ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ ଫିଲ୍ମ, ପୋଷ୍ଟର ରିଲିଜ୍‌

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ସୁଶାନ୍ତ ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭେଟୁଥିଲେ। ମନ ଭିତରେ ଅନେକ ବ୍ୟଥା ରହିଥିଲେ ହେଁ ସେ କେବେ ହେଲେ ଏହାକୁ ନିଜ ମୁହଁରେ ଆସିବାକୁ ଦେଇ ନ ଥିଲେ। ଲକ୍ଷ ଲକ୍ଷ ଫ୍ୟାନ ଓ ବଲିଉଡକୁ ଏକା କରି ଚାଲିଯାଇଥିବା ସୁଶାନ୍ତଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଫିଲ୍ମ ନିର୍ମାତା ବିଜୟ ଶେଖର ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାଁ ରହିଛି ‘ସୁଇସାଇଡ୍‌ ଅର୍‌ ମର୍ଡର’। ଫିଲ୍ମର ପୋଷ୍ଟର ମଧ୍ୟ ସେ ରିଲିଜ୍‌ କରିଛନ୍ତି। ଫିଲ୍ମ ଜରିଆରେ ବଲିଉଡ୍‌ ଅସଲ ଗୁମର ପଦାକୁ ଆସିବ ବୋଲି ସେ କହିଛନ୍ତି। ବାରମ୍ବାର ତାଙ୍କୁ ଫିଲ୍ମ ବାହାର କରାଯାଉଥିଲା। ଏଥିପାଇଁ ସେ ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା...

ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ...

ଚିରଞ୍ଜିବ କରୋନା ପଜିଟିଭ

ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।...

କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍‌

ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍‌ତି ରହି…ତୋ ଲୁଟ୍‌ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ...

ଧୋନୀଙ୍କ ଠାରୁ ଅନେକ କିଛି ଶିଖିବାର ଅଛି

ଦୀର୍ଘବର୍ଷ ଧରି ଓଡ଼ିଶା କ୍ରିକେଟ ଦଳର ଫିଜିଓ ଦାୟିତ୍ୱରେ ଅଛନ୍ତି ଶୁଭକାନ୍ତ ସାହୁ। ଏପରିକି ପ୍ରଥମ ଓଡ଼ିଆ ଭାବେ ବିସିସିଆଇର ଲେଭଲ-୧ ଫିଜିଓ କୋର୍ସରେ ସେ...

ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁଙ୍କ ଭାଗ୍ୟ

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ...

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର...

ଜଣାଶୁଣା ଫିଲ୍ମ ନିର୍ମାତା ତରୁଣ ମଜୁମଦାରଙ୍କ ପରଲୋକ

ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ କୋଲକାତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତରୁଣ...

Advertisement
Archives

Model This Week