ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ: ଦୁଇଟା କୁଠି, ୮ଟା ଶ୍ରେଣୀର ୧୧୯ ଛାତ୍ରୀଛାତ୍ର

କୋକସରା, ୭।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଏହେଦେ ନାନା ସମସିଆ ଘରରେ ରହିଛେ। ପୁରନା କୁଠି ଯାକ ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଇଆଡ଼େ ପଢ଼ାକୁଠି ଅଭାବୁ ୮ଟା ଶ୍ରେଣୀର ୧୧୯ ଛାତ୍ରୀଛାତ୍ର ୨ଟା କୁଠିଥି ବସି ପାଠ୍‌ ପଢ଼ୁଛନ୍‌। ଏନ୍‌ତାଥି ପାଠ୍‌ପଢ଼ାରେ ଖେଲ୍‌ଢ଼େପ ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ ୧୯୫୮ ସାଲେ ଥାପିତ ସୁପାଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ଏହେଦେ ୧ମରୁ ୮ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ର ପାଠ୍‌ପଢ଼ବାର ବେବସ୍‌ତା ରହିଛେ। ସ୍କୁଲରେ ୧ମରୁ ୮ମ ଶ୍ରେଣୀ ତକ୍‌ ମୋଟ ୧୧୯ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ହେଲେ ସ୍କୁଲରେ ଥିବାର ପୁରନା କୁଠି ଯାକ ମରାମତି ଅଭାବୁ ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଛାତ୍ରୀଛାତ୍ରକଁର ସୁରକ୍ଷା ଦୁରୁଷ୍‌ଟିରୁ ୨ଟା କୁଠିଥି ବସେଇ ପାଠ୍‌ ପଢ଼ାଯାଉଥିବାର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଠାକୁର କହିଛନ୍‌। ସେନ୍‌ତା ସ୍କୁଲ ପରିସରରେ ୨ଟା ନଲ୍‌ଚୁଅଁା ରହିଛେ। ଗୁଟେ ନଲ୍‌ଚୁଅଁାକେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ବେଭାର କରୁଥିଲାବେଲେ ଆର ଗୁଟେରୁ ମଏଲା ପାଏନ୍‌ ବାହାରୁଛେ। ଏନ୍‌ତାଥି ଛାତ୍ରୀଛାତ୍ର ଘରୁ ପିଇଲା ପାଏନ୍‌ ଧରିକରି ଆସୁଛନ୍‌। ସ୍କୁଲରେ ଶୌଚାଲୟ ବେବସ୍‌ତା ବି ଠିକ୍‌ ନଁାଇଁନ। ଯେନ୍‌ଥିରଲାଗି ଛାତ୍ରୀଛାତ୍ର ଅନେକ ସମିଆରେ ହଇରାନ ହରକତ ହେଉଛନ୍‌। ଇଆଡ଼େ ପଢ଼ାକୁଠି ଅଭାବୁ ୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର ଯଁାକିକୁଁଚି ହେଇ ବସୁଛନ୍‌। ଗୁଟେ କୁଠିଥି ୩ଟାରୁ ୪ଟା ଶ୍ରେଣୀର ଛାତ୍ରୀଛାତ୍ର ବସବାର ଲାଗି ପାଠ୍‌ପଢ଼ା ଠିକ୍‌ଭାବେ ନାଇଁ ହେଇପାରବାର। ସେନ୍‌ତା ସ୍କୁଲରେ ରଁଧାଘର ଅଭାବୁ ଗୁଟେ ଭଂଗା କୁଠିଥି ରଁଧାବଢ଼ା କରବାର ସଂଗେ ନୂତନ କୁଠା ବାରନ୍‌ଡାରେ ଛାତ୍ରୀଛାତ୍ରକୁଁ ଖାଏବାକେ ଦିଆଯାଉଛେ। ଇଆଡ଼େ କୁଠାମାନକର ଅବସ୍‌ତା ଦେଖି ଅଭିଭାବକମାନେ ବି ନିଜର ପିଲାଛୁଆକୁ ସ୍କୁଲ ଛାଡ଼ବାକେ ଡରୁଛନ୍‌। ଇ ବାବ୍‌ଦେ ବିଭାଗୀୟ କତୁରପକ୍ଷକୁଁ ନୂତନ କୁଠା ତିଆରି ଲାଗି ଗଁାବାସୀ ବାରବାର ଦାବି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ସିଆର୍‌ସିସି ଜୟଶଙ୍କର ପାଠେକୁଁ ପଚ୍‌ରାଲାରୁ ବିପଦ୍‌ ଅବସ୍‌ତାରେ ଥିବାର କୁଠିମାନ୍‌କେ ଛୁଆକୁ ବସେଇ ପଢ଼ାବାକେ ମନା କରାଯାଇଛେ। ନୂତନ କୁଠା ତିଆରି ଲାଗି ପଞ୍ଚାୟତି ରାଜ ବିଭାଗକେ କୁହାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଲଡୁଗଁା ସରପଁଚ୍‌ କହ୍ନେଇ ଚରଣ ଦାସକୁଁ ପଚ୍‌ରାଲାରୁ ଅନୁଦାନ ଆଏଲେ ନୂତନ କୁଠା ତିଆରି କରାଯିବା ବଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri