ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୪।୮(ନି.ପ୍ର.) : ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ଶନିବାର ଅପରାହ୍ନ ୪ଟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୩ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ୧୮ ଦିନ ପଞ୍ଚମୀ ତିଥି ମଙ୍ଗଳବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ ୮ଟା ୪୬ ମିନିଟ୍‌ରୁ ୯ଟା ୨୮ ମିନିଟ୍‌ ମଧ୍ୟରେ ବାହାରିବ। ଏହା ଅଷ୍ଟଚଣ୍ଡୀଙ୍କ ପୀଠକୁ ଯିବ। ସକାଳ ଘ୯.୫୭ମିନିଟ୍‌ରୁ ଘ୧୦.୧୧ମିନିଟ୍‌ ମଧ୍ୟେ ବିଶୁଦ୍ଧ ତୁଳା ନକ୍ଷତ୍ର ଲଗ୍ନ ଅମୃତ ସମୟରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କଠାରେ ନବାହ୍ନ ଭୋଗ ଲାଗିବ। ଏହାପରେ ଜିଲାବାସୀ ନବାହ୍ନ ଭକ୍ଷଣ କରିବେ। ଜିଲାର ପଣ୍ଡିତମାନେ ସମବେତ ହୋଇ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ସମସ୍ତଙ୍କ ସମ୍ମତି ହେବା ପରେ ପଣ୍ଡିତ ସମବେତ ମନ୍ତ୍ରୋଚାରଣରେ ମନ୍ଦିର ଗୁଞ୍ଜରିତ ହେବା ସହ ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ପଣ୍ଡିତ ମହାସଭାରେ ଜ୍ୟୋର୍ତିବିତ୍‌ ସୀତାଂଶୁ ଶେଖର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମହାପାତ୍ର, ମହେଶ କୁମାର ପୂଜାହାରୀ, ରାମଗୋପାଳ ପୂଜାହାରୀ, ବୈଦ୍ୟନାଥ ଗୁରୁ, ସଚ୍ଚିଦାନନ୍ଦ ଦାଶ ଓ ଗୌରିଶଙ୍କର ରଥଙ୍କ ସମେତ ବହୁ ପଣ୍ଡିତ ଲଗ୍ନଧାର୍ଯ୍ୟରେ ସାମିଲ ଥିଲେ। ଏଥିସହ ମ୍ୟୁନିସିପାଲିଟିର ଜନସୂଚନା ଅଧିକାରୀ ଶିବରାମ ସାହୁ, ସତ୍ୟନାରାୟଣ ସାହୁ, ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଲିକ, ବାଳମୁକୁନ୍ଦ ସାହୁ, ଷଷ୍ଠୀ ବଡମାଳୀ ଓ ପ୍ରଫୁଲ୍ଲ ଥନାପତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

IS ଟାର୍ଗେଟରେ ଶିବରାଜ, ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri