ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ସାମିଲ ହେଉଛନ୍ତି । ସହରର ପ୍ରମୁଖ ରାସ୍ତାକଡ଼ କାନ୍ଥ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ପୋଷ୍ଟର୍‌ ଚିରା ଅଭିଯାନ ଗତ କିଛି ଦିନ ହେବ ଆରମ୍ଭ ହୋଇଥିଲା। ଏ ନେଇ ଏକ ଟିମ୍‌ ‘ଟିମ୍‌ କ୍ଲିନ୍‌ ସିଟି’ ଗଠନ କରାଯାଇଛି। ତୃତୀୟ ସପ୍ତାହରେ ଏହି ଟିମ୍‌ ଷ୍ଟେସନ୍‌, ଟାଟା ବେଞ୍ଜ ଛକ, ହିଲ୍‌ପାଟଣା, ବିଜିପୁର, ପୁରୁଣା ବସ୍‌ଷ୍ଟାଣ୍ଡ, ଗିରି ରୋଡ଼ ସହ ଅନ୍ୟାନ୍ୟ ଅଞ୍ଚଳରୁ ପୋଷ୍ଟର୍‌ ଚିରିଥିଲା।
ତେବେ ରବିବାର ଏହି ଅଭିଯାନରେ ସାମିଲ୍‌ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ପିଭିଏନ୍‌ରାଓ ପେଟ୍ରୋଲ୍‌ ପମ୍ପ ଛକଠାରେ ଜିଲାପାଳ କୁଲାଙ୍ଗେ କାନ୍ଥରୁ ପୋଷ୍ଟର୍‌ ଚିରୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ସେ କହିଥିଲେ ଯେ, ସହରକୁ ସୁନ୍ଦର ରଖିବା ପାଇଁ ସହରର ଭଲ ନାଗରିକମାନେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସା ଯୋଗ୍ୟ । ଯେଉଁମାନେ ମନଇଚ୍ଛା ଏଣେତେଣେ ପୋଷ୍ଟର୍‌ ମାରୁଛନ୍ତି, ସେମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିନେମା ହଲ୍‌ଗୁଡ଼ିକୁ ପୋଷ୍ଟର୍‌ ନ ମାରିବା ପାଇଁ ବାରଣ କରାଯାଇ ଥିବା ବେଳେ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ପକ୍ଷରୁ ମରାଯାଉଥଇବା ପୋଷ୍ଟରକୁ ନୋଟିସ୍‌ ଦିଆଯିବ । ଏହାକୁ ନ ମାନିଲେ ଜରିମାନା ଆଦାୟ କରାଯିବ।
କେବଳ ପୋଷ୍ଟର୍‌ ଚିରା ଅଭିଯାନରେ ସୀମିତ ନ ରହି, ଆଗାମୀ ଦିନରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ମୁକ୍ତ ସହର ଗଠନ ଏବଂ ବୃକ୍ଷ ରୋପଣ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ‘ଟିମ୍‌ କ୍ଲିନ୍‌ ସିଟି’ର ସଦସ୍ୟା ସଦସ୍ୟଙ୍କୁ ଜିଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ରାଜ୍ୟରେ ୨୦୦ରୁ କମ୍‌ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ

ଭୁବନେଶ୍ୱର,୫।୧(ବ୍ୟୁରୋ): ଲଗାତାର ୩ ଦିନହେଲା ରାଜ୍ୟରେ ୨୦୦ରୁ କମ୍‌ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ ମଙ୍ଗଳବାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ: ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ଏନେଇ ଲୋକାୟୁକ୍ତ ଶୁକ୍ରବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨...

କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ...

‘୫ ଫୁଟ୍‌ କହି ଖୋଳିଛନ୍ତି ୩୫’

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଥମୁନାହିଁ। ଗୋଟିଏ ପଟେ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ ଭାରତୀୟ...

ସମୁଦ୍ରରେ ଭାସିଗଲେ ୨ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ଅଫିସ, ୧୫।୮: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଯୁବକ ନିଖୋଜ। ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ରବି ସିଂ। ଆଜି ଅପରାହ୍ନ ୫ଟା ସମୟରେ...

ଝରାଫୁଲକୁ ନେଇ ଯାଇଥିବା ସ୍କୁଟି ଜବତ

ଯାଜପୁର ଅଫିସ୍‌, ୪।୨: ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ଆଜି ୯ ଦିନ ପୂରିଛି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଉପରୁ ପରଦା ହଟିପାରି...

କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ

କେସିଙ୍ଗା,୧୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୫ଟି ଗ୍ରାମପଞ୍ଚାୟତରେ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ...

ଦାରିଙ୍ଗବାଡ଼ିରେ ତଳକୁ ଖସିଲା ପାରଦ: ଚାରିଆଡ଼େ ତୁଷାରପାତ, ବଢ଼ୁଛି ଶୀତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ତାପମାତ୍ରା ତଳକୁ ଖସି ତୁଷାରପାତ ହେବା ସହ ଶୀତ...

Advertisement
Archives

Model This Week