Posted inଖେଳ

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି। ମ୍ୟାଚରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଗୋଲ ବ୍ୟବଧାନରେ ପରାଜୟ ବରଣ କରିଛି। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହା ପ୍ରଥମ ପରାଜୟ। ପ୍ରଥମ ୨ଟି ମ୍ୟାଚରେ ଦଳ ମାଲେସିଆକୁ ୪-୨ ଓ ନ୍ୟୁଜିଲାଣ୍ଡକୁ ୮-୨ ଗୋଲରେ ପରାସ୍ତ କରିଥିଲା। ଭାରତ ଏହାର ପରବର୍ତ୍ତୀ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଜାପାନକୁ ପ୍ରଥମ ମିନିଟରେ ହିଁ ଫାଇଦା ମିଳିଥିଲା। ମିଳିଥିବା ପେନାଲ୍ଟି କର୍ନରକୁ ଓ୍ବାତାରୁ ମାତ୍‌ସୁମୋତୋ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ଜବାବରେ ଭାରତ ମଧ୍ୟ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ୩ୟ ମିନିଟରେ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ପ୍ରତାପ ଲାକ୍ରାଙ୍କ ଶଟ୍‌କୁ ପ୍ରତିପକ୍ଷ ଦଳର ତାକୁମି କିଟାଗାଓ୍ବା ଅଟକାଇବାରେ ସକ୍ଷମ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଫିନିଶ୍‌ ଟଚ୍‌ ଦେବାରେ ବିଫଳ ହେବାରୁ ଗୋଲଟି ପରିଶୋଧ କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ଦଳ ଗୋଲ ପରିଶୋଧ ଉଦ୍ୟମରେ ବିଫଳ ହୋଇଥିବାବେଳେ ଜାପାନର କୋସେଇ କାଓ୍ବାବେ ୨୨ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ ଗୋଲରେ ଅଗ୍ରଣୀ କରାଇଥିଲେ।
ତୃତୀୟ କ୍ୱାର୍ଟର ରୋମାଞ୍ଚକର ହୋଇଥିଲା। ଦ୍ୱିତୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୩୧ତମ ମିନିଟରେ ଭାରତ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମନଦୀପ ମୋରଙ୍କ ପାସ୍‌କୁ ଗୋଲରେ ପରିଣତ କରି ଗୁରସାହିବଜିତ ସିଂ ମ୍ୟାଚରେ ଉଷ୍ମତା ଭରିଥିଲେ। ମାତ୍ର ଏହାର ୨ ମିନିଟ ପରେ ଜାପାନକୁ ମିଳିଥିବା ୫ମ ପେନାଲ୍ଟି କର୍ନରରୁ କେଇତା ଓ୍ବାତାନବେ ଗୋଲ ଦେଇ ଜାପାନର ଅଗ୍ରଣୀକୁ ୩-୧ କରିଥିଲେ। ୩୭ତମ ମିନିଟରେ କୋସେଇ କାଓ୍ବାବେ ଗୋଲ ଦେବାରୁ ଜାପାନ ୪-୧ରେ ଅଗ୍ରଣୀ ସହ ଡ୍ରାଇଭର ଶିଟ୍‌ରେ ବସିଥିଲା। ତେବେ ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୮ତମ ମିନିଟରେ ଶାରଦାନନ୍ଦ ତିଓ୍ବାରୀ ଗୋଟିଏ ଗୋଲ ପରିଶୋଧ କରିଥିଲେ। ୨ ଗୋଲ ପଛରେ ଥାଇ ଭାରତ ୪ର୍ଥ ତଥା ଅନ୍ତିମ କ୍ୱାର୍ଟର ଖେଳିଥିଲା। ଜାପାନ ଆକ୍ରମଣ ଉପରେ ଗୁରୁତ୍ୱ ନ ଦେଇ ନିଜ ରକ୍ଷଣଭାଗକୁ ଦୃଢ଼ କରି ଦେଇଥିଲା। ଭାରତୀୟ ଫରଓ୍ବାର୍ଡ ଲାଇନ୍‌ ଜାପାନର ରକ୍ଷଣଭାଗ ଭେଦ କରିବାପାଇଁ ଉଦ୍ୟମକୁ ଜୋରଦାର କରିଥିଲା। ୫୩ତମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଭାରତ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ଶେଷ ୭ ମିନିଟରେ ଆଉ ଗୋଲ ଦେବା ସମ୍ଭବ ହୋଇ ନ ଥିଲା। ଫଳରେ ଜାପାନ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri