ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି ତ ଆଉ କେଉଁଠି ନଦୀବନ୍ଧ ଭାଙ୍ଗି ଫସଲ ମାଟିରେ ମିଶାଇ ଦେଉଛିି। ପରିସ୍ଥିତି ଏପରି ହୋଇଛି, ଲୋକେ ଦିନରାତି ନଦୀବନ୍ଧ ଜଗି ରହୁୁଛନ୍ତି। କାଳେ ବନ୍ୟାଜଳ ନଦୀବନ୍ଧ ଭାଙ୍ଗି ଗାଁ ଭିତରେ ପଶିଯିବ ଏବଂ ଜିନିଷପତ୍ର ଧୋଇ ନେବ ସେଥିପାଇଁ ଲୋକେ ଗାଁ ମୁଣ୍ଡରେ ଜଗି ରହୁଛନ୍ତି। ଉତ୍ତର ଓଡ଼ିଶା ବନ୍ୟା ଯୋଗୁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଘୋର ପ୍ରଭାବିତ ହୋଇଥିବା ବେଳେ ମହାନଦୀରେ ଏବେ ବଡ଼ ବନ୍ୟା ସ୍ଥିତି ଉପୁଜିଛି। ହୀରାକୁଦର ୨୨ ଗେଟ୍‌ ଖୋଲାଯିବା ପରେ କଟକ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲାକୁ ବନ୍ୟାଜଳ ବହୁଳମାତ୍ରାରେ ପ୍ରବେଶ କରୁଛି। ଅଦ୍ୟାବଧି ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ତଳମୁଣ୍ଡରେ ବନ୍ୟାଜଳ ପହଞ୍ଚତ୍ଲା ବେଳକୁ ପ୍ରଭାବିତଙ୍କ ସଂଖ୍ୟା ଢେର ବଢ଼ିବାର ଆଶଙ୍କା ସୃଷ୍ଟି ହେଲାଣି। ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆକାଶମାର୍ଗରୁ ଅନୁଧ୍ୟାନ କରିବାର କାର୍ଯ୍ୟସୂଚୀ ରହିଛି।
ଶୁକ୍ରବାର ରାତି ସାଢ଼େ ୯ଟା ସୁଦ୍ଧା ହସ୍ତଗତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୫.୨୫ ଫୁଟ୍‌ରେ ପହଞ୍ଚତ୍ଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୫୨ ହଜାର ୫୬୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ସର୍ବମୋଟ ହାରାହାରି ୩ ଲକ୍ଷ ୮୯ ହଜାର ୦୩୩ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି।
ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଏବେ ବଡ଼ବନ୍ୟା ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ତଳିଆ ଅଞ୍ଚଳ ଲୋକେ ହୀରାକୁଦର ୨୨ ଫାଟକ କଥା ଶୁଣି ଭୟାତୁର ଅବସ୍ଥାରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ, ନରାଜଠାରେ ୨୬.୪୧ ମିଟର ବିପଦ ସଙ୍କେତ ରହିଥିବାବେଳେ ପୂର୍ବାହ୍ନରେ ୨୫.୪୧ ମିଟରରେ ଜଳ ପ୍ରବାହିତ ହେଉଥିଲା। ହୀରାକୁଦର ୨୨ ଫାଟକ ଖୋଲିବା ପରେ ଏଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି। ଏଠାରେ ୧୦ଲକ୍ଷ ତଳେ ଜଳ ପ୍ରବାହିତ କିଭଳି ହେବ ସେଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଜଳପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ଏହା ପ୍ରଭାବରେ ତଳମୁଣ୍ଡରେ କି ପ୍ରକାର ସ୍ଥିତି ଉପୁଜିବ ତାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସେହିପରି ବୈତରଣୀର ଆନନ୍ଦପୁରଠାରେ ବିପଦ ସଙ୍କେତ ସ୍ତର ୩୮.୩୬ ମିଟର ରହିଥିବାବେଳେ ଏଠାରେ ପ୍ରାୟ ୩୭.୪୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଙ୍କେତ ସ୍ତର ୧୮.୩୩ ମିଟର ରହିଥିବାବେଳେ ଏଠାରେ ସନ୍ଧ୍ୟା ସୁଦ୍ଧା ୧୮ମିଟର ଉଚ୍ଚରେ ଜଳସ୍ତର ପ୍ରବାହିତ ହେବାକୁ ରହିଛି। ଜଳକାର ମଠାନିଠାରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି।
ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁ ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ ପ୍ରଭୃତି ଜିଲାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ୧୫ଟି ଜିଲାରେ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଏହି ୫ଟି ଜିଲାରେ ୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଗୁରୁବାର ୨୦ଟି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଥିବାବେଳେ ଶୁକ୍ରବାର ଏଥିରେ ପରିବର୍ତ୍ତନ କରାଯାଇଛି। ଶୁକ୍ରବାର କଟକ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଜିଲାକୁ ବନ୍ୟା ତାଲିକାରେ ଯୋଡ଼ା ଯାଇଥିବାବେଳେ ୯ଟି ଜିଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବାରୁ ତାକୁ ବାଦ୍‌ ଦିଆଯାଇଛି। ବନ୍ୟା ତାଲିକାରୁ ବାଦ୍‌ ପଡ଼ିଥିବା ଜିଲା ମଧ୍ୟରେ ଅନୁଗୋଳ,ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ରହିଛି। ଏହା ସ୍ବତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟରୁ ଜଣାଯାଇଛି।
ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ୨ଲକ୍ଷ ୬୮ହଜାର ୯୪୩ ଲୋକଙ୍କୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଏହାବାଦ୍‌ ଅବଶିଷ୍ଟ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଣ କରାଯାଉଛି। ଯେଉଁ ୯ଟି ଜିଲାରେ ବନ୍ୟା ସ୍ଥିତି ନାହିଁ ସେଠାରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସରକାରଙ୍କ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

WPL : ଅକ୍ଟୋବର ୨୮ରେ ହେବ ନିଲାମ; ଘୋଷଣା କରାଯାଇଛି ଭେନ୍ୟୁ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଗାମୀ ମହିଳା ପ୍ରିମିୟର ଲିଗ (WPL) ସିଜିନ ପାଇଁ ନିଲାମର ତାରିଖ ଏବଂ ସ୍ଥାନ ଘୋଷଣା କରିଛି। BCCI…

ନା ସ୍ମାର୍ଟଫୋନ ନା କାର୍ଡ; ପାପୁଲିରେ କରିବେ ପେମେଣ୍ଟ, UPI କୁ ଟକ୍କର ଦେବ ପାମ ସ୍କାନ!

ନୂଆଦିଲ୍‌ଲୀ,୧୬।୯: ଡିଜିଟାଲ ପେମେଣ୍ଟ ଦୁନିଆରେ ଯେଉଁଠି ଭାରତର ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି, ସେଇଠି ଚାଇନା କାରବାରର…

ଗୋଟିଏ ଦିନର ବ୍ରାଣ୍ଡ ପ୍ରମୋସନ ପାଇଁ ବୈଭବ ସୂର୍ଯ୍ୟବଂଶୀ ନିଅନ୍ତି କେତେ ଟଙ୍କା? ପରିମାଣ ଶୁଣଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୯: ୧୫ ବର୍ଷୀୟ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବୈଭବ ନିଜ ପାଇଁ ଏକ…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?