Posted inଜାତୀୟ

ସୁରକ୍ଷା ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗଠାରେ ଦୀର୍ଘ ୬୯ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଫଳରେ ଫରିଦାବାଦ-ନୋଏଡା ରାସ୍ତା ଅବରୋଧ ହୋଇ ରହିଥିଲା। ଶୁକ୍ରବାର ସକାଳେ ଆନ୍ଦୋଳନ ସ୍ଥାନରେ କିଛି ସମୟ ପାଇଁ ରାସ୍ତାକୁ ଅବରୋଧମୁକ୍ତ କରାଯାଇଥିଲା। ପରେ ପୋଲିସ ବାରିକେଡ୍‌ ଦ୍ୱାରା ଏହାକୁ ବନ୍ଦ କରିଦେଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ ବୁଧବାର ଓ ଗୁରୁବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଚଳାବସ୍ଥା ଦୂର ହୋଇ ନ ଥିଲେ ମଧ୍ୟ ରାସ୍ତା ଖୋଲିବା ସମ୍ଭାବନା ଥିବା ସେମାନେ ସୂଚନା ଦେଇଥିଲେ।
ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ମଧ୍ୟସ୍ଥ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନ୍‌ ବିକ୍ଷୋଭକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଆନ୍ଦୋଳନ ସ୍ଥାନ ସହ ସମାନ୍ତରାଳ ରାସ୍ତା ଖୋଲିବାକୁ ହେଲେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ନେଇ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଦିଲ୍ଲୀ ଓ ନୋଏଡାକୁ ଏକାଧିକ ରାସ୍ତା ସଂଯୋଗ କରୁଥିବାବେଳେ ଶାହିନବାଗରୁ ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କ’ଣ ପାଇଁ କୁହାଯାଉଛି ବୋଲି ମହିଳା ବିକ୍ଷୋଭକାରୀମାନେ ବରିଷ୍ଠ ଆଇନଜୀବୀ ହେଗ୍‌ଡେ ଏବଂ ରାମଚନ୍ଦ୍ରନ୍‌ଙ୍କୁ ପ୍ରଶ୍ନ କରିଥିଲେ। ହେଗଡେ ମହିଳାମାନଙ୍କୁ କହିଥିଲେ, ଆଜି ଶିବରାତ୍ରି। ଆପଣମାନଙ୍କର କହିବାର ଅଧିକାର ରହିଛି। ଆପଣମାନେ ଯାହା କହିବାକୁ ଚାହୁଁଛନ୍ତି କୁହନ୍ତୁ। ତେବେ ରାସ୍ତା ବନ୍ଦ ଯୋଗୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତଙ୍କ ପାଇଁ ଆମକୁ ମିଳିତ ନିଷ୍ପତ୍ତି ନେବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ। ମଧ୍ୟସ୍ଥଦ୍ୱୟ ଆଲୋଚନା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ ଆନ୍ଦୋଳନସ୍ଥଳକୁ ଡାକିଥିଲେ। ବିକ୍ଷୋଭସ୍ଥଳରେ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାସ୍ତାରେ ବାରିକେଡ୍‌ କରାଯାଇଛି। ରାସ୍ତାରୁ ବାରିକେଡ ହଟାଇଲେ ବିକ୍ଷୋଭକାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣିତ କରିବାକୁ ହେବ ବୋଲି ପୋଲିସ କହିଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ବେଳେ ପୋଲିସ ସୁରକ୍ଷା ଦେଇପାରିଲା ନାହିଁ। ସେମାନେ ଆମକୁ କିପରି ସୁରକ୍ଷା ଦେବେ ବୋଲି ଜଣେ ମହିଳା ବିକ୍ଷୋଭକାରୀ ପ୍ରଶ୍ନ କରିଥିଲେ। ସେଥିପାଇଁ ସୁପ୍ରିମକୋର୍ଟଙ୍କଠାରୁ ଆମେ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛୁ ବୋଲି ଅନ୍ୟଜଣେ ବିକ୍ଷୋଭକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri