ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା: ୨ ଆହତ

ଛତ୍ରପୁର/ପୁରୁଷୋତ୍ତମପୁର,୩ା୫(ଡି.ଏନ୍‌.ଏ.): ସୁରଟରୁ ୫୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ବସ୍‌ ରବିବାର ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ପୁରୁଷୋତ୍ତମପୁର ବ୍ଲକର ହୋଇଥିବା ବେଳେ ଆଉ ଜଣେ ଗଞ୍ଜାମ ବ୍ଲକର। ଉକ୍ତ ଗାଡ଼ିରେ ଥିବା ୫୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ। ଉକ୍ତ ବସ୍‌ ପଛରେ ଆଉ ୮ଟି ବସ୍‌ରେ ମଧ୍ୟ ପ୍ରବାସୀ ଓଡ଼ିଆ ଗଞ୍ଜାମ ଫେରୁଥିଲେ। ସୋମବାର ଗଞ୍ଜାମରେ ଉକ୍ତ ୮ଟି ବସ୍‌ ପହଞ୍ଚିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶନିବାର ସୁରଟରୁ ଏକ ସମୟରେ ୯ଟି ବସ୍‌ରେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା

ଛତ୍ରପୁର,୩ା୩(ଡି.ଏନ.ଏ.) ମାସର ପ୍ରଥମ ସୋମବାର ଛତ୍ରପୁରଠାରେ ଜିଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି ା କେବଳ ଛତ୍ରପୁର ସବଡିଭିଜନ...

‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି...

ସଦ୍ୟ ନିୟମିତ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରଣପୁର,୨୯ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ...

ବିଦ୍ୟୁତ୍‌ କେବୁଲ ପାଇଁ ମାଟି ଖୋଳା ଫାଟିଲା ପାଣିପାଇପ୍‌ : ଯୋଡ଼ା ସହରରେ ୩ ଦିନ ଧରି ଜଳ ଯୋଗାଣ ବନ୍ଦ

ଯୋଡ଼ା, ୮।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ କେବୁଲ ସଂଯୋଗ ପାଇଁ ମାଟି ଖୋଳାଯାଉଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଛା...

ମେଡିକାଲ ପରିଚାଳନା ଟିମ୍‌ ସୋର୍ସିଂ କରିବ ଏମ୍‌ସିଏଲ୍‌

ଭୁବନେଶ୍ୱର,୩ |୧୦ – ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ତାଳଚେରରେ ସ୍ଥାପନ କରିଥିବା ୫୦୦ ବେଡ୍‌ ବିଶିଷ୍ଟ ଏହାର ଷ୍ଟେଟ୍‌ ଅଫ୍‌ ଆର୍ଟ ମେଡିକାଲ...

କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ...

ସନ୍ଧ୍ୟା ୬ଟାରେ ଜଣାପଡ଼ିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଜରୁରୀ ପ୍ରେସ୍‌ମିଟ୍‌ ରହିଛି। ଏହି ଅବସରରେ ଅନ୍‌ଲକ୍‌-୩ ସମ୍ପର୍କରେ କହିପାରନ୍ତି। ପୂର୍ବରୁ...

୧୫ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାର ଭାଲିଆବାଡିରେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନସୁଗାର...


Coronavirus Update

Archives

Model This Week

Why Dharitri