Posted inଫୁରସତ

ସୁନ୍ଦରୀ ହେବାକୁ ବାହାନା

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା। ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍‌ ଟୋଲେର ନାମ୍ନୀ ଜନୈକା ମହିଳା। ସେ ଦେଖିବାକୁ ସେମିତି ସୁନ୍ଦରୀ ନଥିଲେ। ମାତ୍ର ତାଙ୍କ ଭିତରେ ସୁନ୍ଦର ହେବାକୁ ନେଇ ଆକାଶଛୁଅଁା ଇଚ୍ଛା ରହିଥିଲା। ନିଜକୁ ଆକର୍ଷଣୀୟ କରି ଅନ୍ୟନିକଟରେ ପ୍ରଦର୍ଶିତ କରାଇବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେଥିଲାଗି ସେ ଯେକୌଣସି ସ୍ତରକୁ ଓହ୍ଲେଇଯିବା ପାଇଁ ପ୍ରସ୍ତୁତ ଥିଲେ। ଏହା ଯେ ତାଙ୍କ ଭିତରର ଏକ ନାରୀ ସୁଲଭ ହୀନମନ୍ୟତା ସେ ସେକଥା ଭଲଭାବରେ ଜାଣିଥିଲେ। ମାତ୍ର ସେ ଆଉ ପଛକୁ ଫେରିବା ଅବସ୍ଥାରେ ନ ଥିଲେ। ସେ ଜାଣିଥିଲେ ଯେ, ନାରୀର ସୌନ୍ଦର୍ଯ୍ୟ ହେଉଛି ତା’ର ବକ୍ଷୋଜ। ଦିନେ ତାଙ୍କ ମୁଣ୍ଡକୁ ଏକ ଧାରଣା ଜୁଟିଲା ଯେ, ସେ ତାଙ୍କର ବକ୍ଷକୁ ଅଧିକ ଆକର୍ଷଣୀୟ କରିବେ। ଆଉ ସେଥିପାଇଁ ତାଙ୍କୁ ବକ୍ଷ ପ୍ରତିରୋପଣ କରିବା ପାଇଁ ପଡ଼ିବ। ଏହା ହିଁ ଏକମାତ୍ର ବିକଳ୍ପ। ତେବେ ବକ୍ଷ ପ୍ରତିରୋପଣ ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ମାତ୍ର ତାଙ୍କ ନିକଟରେ ଅର୍ଥ ନ ଥିଲା। ଜାମୀ ଲାଇନ୍‌ କିନ୍ତୁ ନିଜକୁ ସୁନ୍ଦରୀ କରିବାକୁ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ। ସେ ଦିନେ ଘୋଷଣା କରିଦେଲେ ଯେ, ତାଙ୍କୁ ସ୍ତନ କର୍କଟ ହୋଇଛି। ତାଙ୍କର ବ୍ରେଷ୍ଟ କନ୍‌ଷ୍ଟ୍ରକ୍ସନ୍‌ କରିବାକୁ ପଡ଼ିବ। ଏହା ଘୋଷଣା କରି ସେ ତାଙ୍କର ଚିହ୍ନା ପରିଚିତ ତଥା ସମ୍ପର୍କୀୟମାନଙ୍କ ଠାରୁ ଦାନସୂତ୍ରରେ ଟଙ୍କା ଆଦାୟ କଲେ। ଏଭଳି ଅବସ୍ଥାରେ ତାଙ୍କୁ କିଏ ବା ମନା କରନ୍ତା। ସେ ବହୁ ଅର୍ଥ ସଂଗ୍ରହ କରିନେଲେ। ଖୁସିରେ ତାଙ୍କ ମନ ନାଚିବାକୁ ଆରମ୍ଭ କରିଦେଲା। ଭାବିଲେ, ବକ୍ଷ ପ୍ରତିରୋପଣ କରିବେ ଆଉ ସୁନ୍ଦରୀ ଦିଶିବେ। ମାତ୍ର ସେତିକିବେଳେ ପୋଲିସ ଆସି ତାଙ୍କୁ ଗିରଫ କଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଯାଇଥିଲା ଯେ, ଜାମୀଙ୍କୁ କ୍ୟାନସର ହୋଇନାହିଁ। ସେ ମିଛରେ ଅର୍ଥ ଆଦାୟ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଗଲା। ପରୀକ୍ଷାରୁ ଜଣାଗଲା ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ...

୧୪ ବର୍ଷ ପରେ ମିଳିଲା ହଜିଲା ପର୍ସ

ମୁମ୍ବାଇ: ଅନେକ ସମୟରେ ଆମର ବିଭିନ୍ନ ଜିନିଷ ହଜି ଯାଇଥାଏ। ପୋଲିସରେ ଅଭିଯୋଗ କଲେ ବି କିଛି ଜିନିଷ ମିଳିବା ନେଇ ଆଶା ନ ଥାଏ।...

ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..

ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍‌ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍‌ପିଟ୍‌...

ମାଛକୁ ଏତେ ପାଖରେ ପାଇ, ଦେଖନ୍ତୁ କ’ଣ କଲା ବିଲେଇ

ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼।...

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ...

Advertisement


Archives

Model This Week