ସୁସ୍ଥ ହେଲେ ପୁରୀର ଏକମାତ୍ର କରୋନା ଆକ୍ରାନ୍ତ

ପୁରୀ ଅଫିସ,୧୧।୪: କରୋନାକୁ ନେଇ ପୁରୀ ଜିଲାବାସୀଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଥିଲା ସେଥିରେ କିଛି ମାତ୍ରାରେ ଆସ୍ବସ୍ଥ ହୋଇଛନ୍ତି ଜିଲାବାସୀ। ଜିଲାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ଖୁବ୍‌ଶୀଘ୍ର ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଘରକୁ ଫେରିବେ ବୋଲି ଜଣାପଡ଼ିବା ପରେ ଜିଲାବାସୀ ଖୁସିବ୍ୟକ୍ତ କରିଛନ୍ତି। ପିପିଲି ବ୍ଲକ ଦାନଗହିରୀ ଗାଁର ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ନିଜାମୁଦ୍ଦିନରୁ ଫେରିବା ପରେ ତାଙ୍କ ସମ୍ପୁଲ ପରୀକ୍ଷା ପାଇଁ ଯାଇଥିଲା। ସେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଜିଲା ପ୍ରଶାସନ ପକ୍ଷରୁ ଦାନଗହିରୀ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲାପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଆସନ୍ତ ୧୪ ତାରିଖ ମଧ୍ୟରାତ୍ର ପଧ୍ୟନ୍ତ ସଟ୍‌ଡାଉନ୍‌ କରଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଗୁରୁବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଥିବାବେଳେ...

୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ...

ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ

ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ: ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୬(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର...

ଭୁବନେଶ୍ୱରରେ କର୍ନାଟକ ବସ୍‌ ଜଳିବା ଘଟଣା: ଆରଟିଓରୁ ମାଲିକଙ୍କ ତଥ୍ୟ ଆଣିବ ପୋଲିସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ଶହୀଦନଗର ଇମ୍ପା ପାର୍କ ନିକଟରେ ତାମିଲନାଡୁର କଳା ତାଲିକାଭୁକ୍ତ ବସ୍‌ ଜଳିବା ଘଟଣାରେ ରହସ୍ୟ ବଢିବାରେ ଲାଗିଛି। ପୋଲିସ ବସ୍‌ ମାଲିକଙ୍କ ପତ୍ତା...

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ...

ସବୁଠୁ ତତଲା ଟିଟିଲାଗଡ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର...

ବ୍ରହ୍ମପୁରରେ ଲକ୍‌ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍‌

ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍‌ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା...

Coronavirus Update


Archives

Model This Week

Why Dharitri