ ଅବଗତ କରାଯାଇଥିଲା। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଇବାକୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରିବାକୁ କୁହାଯାଇଥିଲା। ତଥାପି ସୂଚନା ଅଭାବରୁ ଲୋକମାନେ ସମସ୍ୟା ଭୋଗିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିରେ ନଜର ରଖାଯାଇଛି। ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ କରାଯାଇଥିବା ଏକ ଉଲ୍ଲେଖର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ପାର୍ଟି’ (ବୌଦ୍ଧିକ ନକ୍ସଲ ପାର୍ଟି)…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri