Posted inଜାତୀୟ

ସୁରକ୍ଷା ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗଠାରେ ଦୀର୍ଘ ୬୯ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଫଳରେ ଫରିଦାବାଦ-ନୋଏଡା ରାସ୍ତା ଅବରୋଧ ହୋଇ ରହିଥିଲା। ଶୁକ୍ରବାର ସକାଳେ ଆନ୍ଦୋଳନ ସ୍ଥାନରେ କିଛି ସମୟ ପାଇଁ ରାସ୍ତାକୁ ଅବରୋଧମୁକ୍ତ କରାଯାଇଥିଲା। ପରେ ପୋଲିସ ବାରିକେଡ୍‌ ଦ୍ୱାରା ଏହାକୁ ବନ୍ଦ କରିଦେଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ ବୁଧବାର ଓ ଗୁରୁବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଚଳାବସ୍ଥା ଦୂର ହୋଇ ନ ଥିଲେ ମଧ୍ୟ ରାସ୍ତା ଖୋଲିବା ସମ୍ଭାବନା ଥିବା ସେମାନେ ସୂଚନା ଦେଇଥିଲେ।
ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ମଧ୍ୟସ୍ଥ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନ୍‌ ବିକ୍ଷୋଭକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଆନ୍ଦୋଳନ ସ୍ଥାନ ସହ ସମାନ୍ତରାଳ ରାସ୍ତା ଖୋଲିବାକୁ ହେଲେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ନେଇ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଦିଲ୍ଲୀ ଓ ନୋଏଡାକୁ ଏକାଧିକ ରାସ୍ତା ସଂଯୋଗ କରୁଥିବାବେଳେ ଶାହିନବାଗରୁ ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କ’ଣ ପାଇଁ କୁହାଯାଉଛି ବୋଲି ମହିଳା ବିକ୍ଷୋଭକାରୀମାନେ ବରିଷ୍ଠ ଆଇନଜୀବୀ ହେଗ୍‌ଡେ ଏବଂ ରାମଚନ୍ଦ୍ରନ୍‌ଙ୍କୁ ପ୍ରଶ୍ନ କରିଥିଲେ। ହେଗଡେ ମହିଳାମାନଙ୍କୁ କହିଥିଲେ, ଆଜି ଶିବରାତ୍ରି। ଆପଣମାନଙ୍କର କହିବାର ଅଧିକାର ରହିଛି। ଆପଣମାନେ ଯାହା କହିବାକୁ ଚାହୁଁଛନ୍ତି କୁହନ୍ତୁ। ତେବେ ରାସ୍ତା ବନ୍ଦ ଯୋଗୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତଙ୍କ ପାଇଁ ଆମକୁ ମିଳିତ ନିଷ୍ପତ୍ତି ନେବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ। ମଧ୍ୟସ୍ଥଦ୍ୱୟ ଆଲୋଚନା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ ଆନ୍ଦୋଳନସ୍ଥଳକୁ ଡାକିଥିଲେ। ବିକ୍ଷୋଭସ୍ଥଳରେ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାସ୍ତାରେ ବାରିକେଡ୍‌ କରାଯାଇଛି। ରାସ୍ତାରୁ ବାରିକେଡ ହଟାଇଲେ ବିକ୍ଷୋଭକାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣିତ କରିବାକୁ ହେବ ବୋଲି ପୋଲିସ କହିଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ବେଳେ ପୋଲିସ ସୁରକ୍ଷା ଦେଇପାରିଲା ନାହିଁ। ସେମାନେ ଆମକୁ କିପରି ସୁରକ୍ଷା ଦେବେ ବୋଲି ଜଣେ ମହିଳା ବିକ୍ଷୋଭକାରୀ ପ୍ରଶ୍ନ କରିଥିଲେ। ସେଥିପାଇଁ ସୁପ୍ରିମକୋର୍ଟଙ୍କଠାରୁ ଆମେ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛୁ ବୋଲି ଅନ୍ୟଜଣେ ବିକ୍ଷୋଭକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ...

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା।...

କରୋନା ଆକ୍ରାନ୍ତ ଛାତ୍ରୀଛାତ୍ର ପରେ ଦେଇପାରିବେ ପ୍ରାକ୍ଟିକାଲ ପରୀକ୍ଷା

ନୂଆଦିଲ୍ଲୀ,୩୧।୩: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) କର୍ତ୍ତୃପକ୍ଷ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁ...

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ...

କଂଗ୍ରେସ ଜିତିବନି ୨୦୨୪ ନିର୍ବାଚନ

ଶ୍ରୀନଗର/ନୂଆଦିଲ୍ଲୀ,୩।୧୨:୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୩୦୦ ଆସନ ଜିତିପାରିବ ନାହିଁ। ଜି-୨୩ ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରର ଏକ ସଭାକୁ ସମ୍ବୋଧନ ବେଳେ...

ବଢ଼ୁଛି ବଜ୍ରପାତ ବିପଦ

ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି।...

ସ୍ଥଳସେନାର ଉପମୁଖ୍ୟ ଦାୟିତ୍ୱ ନେଲେ ଚଣ୍ଡୀ ପ୍ରସାଦ

ନୂଆଦିଲ୍ଲୀ,୧।୨: ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସୋମବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରି...

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ,...

Advertisement
Archives

Model This Week