ସୁଶାନ୍ତଙ୍କ ପାଇଁ ଡାଏରୀ ଲେଖୁଥିଲେ ଛାତ୍ରୀ, ମୃତ୍ୟୁ ଖବର ପାଇ ହାରିଲେ ଜୀବନ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ- ନିକୋବର ଦ୍ୱୀପରେ ଜଣେ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଏକ ଡାଏରୀ ମଧ୍ୟ ଲେଖୁଥିଲେ। ଯେଉଁଥିରେ ସୁଶାନ୍ତଙ୍କ ସହିତ ଜଡ଼ିତ କିଛି କଥା ଲେଖିଥିଲେ। ଆଣ୍ଡାମାନ-ନିକୋବରର ରାଜଧାନୀ ପୋର୍ଟବ୍ଲେୟାରର ୧୫ ବର୍ଷୀୟା ଏହି ଛାତ୍ରୀଜଣକ ୧୭ ଜୁନ୍‌ରେ ରଶି ଲଗାଇ ଆହ୍ମହତ୍ୟା କରିଛନ୍ତି। ତାଙ୍କ ପରିବାର ଲୋକେ କୁହନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବହୁତ ଭାଙ୍ଗି ପଡ଼ିଥିଲେ। ତାଙ୍କ ଡାଏରୀରେ ସେ ସବୁବେଳେ ସୁଶାନ୍ତଙ୍କ ପାଇଁ କିଛି ନା କିଛି ଲେଖୁଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ସମ୍ପର୍କରେ କୌଣସି ନୋଟ୍‌ ମିଳିନାହିଁ।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସାଗର ଜିଲାର ଜଣେ ୨୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିଲେ। ଆଶ୍ଚର୍ଯ୍ୟର କଥା ଆତ୍ମହତ୍ୟା କରିବାର କିଛି ଘଣ୍ଟା ପୂର୍ବରୁ ସେ କହିଥିଲେ, ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ପରି ଆତ୍ମହତ୍ୟା କରିବି’। ସେହିପରି ଉତ୍ତରପ୍ରଦେଶର ବରେଲିରେ ମଧ୍ୟ ଏପରି ଘଟଣା ଘଟିଥିଲା। ଜଣେ ୧୦ମ ଶ୍ରେଣୀ ଛାତ୍ର ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆହ୍ମହତ୍ୟା କରିଥିଲେ। ସେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ, ‘ସୁଶାନ୍ତ ଯଦି ଆହ୍ମହତ୍ୟା କଲେ ମୁଁ କାହିଁକି କରିପାରିବିନି।’ ଏହିପରି ଅନେକ ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇ ଘରକୁ ଫେରିଲେ ଦୀପିକାଙ୍କ ମା’

ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ମା’ ଏବଂ ଜେଜେ ମା’ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ମା’ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ...

ତାଜମହଲ ସମ୍ମୁଖରେ ଡ୍ୟାନ୍ସ କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା : ଭାଇରାଲ ହେଲା ଭିଡିଓ

ଆଗ୍ରା,୨୧।୧୨-ମହାମାରୀ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ଲକଡାଉନ ପରେ ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇ ଫିଲ୍ମ ଶୁଟିଂ। ବଲିଉଡ ଅଭିନେତା...

ଏବେ ଏହି ଅଭିନେତାଙ୍କୁ ଚିହ୍ନିବା କଷ୍ଟକର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ବର୍ତ୍ତମାନ କ୍ୟାଟ୍ରିନା କୈଫ୍‌ଙ୍କ ସହ ରୁଷିଆରେ ଫିଲ୍ମ ‘ଟାଇଗର-୩’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ସପ୍ତାହରେ ଦୁଇଜଣ ଯାକ...

କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

ଏହି କଥାରେ ରାଗି କୌଣସି ଆଓ୍ବାର୍ଡ ଶୋ’କୁ ଯାହାନ୍ତି ନାହିଁ ଆମିର , ଆଜି ବି…

ବଲିଉଡ୍‌ ଅଭିନେତା ଆମିର ଖାନ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ବ୍ୟତୀତ ସମସ୍ତେ ଜାଣନ୍ତି ଯେ ଆମିର କୌଣସି ପୁରସ୍କାର ବିତରଣ ଉତ୍ସବରେ...

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ...

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିକ୍ରାନ୍ତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମେସି ଅପ୍‌ କମିଂ ଫିଲ୍ମ ‘ଛପାକ୍‌’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଛପାକ୍‌’ରେ ଦୀପିକା ପାଦୁକୋନ୍‌ଙ୍କ ସହ ମୁଖ୍ୟ ଭୂମିକାରେ...

Advertisement
Seven Jackpot


Archives

Model This Week