ସୁସ୍ଥ ରହିବାକୁ ହେଲେ ଖାଆନ୍ତୁ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ: ଜାଣନ୍ତୁ କେଉଁ ବର୍ଗ ପାଇଁ କ’ଣ ରହିଛି ଡାଏଟ୍‌ ପ୍ଲାନ୍‌

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ ଡାଏଟ୍‌ ପ୍ଲାନ୍‌ ଉପରେ ଧ୍ୟାନ ଦେଉଛନ୍ତି। ଏପରି କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ଲଡ୍‌ ଗ୍ରୁପ୍‌ (ରକ୍ତର ବର୍ଗ) ଅନୁସାରେ ଖାଦ୍ୟ ଖାଇବା ଅଧିକ ଲାଭଦାୟକ। କାରଣ ଅନେକ ସମୟରେ ସୁସ୍ଥ ଖାଦ୍ୟ ଖାଇ ମଧ୍ୟ ଅନେକ ଦୁର୍ବଳ ଅନୁଭବ କରିଥା’ନ୍ତି। ରକ୍ତରେ ଥିବା ଆଣ୍ଟିଜିନରୁ କ’ଣ ଖାଇଲେ ସୁସ୍ଥ ରହିବେ ତାହା ଜଣାପଡିଥାଏ। ଏହା ସମସ୍ତଙ୍କ ଶରୀରରେ ଅଲଗା ଅଲଗା ଭାବରେ କାମ କରିଥାଏ।

ତେବେ ଜାଣନ୍ତୁ କେଉଁ ବ୍ଲଡ୍‌ ଗ୍ରୁପ୍‌ ପାଇଁ ଡାଏଟ ପ୍ଲାନ କ’ଣ ରହିଛି:

– ‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକ ପରିବା, ଫଳ ଖାଇବା ଉଚିତ। ଏମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଆମିଷଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ।

– ‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକ ପରିବା, ଅଣ୍ଡା, ମାଂସ, ଶୁଖିଲା ଫଳ ଖାଇବା ଉଚିତ। ଏହା ସହ ଗହମ, ଡାଲିଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଉଚିତ।

– ‘ଏବି’ ବ୍ଲଡ୍‌ ଗ୍ରୁପ୍‌ ଲୋକ ପ୍ରୋଟିନ୍‌ଜାତୀୟ ଖାଦ୍ୟ ଖାଇବା ଉଚିତ। ମାଂସ, ପରିବା, କ୍ଷୀର ଆଦି ଖାଇବା ଉଚିତ।

– ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକମାନେ ପେଟଜନିତ ସମସ୍ୟା ଥିଲେ ମଧ୍ୟ ପ୍ରୋଟିନ୍‌ ଖାଦ୍ୟ ଖାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖୀ ବୈବାହିକ ଜୀବନ ପାଇଁ …

ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ...

ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର...

ବର୍ଷାରେ ଗର୍ଭବତୀଙ୍କ ଯତ୍ନ

ବର୍ଷାଦିନେ ଗର୍ଭବତୀଙ୍କୁ ନିଜ ସହିତ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟରକ୍ଷା ନିମନ୍ତେ କେତେକ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ… ବର୍ଷାରେ...

ଶରୀର ପାଇଁ ଉପକାରୀ ଖଜୁରି

ଖଜୁରି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍‌ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି କି…

ଏବେ କେତେକଙ୍କଠାରେ ମେଦବହୁଳତା ଦେଖାଦେଉଛି। ଏଥିରୁ ରକ୍ଷା ପାଇବା ଲାଗି ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। ତେବେ ପ୍ରତିଦିନ ସକାଳେ ଆଖୁରସ ପିଇବା...

ତ୍ୱଚା ପାଇଁ ବରଦାନ ନଡ଼ିଆ ତେଲ

ସବୁଠୁ ସହଜ ଏବଂ ସୁଲଭ ଦରରେ ମିଳୁଥିବା ନଡ଼ିଆ ତେଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ କିପରି ବ୍ୟବହାର କଲେ ଆପଣ...

ଦାମ୍ପତ୍ୟ ଜୀବନରେ ଖୁସି ଚାହୁଁଥିଲେ

ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଏ ସୌଭାଗ୍ୟ ସମସ୍ତଙ୍କୁ ମିଳେନା। ତେବେ ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି;...

ଖଟ ତଳେ ଏସବୁ ରଖିବେ ନାହିଁ, ନଚେତ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଖଟ ତଳେ ଭୁଲ୍‌ରେ ବି କେବେ ଲୁହାର କୌଣସି ଜିନିଷ କିମ୍ବା ଝାଡୁ ରଖିବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା କୁଆଡ଼େ ଘରେ...

Advertisement
Archives

Model This Week