ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ ଲୋକାନାଟ୍ୟର ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କୁ ଜଲିଉଡ୍‌ରୁ ଡାକରା ଆସିଥିଲା। ଏ ସମ୍ପର୍କରେ ଜୟଶ୍ରୀ କହନ୍ତି, ‘ ନିର୍ଦ୍ଦେଶକ ଗୁରୁ ମିଶ୍ର ହଠାତ୍‌ ମୋତେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କରିବାକୁ ଅଫର ଦେଇଥିଲେ। ତାହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ଗ୍ରହଣ କରିଥିଲି। ତାଙ୍କ ନିର୍ଦ୍ଦେଶିତ ତଥା ଗଣେଶ ରାଉତଙ୍କ ରଚିତ ନାଟକ ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ରେ ପାର୍ଶ୍ୱନାୟିକା ମୀନାକ୍ଷୀଙ୍କ ଭୂମିକା ସତେ ଯେମିତି ମୋ ପାଇଁ ଚ୍ୟାଲେଞ୍ଜ ଥିଲା। ଗୋଟିଏ ଦିନରେ ରିହର୍ସାଲ ଶେଷ କରିଥିଲି। ଅପେରା ଜଗତରେ ମୋର ଏଣ୍ଟ୍ରି ହୋଇଥିଲା ୨୦୧୭ରେ। ମାତ୍ର ଦୁଇବର୍ଷ ମଧ୍ୟରେ ମୁଁ ‘ପାକିସ୍ତାନୀ ଝିଅ ଭାରତକେ ଲିୟେ ଶହୀଦ (ଗୀତା), କଳା ଓଢ଼ଣି (ରୂପା), କି ରଙ୍ଗେ ନାଚୁଛି କନକ ଗୋରୀ (ଶୀଲା), ମୃତ୍ୟୁ ଦଣ୍ଡ (ରାଧିକା), ରାତି ସପନକୁ କରିଛି ସାଥୀ ଏବଂ ତୋ ନଁାରେ ମୋ ନଁାକୁ ଦେଇଛି ଯୋଡିରେ ମୋତେ ଯେଉଁ ଭୂମିକା ମିଳିଛି ତାହାକୁ ବେଶ୍‌ ସୂଚାରୁ ରୂପେ ତୁଲାଇଛି। ବାଘାଯତୀନ ପରେ ଏବର୍ଷ ମୁଁ ନୂଆ ଅପେରା ପାର୍ଟି ‘ସୂର୍ଯ୍ୟମନ୍ଦିର’ରେ ଯୋଗ ଦେଇଛି। ଏହାର ପ୍ରଥମ ନାଟକ ‘ପୁଅ ଯିବ ଶାଶୁଘର’ (ରଚନା -ଗଣେଶ ରାଉତ, ନିର୍ଦ୍ଦେଶନା-ଅଶ୍ରୁମୋଚନ ମହାନ୍ତି)ରେ ମୋତେ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା।’ ଆଗଧାଡିର ଥିଏଟର ଅନୁଷ୍ଠାନ ଉତ୍ତରପୁରୁଷରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ନିଜ ଅଭିନୟ ଜୀବନରେ ଦର୍ଶକଙ୍କୁ ସର୍ବାଗ୍ରେ ସ୍ମରଣ କରନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଡରୁଥିଲେ କ୍ୟାଟ୍ରିନା

ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲଗୁ ସୁପରଷ୍ଟାର ରାଜା ବାବୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।...

ବୋଲ୍ଡ ଲୁକ୍‌ରେ ସାରା

ମୁମ୍ବାଇ: ସୈଫ୍‌ ଅଲ୍ଲୀଙ୍କ ଲଳନା ସାରା ଅଲ୍ଲୀ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟ୍ୟାଙ୍କ୍‌ ଟପ୍‌ ଏବଂ ଶର୍ଟ ପିନ୍ଧି...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ...

ମନ ମୋର କାଗଜଗୁଡ଼ି

ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡ଼ି’ର ପୋଷ୍ଟ ପ୍ରଡକ୍ସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି...

ଛେଳି ଚରାଉଛନ୍ତି ସାରା

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଫିଲ୍ମ ଜଗତରେ ତଥା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ...

ସାପ କାମୁଡ଼ିବା ପରେ ଏବେ ଏମିତି ଅଛନ୍ତି ସଲମାନ

ମୁମ୍ବାଇ: ଭାଇଜାନ ତଥା ସଲମାନ ଖାନ୍‌ଙ୍କୁ ତାଙ୍କ ପାନଭେଲସ୍ଥିତ ଫାର୍ମ ହାଉସରେ ସାପ କାମୁଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କୁ କାମୋଥେ ଏମ୍‌ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...

Advertisement
Archives

Model This Week